ସମ୍ବିତଙ୍କର ଅଧାରେ ଅଟକିଥିବା ଓଡ଼ିଆ ସିନେମା

Advertisment
ସମ୍ବିତଙ୍କର ଅଧାରେ ଅଟକିଥିବା ଓଡ଼ିଆ ସିନେମା

ଭୁବନେଶ୍ବର: ଓଲିଉଡର ଲୋକପ୍ରିୟ ନାୟକ ସମ୍ବିତଙ୍କର କେତୋଟି ଓଡ଼ିଆ ସିନେମା ଅଟିକି ରହିଛି। ଏଥି ମଧ୍ୟରୁ କାହାର ଅଧାଅଧି ସୁଟିଂ ସରିଥିବା ବେଳେ ଆଉ କାହାର ମହୁରତ୍ ସରିଛି, ମାତ୍ର ସୁଟିଂ ଆରମ୍ଭ ହୋଇପାରିନାହିଁ।  ଆସନ୍ତୁ ଜାଣିବା ସେସବୁ ଫିଲ୍ମଗୁଡ଼ିକ କଣ କଣ।

ସମ୍ବିତ ‘ପ୍ରେମ ଓ୍ବେଡ୍‌ସ ପ୍ରିୟା’ ଫିଲ୍ମରୁ କ୍ୟାରିଅର୍‌ ଆରମ୍ଭ କରିବା ପରେ କେବେ ବି ଅଟକି ନାହାନ୍ତି। ତେବେ ସମ୍ବିତଙ୍କର ଅଧାରେ ଅଟକିଥିବା ଏକ ସିନେମା ହେଲା ‘ଯୋଉଠି ଥିଲେ ବି ତୁ ମୋ’ର’। ଶ୍ରୀକାନ୍ତ ଗୌତମଙ୍କ ନିର୍ଦ୍ଦେଶିତ ଏହି ଓଡ଼ିଆ ଫିଲ୍ମରେ ରୀୟା ଓ ଆର୍ଯ୍ୟନ କୁମାରଙ୍କ ସହିତ ମୁଖ୍ୟ ଭୂମିକାରେ ନଜର ଆସିବେ ସମ୍ବିତ। ଏହାର ଅଧାରୁ ଅଧିକ ସୁଟିଂ ସରିଛି। ଏହା ଛଡ଼ା ଅଧାରେ ଅଟକି ଥିବା ସମ୍ବିତଙ୍କ ଏକ ଓଡ଼ିଆ ସିନେମା ହେଲା ‘ବିଶ୍ୱନାଥ’। ଏଥିରେ ସମ୍ଭାବନା ଅଛନ୍ତି ନାୟିକା ଭୂମିକାରେ। ଏହି ସିନେମାର ବି ସୁଟିଂ ସରିଛି।

publive-image

ଠିକ୍ ସେହିପରି ସମ୍ବିତଙ୍କର ଦୁଇଟି ସିନେମାର ସୁଟିଂ ଆରମ୍ଭ ହୋଇପାରିନି। ଏଥିମଧ୍ୟରୁ ଗୋଟିଏ ହେଲା ‘ଓ୍ଵାଇଫ୍‌ ଇଜ୍‌ ମାଇଁ ଲାଇଫ୍‌’ ଓ ଅନ୍ୟଟି ‘ଫିଲ୍‌ ମାଇଁ ଦିଲ୍‌’। ପ୍ରଥମଟିର ନିର୍ଦ୍ଦେଶକ ହେଲେ ନିରଂଜନ ବେହେରା ଓ ଅନ୍ୟଟିର ଶୈଳେନ୍ଦ୍ର ମିଶ୍ର (ବାବି)। ‘ଓ୍ଵାଇଫ୍‌ ଇଜ୍‌ ମାଇଁ ଲାଇଫ୍‌’ରେ ଏଲସା ଓ ଦିବ୍ୟାଦିଶାଙ୍କୁ ନାୟିକା ଭୂମିକାରେ ନିଆଯାଇଥିଲା। ମହୁରତ୍ ପରେ ଏହାର ସୁଟିଂ ଆରମ୍ଭ ହୋଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe