କରୋନା ପଜିଟିଭ ହେଲେ ଉର୍ମିଲା, ଫ୍ୟାନ୍ସଙ୍କୁ ସୁରକ୍ଷିତ ଦୀପାବଳି ପାଳିବା ପାଇଁ ଦେଲେ ବାର୍ତ୍ତା 

Advertisment
କରୋନା ପଜିଟିଭ ହେଲେ ଉର୍ମିଲା, ଫ୍ୟାନ୍ସଙ୍କୁ ସୁରକ୍ଷିତ ଦୀପାବଳି ପାଳିବା ପାଇଁ ଦେଲେ ବାର୍ତ୍ତା 

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଉର୍ମିଲା ମାତେଣ୍ଡକର କରୋନା ସଂକ୍ରମିତ ହୋଇଛନ୍ତି। କରୋନା ପଜିଟିଭ ହେବା ପରେ ଉର୍ମିଲା ନିଜ ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରୁ ଟୁଇଟ କରି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି କି ଘରେ ସଙ୍ଗରୋଧରେ ରହିଛନ୍ତି। ଏଥିସହିତ ଉର୍ମିଲା ଲୋକଙ୍କୁ ସୁରକ୍ଷିତ ଦୀପାବଳି ପାଳିବା ପାଇଁ ବାର୍ତ୍ତା ବି ଦେଇଛନ୍ତି।

ଟୁଇଟ କରି ଉର୍ମିଲା ଲେଖିଛନ୍ତି, ମୁଁ କରୋନା ପଜିଟିଭ ଚିହ୍ନଟ ହୋଇଛି। ମୁଁ ଠିକ ଅଛି। ମୁଁ ନିଜକୁ ହୋମ କ୍ବାରେଣ୍ଟାଇନ କରି ଦେଇଛି। ମୋର ସମସ୍ତଙ୍କୁ ଅନୁରୋଧ କି ‌ଯେଉଁ ଲୋକମାନେ ମୋ ସଂସ୍ପର୍ଶରେ ଆସିଛନ୍ତି ସେମାନେ ତୁରନ୍ତ ନିଜର କରୋନା ପରୀକ୍ଷା କରାଇ ନିଅନ୍ତୁ। ଏଥିସହିତ ମୋର ସମସ୍ତଙ୍କୁ ଅନୁରୋଧ କି ଦୀପାବଳିର ଶୁଭ ଅବସରରେ ନିଜର ଯତ୍ନ ରଖିବେ।

ଉର୍ମିଲାଙ୍କ ଏହି ଟୁଇଟ ପାଇବା ପରେ ତାଙ୍କର ଫ୍ୟାନ୍ସ ଅଭିନେତ୍ରୀ ଶୀଘ୍ର ସୁସ୍ଥ ହୋଇଯିବେ ବୋଲି କାମନା କରିଛନ୍ତି। ମୁମ୍ବାଇରେ ଗତ ଶନିବାର ୩୦୧ଟି କରୋନା ମାମଲା ସାମ୍ନାକୁ ଆସିଥିଲା। ସମଗ୍ର ସହରରେ ଏଯାବତ ୭,୫୫,୬୩୨ଜଣ କରୋନାରେ ପୀଡିତ ହୋଇସାରିଛନ୍ତି। ସେହିପରି ଏହି ମହାମାରୀ କରୋନା ହେତୁ ୧୬,୨୪୪ଜଣଙ୍କ ମୃତ୍ୟୁ ହୋଇଛି। ଏବେ ବି ୩,୯୬୬ଟି ସକ୍ରିୟ ମାମଲା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe