ଉଦୟ ଚୋପ୍ରାଙ୍କ ପାଖକୁ ଫେରିଲେ ତାଙ୍କର ପ୍ରେମିକା

Advertisment
ଉଦୟ ଚୋପ୍ରାଙ୍କ ପାଖକୁ ଫେରିଲେ ତାଙ୍କର ପ୍ରେମିକା

ମୁମ୍ବାଇ : ବଲିଉଡର ଅସଫଳ ନାୟକ ଉଦୟ ଚୋପ୍ରା ଯିଏ କି ଜଣାଶୁଣା ନିର୍ମାତା ତଥା ନିର୍ଦ୍ଦେଶକ ଆଦିତ୍ୟ ଚୋପ୍ରାଙ୍କ ସାନ ଭାଇ ଅସଫଳ ନାୟିକା ନରଗୀସ୍ ଫାକରୀଙ୍କୁ ବିବାହ କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି । ନରଗିସ୍ ପୁଣି ଉଦୟଙ୍କ ପାଖକୁ ଫେରିଛନ୍ତି ବୋଲି ବି ଶୁଣିବାକୁ ମିଳୁଛି। ହଁ ସେ ତାଙ୍କର ଗର୍ଲ ଫ୍ରେଣ୍ଡ ତଥା ଅସଫଳ ନାୟିକା ନରଗୀସ୍ ଫାକରୀଙ୍କୁ ବାହା ହେବେ ବୋଲି କୁହାଯାଉଛି। ସେ ଦୁହେଁ ଏବେ ଲିଭ ଇନ୍ ରିଲେସନରେ ଅଛନ୍ତି। ଗତ କିଛି ଦିନ ହେବ ନରଗୀସ୍ ଫକରୀ ୟଶ ଚୋପ୍ରାଙ୍କ ବଙ୍ଗଳାକୁ ସିଫ୍ଟ ହୋଇ ଯାଇଛନ୍ତି। ସେଠାରେ ଉଦୟଙ୍କ ସହ ଜୀବନ ବିତାଉଛନ୍ତି। ଇତିମଧ୍ୟରେ ମାଆ ପାମେଲା ଚୋପ୍ରା ବି ଉଦୟଙ୍କ ସହ ନରଗୀସଙ୍କ ସଂପର୍କକୁ ମାନି ନେଇଥିବା କୁହାଯାଉଛି।

publive-image
ଏଠାରେ ସୂଚନାଯୋଗ୍ୟ ଯେ ନରଗୀସ୍ ଇମତିଆଜ୍ ଅଲ୍ଲୀଙ୍କ ‘ରକଷ୍ଟାର’ ଜରିଆରେ ବଲିଉଡରେ ନାୟିକା ଭାବେ ପ୍ରବେଶ କରିଥିଲେ । ତାପରେ ତାଙ୍କୁ ମେଁ ତେରା ହିରୋ ଭଳି ସିନେମାରେ ବି ଲିଡ ରୋଲରେ ଦେଖିବାକୁ ମିଳିଛି। ଅପରପକ୍ଷରେ ୨୦୦୦ରେ ରିଲିଜ୍ ହୋଇଥିବା ‘ମୋହବତେଁ’ରୁ ଆକ୍ଟିଂ କାରିଅର୍ ଆରମ୍ଭ କରିଥିଲେ ଉଦୟ। ଏହାପରେ ତାଙ୍କୁ ମେରେ ୟାର୍ କି ଶାଦିଭଳି କେତୋଟି ହାତଗଣତି ସିନେମାରେ ଦେଖିବାକୁ ପାଇଛନ୍ତି ଦର୍ଶକ। ତେବେ ମଝିରେ ଉଭୟଙ୍କର ବ୍ରେକ୍ ଅପ୍ ହୋଇଥିବା ଖବର ଶୁଣିବାକୁ ମିଳିଥିଲା ହେଲେ ସବୁ ଠିକ୍ ଠାକ୍ ଅଛି। ଏ ଦୁହେଁ ପ୍ରାୟ ପାଞ୍ଚ ବର୍ଷ ତଳେ ପ୍ରେମରେ ପଡ଼ିଥିଲେ। ଉଦୟ ଅଭିନେତା ଭାବେ ଅସଫଳ ହେବା ପରେ ମାନସିକ ଅବସାଦ ଭିତରେ ଥିଲେ। ସେହି ସମୟରେ ନରଗିସ ଫାକ୍‌ରୀଙ୍କ ସହିତ ଆଫେଆର୍‌ ରଖିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe