୧୭ବର୍ଷ ବୟସରେ କାହିଁକି ଘର ଛାଡ଼ି ଚାଲି ଆସିଥିଲେ ଉର୍ଫି?

୧୭ବର୍ଷ ବୟସରେ କାହିଁକି ଘର ଛାଡ଼ି ଚାଲି ଆସିଥିଲେ ଉର୍ଫି? ଏକ ରିୟାଲିଟି ସୋ’ରେ ଯୋଗ ଦେଇ ଖୁଲାସା କଲେ ସୋସିଆଲ ମିଡିଆ ସେନସେସନ ଉର୍ଫି ଜାଭେଦ । ସବୁବେଳେ ନିଜ ପୋଷାକକୁ ନେଇ ଚର୍ଚ୍ଚା‌ରେ ରହୁଥିବା ଉର୍ଫି କହିଲେ ଅଜଣା କଥା।

Urfi Javed

ମୁମ୍ବାଇ: ଇଣ୍ଟରନେଟ୍ ସେନସେସନ ଉର୍ଫି ଜାଭେଦ ନିଜ ସୋ’ 'ଫଲୋ କରଲୋ ୟାର'କୁ ନେଇ ଚର୍ଚ୍ଚାରେ ଅଛନ୍ତି । ସୋ’ ରିଲିଜ୍ ହୋଇସାରିଥିବା ବେଳେ ଏହି ସୋ’ରେ ଉର୍ଫି ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଅନେକ ଖୁଲାସା କରିଛନ୍ତି | ଉର୍ଫି ତାଙ୍କର ଭିନ୍ନ ପୋଷାକ ପିନ୍ଧାକୁ ନେଇ ଜଣାଶୁଣା। ଏହି ସୋ’ରେ ସେ ତାଙ୍କର ପୁରା ଜୀବନକୁ ଲୋକଙ୍କ ନିକଟରେ ପ୍ରକାଶ କରିଛନ୍ତି | ହେଲେ ଏତେ କମ ସମୟ ମଧ୍ୟରେ ସେ କିଭଳି ଏତେ ଲୋକପ୍ରିୟ ହେଲେ ଓ ତାଙ୍କୁ କେତେ ସଂଘର୍ଷ କରିବାକୁ ପଡ଼ିଥିଲା, ତାହା ଜଣାଇଛନ୍ତି ଉର୍ଫି।

ରିୟାଲିଟି ସୋ’ 'ଇଣ୍ଡିଆଜ୍ ବେଷ୍ଟ ଡ୍ୟାନ୍ସର-୪'ରେ ପହଞ୍ଚି ଉର୍ଫି କହିଥିଲେ ଯେ,“ମୁଁ ୧୭ବର୍ଷ ବୟସରେ ଘରୁ ପଳାଇ ଆସିଥିଲି। ମୋ ପରିବାରର ଚିନ୍ତାଧାରା ମୋ ସହ ମିଶୁନଥିଲା । ତେଣୁ ମୁଁ ମୋ ସ୍ବପ୍ନ ପୂରା କରିବା ପାଇଁ ଘର ଛାଡ଼ିଥିଲି। ହେଲେ ପରେ ମୁଁ ଏବଂ ମୋ ଭଉଣୀ ଆମ ପରିବାରର ଏକମାତ୍ର ଅନ୍ନଦାତା ହୋଇଗଲୁ । ସେବେଠାରୁ ମୁଁ ବହୁତ କିଛି ଦେଖିଛି ଏବଂ ଅନୁଭବ କରିଛି। ଅନେକ ସମୟରେ ମୁଁ ହତାଶ ହୋଇପଡ଼ିଥିଲି। ଲାଗୁଥିଲା ଆଉ ଆଗକୁ ବଢ଼ିପାରିବିନି। ହେଲେ ସବୁଥର ମୁଁ ତଳେ ପଡ଼ି ଉଠିବା ଛାଡ଼ିନଥିଲି। ସଫଳତା ମିଳୁନଥିଲେ ବି ମୁଁ ମୋ କାମ କରିବା ଛାଡ଼ିନଥିଲି, ଯାହାର ଫଳ ଆଜି ମୋତେ ମିଳିଛି।”

ଏ ଖବର ପଢ଼ନ୍ତ: https://sambad.in/entertainment/kartik-aaryan-rent-out-175-crore-juhu-apartment-need-money-to-survive-chandu-champion-6937175

ଏ ଖବର ପଢ଼ନ୍ତ:https://sambad.in/latest/parvathy-calls-mohanlals-amma-resignation-cowardly-amid-malayalam-cinema-chaos-6935391

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe