କଙ୍ଗନାଙ୍କୁ ଟାର୍ଗେଟ କରି ଭିଡିଓ ଜାରି କଲେ ଉର୍ମିଳା; ସମୟ ଓ ସ୍ଥାନ କହନ୍ତୁ, ମୁଁ ମୋ ସଂପତ୍ତିର କାଗଜପତ୍ର ନେଇ ଦେଖେଇ ଆସିବି

Advertisment
କଙ୍ଗନାଙ୍କୁ ଟାର୍ଗେଟ କରି ଭିଡିଓ ଜାରି କଲେ ଉର୍ମିଳା; ସମୟ ଓ ସ୍ଥାନ କହନ୍ତୁ, ମୁଁ ମୋ ସଂପତ୍ତିର କାଗଜପତ୍ର ନେଇ ଦେଖେଇ ଆସିବି

www.indiatoday.in

ମୁମ୍ବାଇ: ଗତ କିଛି ମାସ ହେବ ଅଭିନେତ୍ରୀ କଙ୍ଗନା ରାଣାୱତ ଓ ଉର୍ମିଳା ମାତୋଣ୍ଡକରଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଲାଗି ରହଛି। କିଛି ଦିନ ଅନ୍ତରରେ ପରସ୍ପର ପରସ୍ପରଙ୍କୁ ଟ‌ାର୍ଗେଟ କରୁଥିବାର ଦେଖିବ‌ାକୁ ମିଳୁଛି। ଉର୍ମିଳା ତାଙ୍କ ଅଫିସ୍‌ ବେଆଇନ୍‌ ଭାବେ କିଣିଛନ୍ତି ବୋଲି କଙ୍ଗନା ନିକଟରେ ଅଭି‌ଯୋଗ ଆ‌ଣିବା ପରେ ଉର୍ମିଳା ତାହାର ପ୍ରତି ଉତ୍ତରରେ ଟ୍ବିଟ୍‌ରରେ ଏକ ଭିଡିଓ ଜାରି କରିଛନ୍ତି।

ଭିଡିଓରେ ଉର୍ମିଳା କହିଛନ୍ତି, ‘ନମସ୍କ‌ାର କଙ୍ଗନାଜୀ। ଆପଣ ମୋ ପାଇଁ ଯେଉଁ ସମ୍ମାନର କଥା କହିଛନ୍ତି, ମୁଁ ସେଗୁଡ଼ିକ ଶୁଣିଛି। ବାସ୍ତବରେ, ସମଗ୍ର ଦେଶ ତାହା ଶୁଣିଛି। ଆଜି ସମଗ୍ର ଦେଶ ସାମ୍ନାରେ ମୁଁ କହିବାକୁ ଚାହେଁ ଯେ ଆପଣ ସ୍ଥାନ ଏବଂ ସମୟ ବାଛନ୍ତୁ। ମୁଁ ମୋର ସମସ୍ତ କାଗଜପତ୍ର ନେଇ ଆପଣଙ୍କୁ ଦେଖାଇବି। ସେସବୁ ଦେଖିବା ପରେ ଆପଣ ନିଶ୍ଚିତ ହୋଇଯିବ ଯେ ମୁଁ ଯେଉଁ ସଂପତ୍ତି କିଣିଛି ତାହା ମୋର ୨୫-୩୦ ବର୍ଷର କଠିନ ପରିଶ୍ରମର ଅର୍ଥରେ କିଣିଛି। ଯାହାକି ରାଜନୀତିରେ ପ୍ରବେଶ କରିବା ପୂର୍ବର ଅର୍ଥ। କିନ୍ତୁ ଆପଣଙ୍କୁ ଅନୁରୋଧ ଯେ ଡ୍ରଗ୍ସ ମାମଲାରେ ସଂପୃକ୍ତ କିଛି ଲୋକଙ୍କ ବିଷୟରେ ଆପଣଙ୍କ ନିକ‌ଟରେ ସୂଚନା ଅଛି ବୋଲି କହି ଯେଉଁ ସିକ୍ୟୁରିଟି  ସରକାରଙ୍କ ନିକଟରୁ ପାଇଛନ୍ତି ସେଇ ଲୋକମାନଙ୍କ ତାଲିକା ନେଇ ‌ମୋ ନିକଟକୁ ଆସିବେ।’

ଉଲ୍ଲେଖ‌େଯୋଗ୍ୟ, କଙ୍ଗନ ଅଭିଯୋଗ ଆଣିଥି‌ଲେ ଯେ ଉର୍ମିଳା ରାଜନୀତିରେ ପ୍ରବେଶ କରିବା ପରେ ୩ କୋଟି ଟଙ୍କାର ବେଆଇନ୍‌ ସଂପତ୍ତି କ୍ରୟ କରିଥିଲେ। ତାହାର ପ୍ରତି ଜବାବରେ ଉର୍ମିଳା ଟ୍ବିଟର୍‌ରେ ଏହି ଭିଡିଓ ଜାରି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe