photo-twiiter
ମୁମ୍ବାଇ: ଅର୍ଜୁନ କପୁର, ରାକୁଲ ପ୍ରୀତ ସିଂଙ୍କ ମୁଖ୍ୟ ଭୂମିକାରେ ଅଭିନୀତ ଫିଲ୍ମର ସୁଟିଂ ୨୪ ଅଗଷ୍ଟରୁ ଆରମ୍ଭ ହୋଇଛି। ବର୍ତ୍ତମାନ ଏହି ଚଳଚ୍ଚିତ୍ରର ଅନ୍ୟ ପ୍ରମୁଖ ଭୂମିକାରେ ଅଭିନୟ କରିଥିବା ଜନ୍ ଆବ୍ରାହମ୍ ଏବଂ ଅଦିତି ରାଓ ହାଇଦରୀଙ୍କ ପ୍ରଥମ ଲୁକ୍ ମଧ୍ୟ ପ୍ରକାଶ ପାଇଛି। ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ କନୱାଲଜିତ ସିଂ ଏବଂ ନୀନା ଗୁପ୍ତା ମଧ୍ୟ ନଜର ଆସିବେ। ଏହି ଚଳଚ୍ଚିତ୍ରରେ ନୀନା ଗୁପ୍ତା ଅର୍ଜୁନଙ୍କ ଜେଜେମା ଭୂମିକାରେ ଅଭିନୟ କରିଥିବାବେଳେ ନୀନାଙ୍କ ଯୌବନ ଭୂମିକାରେ ଅଦିତି ରାଓ ହାଇଦରୀ ଅଭିନୟ କରିଛନ୍ତି।
ଏହି ଚଳଚ୍ଚିତ୍ରଟି ୧୯୪୭ ମସିହାରେ ଭାରତର ସ୍ୱାଧୀନତା ସମୟର କଥାବସ୍ତୁକୁ ନେଇ ଆଧାରିତ ହୋଇଛି | ଏହି ଚଳଚ୍ଚିତ୍ରଟି ଜନ୍ ଆବ୍ରାହମ୍, ନିଖିଲ ଆଡଭାନୀ ଏବଂ ଭୂଷଣ କୁମାରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଉଛି। ଫିଲ୍ମ ବିଷୟରେ ଜନ୍ କହିଛନ୍ତି, 'ଯେତେବେଳେ ମୁଁ ସ୍କ୍ରିପ୍ଟ ପଢ଼ିଥିଲି, ସେତେବେଳେ ମୋର ଗୋଟିଏ ଚରିତ୍ର ମୋତେ ଭଲ ଲାଗିଲା। ପରେ ନିର୍ଦ୍ଦେଶକ କାଶଭି ମୋତେ ଏହି ଭୂମିକାରେ ଅଭିନୟ କରିବାକୁ କହିଥିଲେ, ତେଣୁ ମୁଁ ମନା କରିପାରିଲି ନାହିଁ।
ନିଖିଲ କହିଛନ୍ତି ଯେ ଚଳଚ୍ଚିତ୍ରର କାହାଣୀ ୧୯୪୭ ରୁ ଆରମ୍ଭ ହୋଇ ଦ୍ୱିତୀୟ ପିଢ଼ି ଅର୍ଥାତ ୨୦୨୦ ପର୍ଯ୍ୟନ୍ତ ଚାଲିବ। ବର୍ତ୍ତମାନ ଫିଲ୍ମର ଇନଡୋର ସୁଟିଂ ଚାଲିଥିବାବେଳେ ଅକ୍ଟୋବରରେ ବିଭିନ୍ନ ଲୋକେସନରେ ଏହାର ସୁଟିଂ କରାଯିବ | ତେବେ ଫିଲ୍ମର ନାମ ଏ ପର୍ଯ୍ୟନ୍ତ ଘୋଷଣା କରାଯାଇନାହିଁ | ଆସନ୍ତା ବର୍ଷ ଏହି ଫିଲ୍ମ ରିଲିଜ ହେବ ବୋଲି ବିଶ୍ୱାସ କରାଯାଉଛି।
Follow Us