ଯାହା ପିନ୍ଧୁଥିଲି ଆଉ ପିନ୍ଧିବିନି, କ୍ଷମା ଚାହୁଁଛି; ଏଭଳି ଟ୍ବିଟ କରି ଚର୍ଚ୍ଚାରେ ଉର୍ଫି

ଯାହା ପିନ୍ଧୁଥିଲି ଆଉ ପିନ୍ଧିବିନି, କ୍ଷମା ଚାହୁଁଛି; ଏଭଳି ଟ୍ବିଟ କରି ଚର୍ଚ୍ଚାରେ ଉର୍ଫି

ମୁମ୍ବାଇ: ସବୁବେଳେ ନିଜ ପୋଷାକକୁ ନେଇ ଚର୍ଚ୍ଚାର ପରିସର ଭିତରକୁ ଆସିଥାନ୍ତି ବିଗ୍‌ବସ୍‌ ଫେମ୍‌ ତଥା ମଡେଲ୍‌ ଉର୍ଫି ଜାଭେଦ। ଅନେକ ଲୋକ ଉର୍ଫିଙ୍କୁ କ୍ରିଏଟିଭ୍ ବା ସୃଜନଶୀଳ ବୋଲି କହି ପ୍ରଶଂସା କରୁଥିବା ବେଳେ ଅନେକ ଲୋକ ତାଙ୍କର ସମାଲୋଚନା ବି କରନ୍ତି। ଏପରିକି ଉର୍ଫି ନିଜ ପୋଷାକ ମାଧ୍ୟମରେ ସମାଜକୁ ଖରାପ ବାର୍ତ୍ତା ଦେଉଛନ୍ତି ବୋଲି ବି ଅଧିକାଂଶ ସମୟରେ ଅଭିଯୋଗ ହୋଇଛି। ନିଜ ପୋଷାକକୁ ନେଇ ସବୁବେଳେ ବିବାଦରେ ରହୁଥିବା ଉର୍ଫି ଏବେ ସମସ୍ତଙ୍କୁ ଟ୍ବିଟ କରି କ୍ଷମା ମାଗିଛନ୍ତି। ମୁଁ ଯେଉଁଭଳି ପୋଷାକ ପିନ୍ଧୁଥିଲି, ସେଭଳି ପୋଷାକ ଆଉ ପିନ୍ଧିବିନି ବୋଲି ଟ୍ବିଟ କରିଛନ୍ତି ଉର୍ଫି।

ଉର୍ଫି କରିଥିବା ଟ୍ବିଟରେ ଲେଖାଯାଇଛି ଯେ, ମୁଁ ଯାହା ପିନ୍ଧେ, ସେଥିପାଇଁ ସମସ୍ତଙ୍କ ଭାବନାକୁ ଆଘାତ ଲାଗିଥିବାରୁ ମୁଁ କ୍ଷମା ମାଗୁଛି। ବର୍ତ୍ତମାନଠାରୁ ଆପଣମାନେ ଏକ ପରିବର୍ତ୍ତିତ ଉର୍ଫି ଦେଖିବେ, ପରିବର୍ତ୍ତିତ ପୋଷାକ ସହିତ। କ୍ଷମା।" ହଠାତ୍ ଉର୍ଫିଙ୍କ ଏଭଳି ଟ୍ବିଟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ନିଜ ପୋଷାକ ପାଇଁ ଅନେକଙ୍କ ସହ ଲଢ଼ୁଥିବା ଉର୍ଫି ଏଭଳି ନିଷ୍ପତ୍ତି କାହିଁକି ନେଲେ ସେ ପ୍ରଶ୍ନ ସମସ୍ତଙ୍କ ମନରେ ଆସିବା ଆରମ୍ଭ ହୋଇଥିଲା।

ହେଲେ ଏଭଳି ଟ୍ବିଟ କରିବା ପରେ ପରେ ଏପ୍ରିଲ ଫୁଲ୍ କରିବା ପାଇଁ ଉର୍ଫି ଏଭଳି କରିଥିବା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe