‘ପିକୁ’ ପଛର ଅଜଣା କଥା

Advertisment
‘ପିକୁ’ ପଛର ଅଜଣା କଥା

IBTimes India

ପାଞ୍ଚ ବର୍ଷ ପୂରି ‘ପିକୁ’କୁ ଛ’ବର୍ଷ ଚାଲିଲା। ଅମିତାଭ ବଚ୍ଚନ, ଦୀପିକା ପାଦୁକୋନଙ୍କ ସହ ଏଥିରେ ପ୍ରମୁଖ ଭୂମିକାରେ ଥିବା ଇରଫାନ୍ ଖାନ୍ ଆଜି ଇହଜଗତରେ ନାହାନ୍ତି। ଆପଣ ଜାଣନ୍ତି କି ଏ ‘ପିକୁ’ ପଛରେ ପାଞ୍ଚଟି ଅଜଣା କଥା ରହିଛି। ଏଥିରେ ଟାଇଟଲ୍ ରୋଲ୍‌ରେ ପ୍ରଥମେ ପରିଣୀତି ଚୋପ୍ରାଙ୍କୁ ମନୋନୀତ କରାଯାଇଥିଲା। ସେ ‘ଦାୱତ୍-ଇ-ଇସ୍କ’ ମୁଭିର ସୁଟିଂରେ ବ୍ୟସ୍ତ ଥିବାରୁ ଏହି ଅଫରକୁ ମନା କରିଦେଇଥିଲେ। ପରେ ନିର୍ଦ୍ଦେଶକ ସୁଜିତ୍ ସିର୍କାର୍ ଦୀପିକାଙ୍କୁ ନେଇଥିଲେ। ପରିଣୀତିଙ୍କ ପାଇଁ ପରିତାପର ବିଷୟ ଏହା ଥିଲା ଯେ ଦୀପିକା ଅଭିନୀତ ‘ପିକୁ’ ଗ୍ରାଣ୍ଡ୍ ସକ୍ସେସ୍ ପାଇବା ବେଳେ ତାଙ୍କ ‘ଦାୱତ୍-ଇ-ଇସ୍କ’ ପ୍ରେକ୍ଷାଳୟରେ ଚିତପଟାଙ୍ଗ୍ ମାରିଥିଲା। ସୁଜିତ୍ ଯେତେବେଳେ ‘ପିକୁ’ ଚଳଚ୍ଚିତ୍ରରେ ଥିବା ରାଣା ଚୌଧୁରୀ ଭୂମିକା ପାଇଁ ଇରଫାନ୍‌ଙ୍କୁ ମନୋନୀତ କଲେ, ସେତେବେଳେ ଇରଫାନ୍ ଏକ ହଲିଉଡ୍ ମୁଭି ପାଇଁ ସାଇନ୍ କରିସାରିଥିଲେ।

ଏହି ଫିଲ୍ମ ପାଇଁ ଦୀପିକାଙ୍କୁ ବଙ୍ଗଳା ଭାଷା ଶିଖିବାକୁ ପଡ଼ିଥିଲା। ନିର୍ଦ୍ଦେଶକ ସୁଜିତ ଓ ତାଙ୍କ ପତ୍ନୀ ଦୀପିକାଙ୍କୁ ଯେତେପ୍ରକାର ବଙ୍ଗୀୟ ଶୈଳୀ ଶିଖାଇଥିଲେ ବି ଦୀପିକାଙ୍କଠାରୁ ଅବିକଳ ଅଭିନୟ ପାଇବାକୁ ଜଣେ ସ୍ବତନ୍ତ୍ର ବଙ୍ଗୀୟ କୋଚ୍‌ଙ୍କୁ ନିଯୁକ୍ତ କରିବାକୁ ପଡ଼ିଥିଲା। ସେହିପରି ହୃଷୀକେଶ ମୁଖାର୍ଜୀଙ୍କ ‘ଆନନ୍ଦ’ ଚଳଚ୍ଚିତ୍ର ପରି ଅମିତାଭ ବଚ୍ଚନଙ୍କୁ ‘ପିକୁ’ରେ ମଧ୍ୟ ଭାସ୍କର ମୁଖାର୍ଜୀଙ୍କ ଭୂମିକାରେ ଅବିକଳ ଅଭିନୟ କରିବାକୁ ପଡ଼ିଥିଲା। ଏଥିପାଇଁ ଅମିତାଭଙ୍କୁ ଯଥେଷ୍ଟ ଧ୍ୟାନ ଦେବାକୁ ପଡ଼ିଥିଲା। ମୌସୁମୀ ଚାଟାର୍ଜୀ ଯିଏ ‘ପିକୁ’ରେ ଛବି ମାସୀ ଭୂମିକାରେ ଅବତୀର୍ଣ୍ଣ ହେଇଥିଲେ। ପ୍ରାୟ ୮ ବର୍ଷର ବ୍ୟବଧାନ ପରେ ମୌସୁମୀଙ୍କୁ ସୁଜିତ କ୍ୟାମେରା ସାମ୍‌ନାକୁ ଆସିବାକୁ ବାଧ୍ୟ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe