ଲୋକଙ୍କୁ ପଚାରି ପ୍ରଥମ ଭାଷଣ ଦେଲେ ଉର୍ମିଲା! 'କାର୍ଯ୍ୟକର୍ତ୍ତା' ଉଚ୍ଚାରଣ ନ କରି ପାରିବାରୁ ଲୋକେ କହିଲେ; ଚୌକିଦାର କହି...

Advertisment
ଯୋଗ ଦେବାର ୫ ମାସ ପରେ କଂଗ୍ରେସ ଛାଡିଲେ ଉର୍ମିଲା ମାତୋଣ୍ଡକର

The Hitavada

ମୁମ୍ବାଇ : କିଛି ଦିନ ତଳେ କଂଗ୍ରେସରେ ଯୋଗ ଦେଇ ଚର୍ଚ୍ଚାର ପରିସରକୁ ଆସିଥିଲେ ବଲିଉଡ୍‌ ଅଭିନେତ୍ରୀ ଉର୍ମିଲା ମାତୋଣ୍ଡକର । ଯୋଗ ଦେବା ପରେ ମୁମ୍ବାଇ ଉତ୍ତର ଲୋକସଭା ଆସନ ପାଇଁ ତାଙ୍କୁ ଟିକେଟ୍‌ ମିଳିଥିବା ବେଳେ ଏବେ ସେ ଦେଇଥିବା ପ୍ରଥମ ଭାଷଣ ପାଇଁ ଚର୍ଚ୍ଚାରେ ରହିଛନ୍ତି । ପ୍ରଥମ ଭାଷଣରେ ହିଁ ସେ ଅନେକ ଭୁଲ୍‌ କରିଥିବାରୁ ଲୋକେ ତାଙ୍କୁ ସମାଲୋଚନା କରୁଥିବା ଦେଖା ଯାଇଛି ।

publive-image Gulf News

ନିଜ ଭାଷଣରେ ସେ ଆଗାମୀ ୫ବର୍ଷ ମଧ୍ୟରେ ମୁମ୍ବାଇରେ କୌଣସି ପରିବର୍ତ୍ତନ ଆସିବ ନାହିଁ ବୋଲି କହି ବଡ଼ ଭୁଲ କରିଥିଲେ । ଭାଷଣ ଦେବା ସମୟରେ ସେ 'କାର୍ଯ୍ୟକର୍ତ୍ତା' ଶବ୍ଦକୁ ଉଚ୍ଚାରଣ କରି ପାରି ନଥିଲେ । ଏହା ସହ ବିଭିନ୍ନ ସମୟରେ ତାଙ୍କ ପଛରେ ଠିଆ ହୋଇଥିବା ଲୋକଙ୍କୁ ସେ ପଚାରି ପଚାରି ଭାଷଣ ଦେଉଥିବା ଦେଖା ଯାଇଥିଲା । ତାଙ୍କର ଭାଷଣ ଦେବା ସମୟ ଭିଡିଓ ଭାଇରାଲ ହେବା ପରେ ଲୋକେ ତାଙ୍କୁ ସମାଲୋଚନା କରଥିବା ଦେଖାଯାଇଛି । ଜଣେ ଟିକେଟ ମିଳିଗଲା କିନ୍ତୁ ମ୍ୟାଡାମ୍‌ଙ୍କୁ ଭାଷଣ ଦେବା ଆସି ପାରିଲା ନାହିଁ ଲେଖିଥିବା ବେଳେ ଆଉ ଜଣେ କାର୍ଯ୍ୟକର୍ତ୍ତାର ଉଚ୍ଚାରଣ ଆସୁ ନାହିଁ ଯଦି ଚୌକିଦାର କହି ଦେଇଥାନ୍ତ । ତୁମ ସମ୍ମାନ ବଞ୍ଚି ଯାଇଥାନ୍ତା ବୋଲି କହିଥିବା ଦେଖା ଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe