୨ମାସ ତଳେ ମା’ଙ୍କୁ ହରାଇଥିଲେ ମହେଶ ବାବୁ, ଏବେ ବାପା ହେଲେ ହୃଦଘାତର ଶିକାର

Advertisment
୨ମାସ ତଳେ ମା’ଙ୍କୁ ହରାଇଥିଲେ ମହେଶ ବାବୁ, ଏବେ ବାପା ହେଲେ ହୃଦଘାତର ଶିକାର

indiatoday

ନୂଆଦିଲ୍ଲୀ: ୨ମାସ ତଳେ ମା’ଙ୍କୁ ହରାଇଥିଲେ ତେଲୁଗୁ ସୁପରଷ୍ଟାର ମହେଶ ବାବୁ। ଏବେ ବାପା ହେଲେ ହୃଦଘାତର ଶିକାର। ସେପ୍ଟେମ୍ବରରେ ମହେଶ ବାବୁଙ୍କ ମା’ଙ୍କ ଦେହାନ୍ତ ହୋଇଥିବା ବେଳେ ରବିବାର ରାତିରେ ତାଙ୍କ ବାପା ତଥା ଅଭିନେତା କୃଷ୍ଣା ହୃଦଘାତର ଶିକାର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ଏବେ ମଧ୍ୟ ମହେଶ ବାବୁଙ୍କ ବାପାଙ୍କ ଦେହ ଭଲ ନଥିବା ଡାକ୍ତରଖାନା ପକ୍ଷରୁ କୁହାଯାଇଛି।

ମିଳିଥିବା ସୂଚନା ମୁତାବକ, ରବିବାର ରାତି ୧.୧୫ରେ ହୃଦଘାତର ଶିକାର ହୋଇଥିଲେ ଅଭିନେତା କୃଷ୍ଣା। ଏହା ପରେ ତୁରନ୍ତ ତାଙ୍କୁ ହାଇଦ୍ରାବାଦର କଣ୍ଟିନେଣ୍ଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଦେଖି ଡାକ୍ତର ଅଭିନେତା କୃଷ୍ଣାଙ୍କୁ ସିପିଆର ଦେଇଥିଲେ। ଏହା ପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ଯେ, କୃଷ୍ଣାଜୀଙ୍କ ଅବସ୍ଥା ଗୁରୁତର ରହିଛି ଏବଂ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି।

ଉଲ୍ଲେଖଯୋଗ୍ୟ, ସେପ୍ଟେମ୍ବର ୨୮ରେ ମହେଶ ବାବୁଙ୍କ ମାତା ଘଟ୍ଟାମନେନୀ ଇନ୍ଦିରା ଦେବୀଙ୍କର ଦେହାନ୍ତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe