ସଲମାନଙ୍କୁ ଛାଡ଼, ବଲିଉଡ୍‌ର ଏହି ବୟସ୍କ ତାରକାମାନେ କେବେ ବିବାହ କରିବେ?

Advertisment
ସଲମାନଙ୍କୁ ଛାଡ଼, ବଲିଉଡ୍‌ର ଏହି ବୟସ୍କ ତାରକାମାନେ କେବେ ବିବାହ କରିବେ?

ବଲିଉଡ୍‌ରେ ଗତ କିଛି ବର୍ଷ ହେବ ସଲମାନ ଖାନଙ୍କ ବିବାହ ଏକ ରହସ୍ୟ ହୋଇ ରହିଯାଇଛି। ସେ କେବେ ବିବାହ କରିବେ ସେ ନେଇ ଗୁଡ଼ାଏ ଚର୍ଚ୍ଚା। ସଲମାନଙ୍କ ବିବାହ ସିନା ଚର୍ଚ୍ଚା ପାଲଟିଛି ମାତ୍ର ବଲିଉଡ୍‌ରେ ଏମିତି ଅନେକ ତାରକା ଅଛନ୍ତି ଯେଉଁମାନଙ୍କ ବିବାହ ବୟସ ଗଡ଼ି ଯିବା ସତ୍ତ୍ୱେ ସେମାନେ ବିବାହ କରିନାହାନ୍ତି। ତେବେ ଚାଲନ୍ତୁ ଜାଣିବା ସେମାନେ ସବୁ କଏ?

ସଞ୍ଜୟଲୀଲା ଭଂସାଲୀ(୫୪): ଚଳଚ୍ଚିତ୍ର ନିର୍ଦ୍ଦେଶକ ସଞ୍ଜୟଲୀଲା ଭଂସାଲୀଙ୍କୁ ୫୪ ବର୍ଷ ବୟସ ହୋଇଥିବା ସତ୍ତ୍ୱେ ସେ ଅବିବାହିତ ରହିଛନ୍ତି। ସଲ୍‌ମାନଙ୍କଠାରୁ ସେ ବେଶି ବୟସ୍କ ହୋଇଥିଲେ ବି ଏ ନେଇ କେବେ ଚର୍ଚ୍ଚା ହୋଇନାହିଁ।

publive-image

ମନୀଷ ମାଲହୋତ୍ରା(୫୦): ପଚାଶ ବର୍ଷିଅ ଫେସନ୍‌ ଡିଜାଇନର୍‌ ମନୀଷ ମଧ୍ୟ ଏଯାବତ୍‌ ଅବିବାହିତ ରହିଛନ୍ତି।

publive-image

ତବୁ(୪୫): ଅଭିନେତ୍ରୀ ତବୁ ୪୫ ବର୍ଷରେ ପାଦ ଦେବା ପରେ ବି ଅବିବାହିତା ଅଛନ୍ତି। ଅନେକଙ୍କ ସହ ତାଙ୍କର ପ୍ରେମ ସଂପର୍କ ଗଢ଼ି ଉଠିଥିଲେ ବି କାହାକୁ ଜୀବନସାଥୀ ଭାବେ ଗ୍ରହଣ କରିନାହାନ୍ତି ଏପର୍ଯ୍ୟନ୍ତ।

publive-image

କରଣ ଜୋହର(୪୫): ବଲିଉଡ୍‌ ସିନେ ନିର୍ଦ୍ଦେଶକ କରଣ ଜୋହାରଙ୍କୁ ୪୫ ବର୍ଷ ହେବା ପରେ ବି ସେ ବିବାହ କରିନାହାନ୍ତି। ଗତବର୍ଷ ସେ ଦୁଇଟି ପୋଷ୍ୟ ସନ୍ତାନ ଗ୍ରହଣ କରିଛନ୍ତି।

publive-image

ଅମୀଷା ପଟେଲ(୪୧): ଅଭିନେତ୍ରୀ ଅମୀଷା ପଟେଲ ବି ଜଣେ ବୟସ୍କା ଅବିବାହିତା ସିନେ ତାରକାଙ୍କ ଭିତରୁ ଜଣେ।

ଏମାନଙ୍କ ବ୍ୟତୀତ ଅବିବାହିତ ବୟସ୍କ ସିନେ ତାରକାଙ୍କ ମଧ୍ୟରେ ଅଛନ୍ତି ଅଭୟ ଦେଓଲ୍‌, ସୁସ୍ମିତା ସେନ, ରଣଦୀପ ହୁଡ୍ଡା ପ୍ରମୁଖ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe