ଆପଣ ଜାଣନ୍ତି କି କେଉଁ କାରଣରୁ ଚର୍ଚ୍ଚା ପାଲଟିଛନ୍ତି ୟୁପିର ଏହି ସୁନ୍ଦରୀ ଯୁବତୀ?

Advertisment
ଆପଣ ଜାଣନ୍ତି କି କେଉଁ କାରଣରୁ ଚର୍ଚ୍ଚା ପାଲଟିଛନ୍ତି ୟୁପିର ଏହି ସୁନ୍ଦରୀ ଯୁବତୀ?

www.aajtak.in

ଲକ୍ଷ୍ନୌ: ମିସ୍‌ ଇଣ୍ଡିଆ ୨୦୨୨ର ବିଜୟିନୀଙ୍କ ବିଷୟରେ ଆପଣ ଅନେକ କିଛି ଜାଣିଥିବେ। ମାତ୍ର ଏହି ପ୍ରତିଯୋଗିତାର ରନର୍ସଅପ୍‌ଙ୍କୁ ଆପଣ ଜାଣିଛନ୍ତି କି? ସେ ବି କିଛି କମ୍‌ ସୁନ୍ଦରୀ ନୁହଁନ୍ତି। ସେ ହେଉଛନ୍ତି ଉତ୍ତରପ୍ରଦେଶର ସିନାତା ଚୌହ୍ବାନ୍‌। ତାଙ୍କ ସୌନ୍ଦର୍ଯ୍ୟ ପାଇଁ ସେ ଖୁବ୍ ଲୋକପ୍ରିୟ। ସୋସିଆଲ୍‌ ମିଡିଆରେ ସିନାତାଙ୍କର ନାହିଁ ନଥିବା ଫଲୋର୍ସ। ଏପରିକି ସେ ରନ୍‌ର୍ସଅପ୍‌ ହେବା ପରେ ଇନ୍‌ଷ୍ଟାଗ୍ରାମ୍‌ରେ ତାଙ୍କ ଫଲୋର୍ସଙ୍କ ସଂଖ୍ୟା ଖୁବ୍‌ ଜୋର୍‌ରେ ବଢ଼ିବାରେ ଲାଗିଛି।

ମିସ୍‌ ଇଣ୍ଡିଆ ପ୍ରତିଯୋଗିତା ଜୁଲାଇ ୩ ତାରିଖରେ ମୁମ୍ବାଇର ଜିଓ ୱାର୍ଲଡ କନ୍‌ଭେନ୍‌ସନ ସେଣ୍ଟର୍‌ରେ ହୋଇଥିଲା। ସେଇଠା‌ରେ ହିଁ ମିସ୍‌ ଇଣ୍ଡିଆ ଓ ରନର୍ସଅପ୍‌ଙ୍କ ଘୋଷଣା କରାଯାଇଥିଲା। ସିନାତାଙ୍କୁୁ ୨୨ ବର୍ଷ ବୟସ ଓ ତାଙ୍କ ଜନ୍ମ ଉତ୍ତରପ୍ରଦେଶରେ। ମାତ୍ର ତାଙ୍କ ପଢ଼ାପଢ଼ି ସେ ଦିଲ୍ଲୀରେ କରିଥିଲେ।

ଏବେ ସେ ମଡେଲିଂ ପାଇଁ ଦିଲ୍ଳୀରେ ରହୁଛନ୍ତି। ସେ ଦିଲ୍ଲୀର କେମ୍ରେଜ୍‌ ସ୍କୁଲ୍‌ରେ ପଢ଼ିବା ପରେ ଗ୍ରାଜୁଏସନ୍‌ ଦିଲ୍ଳୀ ୟୁନିଭରସିଟିର ଗାର୍ଗି କଲେଜ୍‌ରେ କରିଛନ୍ତି। ସିିନାତା ୫ ଫୁଟ୍‌ ୭ ଇଞ୍ଚ୍‌ ଉଚ୍ଚର ହୋଇଥିବା ବେଳେ ତାଙ୍କ ଓଜନ ୫୩ କିଲୋ।

ପାଠ ପଢ଼ାରେ ସେ ଖୁବ୍ ଭଲ। ଏପରିକି ସିବିଏସ୍‌ଇ ବୋର୍ଡ ପରୀକ୍ଷାରେ ସେ ତାଙ୍କ ସ୍କୁଲ୍‌ରେ ଟପ୍ପର ହୋଇଥିଲେ। ସେ ଗଣିତ ଏବଂ ବିଜ୍ଞାନରେ ଅଲ୍‌ମ୍ପିୟାଡ୍‌ ପଦକ ହାସଲ କରିଛନ୍ତି। ସେ ତାଙ୍କୁ ୧୬ ବର୍ଷ ବୟସ ହୋଇଥିବା ବେଳେ ନିଜର ମଡେଲିଂ କ୍ୟାରିୟର୍‌ ଆରମ୍ଭ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe