ଏହି ସବୁ ହିନ୍ଦୀ ଚଳଚ୍ଚିତ୍ରରେ ରହିଛି କେବେ ଭୁଲି ନହେବା ପରି ଚର୍ଚ୍ଚିତ ଚୁମ୍ବନ

ଏହି ସବୁ ହିନ୍ଦୀ ଚଳଚ୍ଚିତ୍ରରେ ରହିଛି କେବେ ଭୁଲି ନହେବା ପରି ଚର୍ଚ୍ଚିତ ଚୁମ୍ବନ

ମୁମ୍ବାଇ: ଆଜି ଭାଲେଣ୍ଟାଇନ୍‌ସ ଡେ’(ପ୍ରେମ ଦିବସ)ର ପୂର୍ବ ଦିନ ଅର୍ଥାତ କିସ୍‌ ଡେ’(ଚୁମ୍ବନ ଦିବସ)। ନିଜ ପ୍ରିୟ ଜନଙ୍କୁ ଚୁମ୍ବନ ଦେଇ ପ୍ରେମ ଯଚାଇବାର ଦିନଟି ହେଉଛି ଆଜି। ଆପଣ ଯଦିଓ ଅନୁମାନ କରିଥିବେ ତେବେ ଜାଣିପାରୁଥିବେ ଯେ ଆଜିକାଲି ବଲିଉଡ୍‌ରେ ଚୁମ୍ବନ ଦୃଶ୍ୟ କୌଣସି ଏକ ନୂଆ କଥା ନୁହେଁ। ମାତ୍ର ବଲିଉଡ୍‌ରେ ଏମିତି କିଛି ଚୁମ୍ବନ ଦୃଶ୍ୟ ରହିଛି ଯାହା ବେଶ୍‌ ନିଆରା। ପୁରୁଣା ହେଲେ ବି କେତେକ ଦୃଶ୍ୟ ଚୀର ଶବୁଜ ପରି ଆକର୍ଷଣୀୟ। ଚାଲନ୍ତୁ ଜାଣିବା କେଉଁ ଚଳଚ୍ଚିତ୍ରରେ ରହିଛି ଏମିତି କିସିଂ ସିନ୍‌।

publive-image

ମର୍ଡର: ‘ମର୍ଡର’ ଚଳଚ୍ଚିତ୍ରରେ ଅଭିନେତା ଇମ୍ରାନ ହାସ୍ମି ଏବଂ ଅଭିନେତ୍ରୀ ମଲ୍ଲିକା ସେରାଓ୍ଵତ୍‌ଙ୍କ ମଧ୍ୟରେ ହୋଇଥିବା ଚୁମ୍ବନ ଦୃଶ୍ୟଟି ବେଶ୍‌ ଲୋକପ୍ରିୟ ହୋଇଥିଲା। ଏକଥା ତ ଜାଣିଥିବେ ଯେ ଇମ୍ରାନ୍‌ଙ୍କୁ ସ୍ଲୋପି କିସର୍‌ ଭାବେ ଲୋକେ ଜାଣନ୍ତି। ଇମ୍ରାନ ଧୀର ଅନ୍ଦାଜରେ ଯେଉଁ ଚୁମ୍ବନ ଦୃଶ୍ୟରେ ନଜର ଆସିଥାନ୍ତି ତାହା ଅନ୍ୟ ଅଭିନେତାଙ୍କଠାରୁ ବେଶ୍‌ ନିଆରା।

publive-image

ଜିସ୍ମ: ‘ଜିସ୍ମ’ ଚଳଚ୍ଚିତ୍ରରେ ଅଭିନେତା ଜନ୍‌ ଇବ୍ରାହମ୍‌ଙ୍କ ବିପକ୍ଷରେ ଥିଲେ କୃଷ୍ଣ ସୁନ୍ଦରୀ ବିପାଶା ବଶୁ। ଚଳଚ୍ଚିତ୍ରରେ ଥିବା ‘ଯାଦୁ ହେ ନସା ହେ...’ ଗୀତରେ ବିପାଶାଙ୍କ ହଟ୍‌ ଲୁକ୍‌ ସାଙ୍ଗକୁ ଜବର୍‌ଦସ୍ତ କିସିଂ ସିନ୍‌ ଦର୍ଶକଙ୍କୁ ବିମୋହିତ କରିଥିଲା।

publive-image

ରାଜା ହିନ୍ଦୁସ୍ତାନୀ: ‘ରାଜା ହିନ୍ଦୁସ୍ତାନୀ’ ଚଳଚ୍ଚିତ୍ରରେ ଅଭିନେତା ଆମୀର ଖାନ୍‌ ହୋଇଛନ୍ତି ଜଣେ ଅଟୋ ଚାଳକ ଏବଂ ଅଭିନେତ୍ରୀ କରିସ୍ମା କପୁର୍‌ ହୋଇଛନ୍ତି ଖୁବ୍‌ ଧନୀ ଘରର ଝିଅ। ପ୍ରେମ ଆଗରେ ନିଜର ବଂଶ ମର୍ଯ୍ୟାଦାକୁ ଗୌଣ ମଣି କରିସ୍ମା କପୁର୍‌ ଆମୀରଙ୍କୁ ଯେଉଁଭଳି ଭାବେ ଚୁମ୍ବନ ଦେଇଥିଲେ ତାହା ବେଶ୍‌ ରୋମାଞ୍ଚକର୍‌ ଥିଲା।

publive-image

ଜବ୍‌ ଉଇ ମେଟ୍‌: ‘ଜବ୍‌ ଉଇ ମେଟ୍‌’ ଚଳଚ୍ଚିତ୍ରର ଶେଷ ଭାଗରେ ଦେଖିବାକୁ ମିଳିଛି ସାହିଦ୍‌ କପୁର୍‌ ଏବଂ କରୀନା କପୁର୍‌ ପରସ୍ପରଙ୍କୁ କିସ୍‌ କରୁଛନ୍ତି। ଉକ୍ତ ଚଳଚ୍ଚିତ୍ରର ସେହି ଦୃଶ୍ୟଟି ଥିଲା ସବୁଠାରୁ ଆକର୍ଷଣୀୟ। ନାନା ବାଧା ବିଘ୍ନ ପରେ ଯେତେବେଳେ ନାୟକ-ନାୟିକା ସବୁ କିଛି ଭୁଲି ଏକ ଭାବପ୍ରବଣତାର ଶିକାର ହେଉଛନ୍ତି ଆଉ ପରସ୍ପରକୁ ଚୁମ୍ବନ ଦେଉଛନ୍ତି ସେ ସମୟରେ ହଲ୍‌ରେ ଦୀର୍ଘ ସମୟ ଧରି ଶୁଭୁଥିଲା ଦର୍ଶକଙ୍କ କରତାଳି।

publive-image

ଧୁମ୍‌-୨: ‘ଧୁମ୍‌-୨’ ଚଳଚ୍ଚିତ୍ରରେ ଜଣେ ପ୍ରଖ୍ୟାତ ଚୋର ଭୂମିକା ନିଭାଇଛନ୍ତି ହ୍ରିତିକ୍‌ ଓ ଐଶ୍ୱର୍ଯ୍ୟା ରାୟ ହୋଇଛନ୍ତି ତାଙ୍କୁ ଟକ୍କର ଦେବା ପରି ଚୋରଣୀ। ସମୟ ଚକ୍ରରେ ଦୁହେଁ ଦୁହିଁଙ୍କର ନିକଟତର ହେଉଛନ୍ତି। ସବୁକିଛି ପରେ ଶାରୀରିକ ଆକର୍ଷଣ ଦୁହିଁଙ୍କୁ ଚୁମ୍ବନ ଦେବାକୁ ବାଧ୍ୟ କରି ପକାଉଛି।

publive-image

ଆସିକ୍‌-୨: ‘ଆସିକ୍‌-୨’ ଚଳଚ୍ଚିତ୍ରଟିରେ ଅଭିନେତା ଆଦିତ୍ୟ ରାୟ କପୁର୍‌ ଏବଂ ଅଭିନେତ୍ରୀ ଶ୍ରଦ୍ଧା କପୁର୍‌ଙ୍କ ଯୋଡ଼ିକୁ ଦର୍ଶକେ ଖୁବ୍‌ ପସନ୍ଦ କରିଛନ୍ତି। ସେ ଚଳଚ୍ଚିତ୍ରର ସବୁଠାରୁ ସୁନ୍ଦର ଦୃଶ୍ୟଟି ହେଉଛି ବର୍ଷାରେ ଦୁହେଁ ଦୁହିଁଙ୍କୁ ଚୁମ୍ବନ ଦେବା ସମୟର ଦୃଶ୍ୟ।  ଆଦିତ୍ୟ ନିଜର ଜ୍ୟାକେଟ୍‌କୁ ଢାଙ୍କି ଶ୍ରଦ୍ଧାକୁ ଚୁମ୍ବନ ଦେଉଥିବା ଦୃଶ୍ୟଟି ରହିଛି ଚଳଚ୍ଚିତ୍ରରେ।

publive-image

ରାମ୍‌ ଲୀଲା: ‘ରାମ ଲୀଲା’ ଚଳଚ୍ଚିତ୍ରରେ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ଏବଂ ଅଭିନେତା ରଣବୀର ସିଂହଙ୍କୁ ଏକ ଜବରଦସ୍ତ କିସିଂ ସିନ୍‌ରେ ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe