ଆରବ ଦେଶକୁ ଯାଇ ପାରିବେନି ଉର୍ଫି; ସ୍ବଳ୍ପ ପରିଧାନ ପାଇଁ ନୁହେଁ, ନିଜର ଏହି ଭୁଲ୍‌ ଲାଗି ଫସିଲେ

Advertisment
ଆରବ ଦେଶକୁ ଯାଇ ପାରିବେନି ଉର୍ଫି; ସ୍ବଳ୍ପ ପରିଧାନ ପାଇଁ ନୁହେଁ, ନିଜର ଏହି ଭୁଲ୍‌ ଲାଗି ଫସିଲେ

ଗୁଗୁଲ୍‌

ମୁମ୍ବାଇ: ସୋସିଆଲ୍‌ ମିଡିଆରେ ଅଭିନେତ୍ରୀ ଉର୍ଫି ଜାଭେଦ ଖୁବ୍ ଚର୍ଚ୍ଚିତ। ସେ ସବୁବେଳେ ନିଜ ଷ୍ଟାଇଲ୍‌କୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ‌ତାଙ୍କ ଡ୍ରେସ୍‌ ଡିଜାଇନ୍‌ ଓ ତାଙ୍କ ଅନ୍ଦାଜ ପ୍ରଶଂସକଙ୍କୁ ବେଶ୍‌ ଆକର୍ଷିତ କରିଥାଏ। କେବେ କେବେ ସେ ନିଜର ପୋଷାକ ପରିଧାନକୁ ନେଇ ନିନ୍ଦିତ ବି ହୋଇଥାନ୍ତି। କିଛି ସୋସିଆଲ୍‌ ମିଡିଆ ବ୍ୟବହାରକାରୀ ଉର୍ଫିଙ୍କୁ ତାଙ୍କ ପୋଷାକ ପାଇଁ ନିନ୍ଦା କରିଥାନ୍ତି।

ଏବେ ଜାଣିବାକୁ ମିଳିଛି ଯେ ଏକ ଅସୁବିଧାରେ ପଡ଼ି ଯାଇଛନ୍ତି ଉର୍ଫି। ହେଲେ ଏଥର ତା‌ଙ୍କ ପୋଷାକକୁ ନେଇ କେହି ନିନ୍ଦା କରିନାହାନ୍ତି କି ସମାଲୋଚନା କରିନାହାନ୍ତି। ବରଂ ନିଜ ଅସୁବିଧାର କାରଣ ପାଲଟିଛନ୍ତି ନିଜେ ଉର୍ଫି।

ଉର୍ଫି ଏକ ସୋସିଆଲ୍‌ ମିଡିଆ ପୋଷ୍ଟ୍‌ ଜରିଆରେ ଜଣାଇଛନ୍ତି ଯେ ସେ ଏବେ ଆରବ ଦେଶ ଯାଇପାରିବ‌େ ନାହିଁ। କାରଣ ଦେଶର ନୂଆ ନିୟମ ଅନୁଯାୟୀ, ‌ସେଠାରେ ଗୋଟାଏ ଶବ୍ଦର ନାମଧାରୀଙ୍କୁ ପ୍ରବେଶ ବ୍ୟାନ୍‌ କରାଯାଇଛି। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଉର୍ଫି ତାଙ୍କ ପାସ୍‌ପୋର୍ଟରେ ଜାଭେଦ ଲେଖିନାହାନ୍ତି। କେବଳ ଉର୍ଫି ଲେଖିଛନ୍ତି। ଯେଉଁ କାରଣରୁ ସେ ଏବେ ୟୁଏଇ ଯାଇପାରିବେ ନାହିଁ।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛି ଯେ ଉର୍ଫିଙ୍କ ନାମର ବନାନ ଇଂରାଜିରେ Urfi ହେଉଥିବା ବେଳେ ସେ ନିକଟରେ ତାହାକୁ ବଦଳାଇ Uorfi କରିଛନ୍ତି। ସାଙ୍ଗିଆ ବି କାଟି ଦେଇଛନ୍ତି। ଏପରିକି ସେ ତାଙ୍କର ସମସ୍ତ କାଗଜପତ୍ରରେ Uorfi କରି ଦେଇଛନ୍ତି। ଯେଉଁଥିପାଇଁ ତାଙ୍କୁ ଏବେ ଅସୁବିଧାର ସାମ୍ନା କରିବାକୁ ପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe