ଅବସର ନେଲେ ଅଣ୍ଡରଟେକର୍‌

ଅବସର ନେଲେ ଅଣ୍ଡରଟେକର୍‌

GiveMeSport

ରେସ୍‌ଲିଂ ଦୁନିଆ‌ର ମହାରଥୀ ଅଣ୍ଡରଟେକର୍‌ ସନ୍ନ୍ୟାସ ନେଇଛନ୍ତି। ଅଭିନୟରେ ଅମିତାଭ ବଚ୍ଚନ, ସଙ୍ଗୀତରେ ଲତା ମଙ୍ଗେସକର ଓ କ୍ରିକେଟରେ ସଚିନ ତେନ୍ଦୁକରଙ୍କ ଭଳି ୱାର୍ଲ୍ଡ ରେସଲିଂ ଏଣ୍ଟରଟେନ୍‌ମେଣ୍ଟ୍‌(ଡବ୍ଲ୍ୟୁଡବ୍ଲ୍ୟୁଇ) ଦୁନିଆର ସବୁଠାରୁ ବଡ଼ ନାମ ହେଉଛି ‘ଦ ଅଣ୍ଡରଟେକର୍‌’। ୩ ଦଶନ୍ଧିର ରେସଲିଂ ଜୀବନୀରେ ସେ ବଡ଼ ବଡ଼ ଧୁରନ୍ଧରଙ୍କୁ ଧୂଳି ଚଟାଇଛନ୍ତି। ଏବେ ସେ ରେସଲିଂରୁ ଅବସର ନେଇଛନ୍ତି। ଏହି ଅବସରରେ ବହୁ କଳାକାର ତାଙ୍କୁ ସମ୍ମାନ ଓ ଶୁଭେଚ୍ଛା ଜଣାଇଛନ୍ତି।

ଜୁନିଅର୍‌ ବଚ୍ଚନ ଅଭିଷେକ ବି ଟ୍ବିଟରରେ ତାଙ୍କୁ ପ୍ରଣାମ ଜଣାଇଛନ୍ତି। ସେ ଅଣ୍ଡରଟେକରଙ୍କ ପ୍ରବେଶ ସମୟର ଏକ ଜିଫ୍‌ ଭିଡିଓ ସେୟାର କରି ସେଥିରେ ଲେଖିଛନ୍ତି ଯେ ସେ ପିଲା ଦିନୁ ଅଣ୍ଡରଟେକର୍‌ଙ୍କ ବଡ଼ ପ୍ରଶଂସକ। ଅଭିଷେକ ଉଲ୍ଲେଖ କରିଛନ୍ତି, ଆମ କିଶୋରାବସ୍ଥାକୁ ମନେ ପକାନ୍ତୁ। ଯେତେବେଳେ ଆମେ ଅଣ୍ଡରଟେକର୍‌ଙ୍କ ପ୍ରବେଶକୁ ପ୍ରଥମ ଥର ଦେଖିଥିଲେ ଓ ଆଶ୍ଚର୍ଯ୍ୟଚକିତ ରହିଯାଇଥିଲେ। ତାହା ପରେ ସାରା ଦୁନିଆ ଚକିତ ହିଁ ହୁଏ ତାଙ୍କୁ ଦେଖି। ସତରେ ସେ ଜଣେ ଦିଗ୍‌ଗଜ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe