StarsUnfolded
ମୁମ୍ବାଇ: ବଲିଉଡ୍ ଅଭିନେତା ସଲମାନ ଖାନ୍ ନିଜ ଜୀବନର ଅନେକ ଅକୁହା କଥା ସାମ୍ନାକୁ ଆଣିଛନ୍ତି। ମୁମ୍ବାଇରେ ଆୟୋଜିତ ହୋଇଥିବା ‘ଉମଙ୍ଗ ୨୦୨୦’ କାର୍ଯ୍ୟକ୍ରମରେ ଯୋଗ ଦେଇ ସଲମାନ ନିଜ ଜୀବନର ଏକ ବଡ଼ ସତକୁ ସମସ୍ତଙ୍କ ସାମ୍ନାକୁ ଆଣିଛନ୍ତି। ଟଙ୍କା ବଞ୍ଚାଇବା ପାଇଁ ସେ କିଭଳି ଗାଡ଼ି ଚଳାଉଥିଲେ ସେ ବିଷୟରେ ଜଣାଇବା ସହ ଏବେ ବି ସେ ଜଣେ ସାଇକେଲ ମେକାନିକଙ୍କର ୧.୨୫ ଟଙ୍କା ବାକି ରଖିଥିବା କଥା କହିଥିଲେ, ଯାହା ଉପସ୍ଥିତ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥିଲା।
ସୂଚନା ମୁତାବକ, ଉମଙ୍ଗ ୨୦୨୦ରେ ହାସ୍ୟ ଅଭିନେତା କପିଲ ଶର୍ମା ସବୁ ବଲିଉଡ୍ କଳାକାରଙ୍କ ସହ କଥା ହେବା ସହ ସେମାନଙ୍କ ଜୀବନର କିଛି ଖାସ୍ କଥାକୁ ସାମ୍ନାକୁ ଆଣିଥିଲେ। ଏହି ସମୟରେ ସେ ସଲମାନଙ୍କ ସହ ତାଙ୍କ ଜୀବନର ଅଭୁଲା ସ୍ମୃତି ବିଷୟରେ ଆଲୋଚନା କରିବା ପରେ ସଲମାନ ନିଜ ଜୀବନର ଅନେକ ଗୁମର ଖୋଲିଥିଲେ।
India TVସେ କହିଥିଲେ କି, ‘ଛୋଟ ବେଳେ ଯେଉଁ ସାଇକେଲ ମେକାନିକଙ୍କ ପାଖରେ ମୁଁ ସାଇକେଲ ଠିକ୍ କରାଇଥିଲି, ତାଙ୍କ ଉପରେ ମୋର ୧.୨୫ଟଙ୍କା ବାକି ଥିଲା। ଯାହାକୁ ମୁଁ ଏ ପର୍ଯ୍ୟନ୍ତ ଦେଇ ନାହିଁ। ସେ ମଧ୍ୟ ଜାଣି ନାହାନ୍ତି କି, ମୁଁ ଏବେ ବଲିଉଡର ଜଣେ କଳାକାର। ଏମିତି କି ବଡ଼ ହେବା ପରେ, ଟଙ୍କା ବଞ୍ଚାଇବା ପାଇଁ ମୁଁ ମୋ ସ୍କୁଟରରେ ଅଧା କିରୋସିନ୍ ଓ ଅଧା ପେଟ୍ରୋଲ ପକାଇ ଚଳାଉଥିଲି।’
Follow Us