‘ଡେଲିଭରି ବୟ’ ପରେ ଭାଗ୍ୟ ଫିଟିଲା: ଶୈଳେନ୍ଦ୍ରଙ୍କ ହାତରେ ଏବେ ଅଫର୍ ପରେ ଅଫର୍

Advertisment
‘ଡେଲିଭରି ବୟ’ ପରେ ଭାଗ୍ୟ ଫିଟିଲା: ଶୈଳେନ୍ଦ୍ରଙ୍କ ହାତରେ ଏବେ ଅଫର୍ ପରେ ଅଫର୍

ଭୁବନେଶ୍ବର: ଓଲିଉଡର ଜଣାଶୁଣା ନାୟକ ଶୈଳେନ୍ଦ୍ରଙ୍କ ହାତରେ ଏବେ ଢେର ଫିଲ୍ମ। ଏଇ ରଜରେ ତାଙ୍କ ଅଭିନୀତ ‘ଗୁଡୁ ଗ୍ୟାଙ୍ଗଷ୍ଟର୍’ ରିଲିଜ୍ ହେଉଛି। ଏଥିରେ ଶିବାନୀଙ୍କ ବିପକ୍ଷରେ ନଜର ଆସିବେ ସେ।
ଏଣେ ମିଳିଛି ଆଉଏକ ନୂଆ ସିନେମା। ଏହା ହେଲା ‘ଦଶମ’। ଏକ ଭିନ୍ନ ଧରଣର ଟିନ୍ ଲଜ୍ ଲଭଷ୍ଟୋରି ହେଉଛି ‘ଦଶମ’। ଏହି ସିନେମାର ନିର୍ଦ୍ଦେଶକ ହେଲେ ରାଜା ଡି। ସେ ଏହାର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଛନ୍ତି। ଏଥିରେ ନିଲାକ୍ଷୀ, ଅରମାନ, ମୀରା, ଜ୍ୟୋତି, ଆକାଶ ଓ ସିମରନଙ୍କ ଭଳି ନବାଗତମାନଙ୍କୁ ଦେଖିବାକୁ ମିଳିବ। କୁମାର ଶ୍ରୀ ସାହୁ ଏହାର ସଂଳାପ ଲେଖିଛନ୍ତି। ଗୌରବ ଆନନ୍ଦ ଏହାର ସଙ୍ଗୀତକାର। ତେଣେ ‘ହରଣ’ ଟାଇଟଲରେ ଏକ ନୂଆ ସିନେମାରେ ବି କାମ କରୁଛନ୍ତି ଶୈଳେନ୍ଦ୍ର।
ସୂଚନାଯୋଗ୍ୟ, ଶୈଳେନ୍ଦ୍ରଙ୍କୁ ନିକଟରେ ମୁକ୍ତିଲାଭ ‘ଡେଲିଭରି ବୟ’ରେ ଟାଇଟଲ ରୋଲରେ ଦେଖିବାକୁ ମିଳିଥିଲା। ଏଥିରେ ପ୍ରିୟମ୍ବଦା, ବୁଦ୍ଧାଦିତ୍ୟ ଓ ସୂର୍ଯ୍ୟମୟୀଙ୍କୁ ବି ଦେଖିବାକୁ ମିଳିଥିଲା। ଏହାର ନିର୍ଦ୍ଦେଶକ ହେଲେ ଅଶ୍ବିନୀ ତ୍ରିପାଠୀ। ବୈଦ୍ୟନାଥ ଦାଶ ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ‘ଡେଲିଭରି ବୟ’ ପରେ ଶୈଳେନ୍ଦ୍ରଙ୍କ  ଭାଗ୍ୟ ଫିଟିଛି।

ଶୈଳେନ୍ଦ୍ରଙ୍କ ଅନ୍ୟ ଏକ ଟେଲି ଫିଲ୍ମ ‘ହାଏ କ୍ରୀଷ୍ଣା’ ବେଶ ଚର୍ଚ୍ଚାରେ ଥିଲା। ଏଣେ ଡ୍ୟାନ୍ସିଂ ଷ୍ଟାର୍ ଶୈଳେନ୍ଦ୍ରଙ୍କ ଏକ ନୂଆ ଓଡ଼ିଆ ଛବି ବର୍ଷ ଆରମ୍ଭରେ ମୁକ୍ତିଲାଭ କରିଥିଲା। ଏଠାରେ ଯେଉଁ ସିନେମାର କଥା କୁହାଯାଉଛି, ତାର ଟାଇଟଲ୍ ହେଲା ‘ତୋର ମୋର କଟି’। ତୋର ମୋର କଟି’ର ନିର୍ଦ୍ଦେଶକ ହେଲେ ରମେଶ ରାଉତ। ଝିଲିକ୍ ମୋସନ୍ ପିକଚର୍ସ ବ୍ୟାନରରେ ନିର୍ମିତ ଏହି ଫିଲ୍ମର ପ୍ରଯୋଜନା କରିଥିଲେ ଅଭିନେତ୍ରୀ ଝିଲିକ୍ ଭଟ୍ଟାଚାର୍ଯ୍ୟ। ପ୍ରେମ ଆନନ୍ଦ ଏହାର ସଙ୍ଗୀତକାର। ଡକ୍ଟର ଦୀପକ ଜେନା ଏହି ସିନେମାର ସଂଳାପକାର। ଏଣେ ‘ପ୍ରେମରେ ରିସ୍କ ହେଲା ମତେ ଇସ୍କ’ ରେ ଦିବ୍ୟାଙ୍କ ସହ ପ୍ରଥମ ଥର ଲାଗି ଡ୍ୟାନ୍ସିଂ ଷ୍ଟାର୍ ଶୈଳେନ୍ଦ୍ର ନଜର ଆସିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe