ଜନ୍ମଦିନରେ ଅସଲି ହୀରା ଖଚିତ ଡ୍ରେସ୍ ପିନ୍ଧିଲେ ଉର୍ବଶୀ ରାଉତେଲା

Advertisment

ଅଭିନେତ୍ରୀ ଉର୍ବଶୀ ରାଉତେଲା ଅନେକ ସମୟରେ ନିଜର ବୟାନ ପାଇଁ ବିବାଦରେ ରହିଥାନ୍ତି। ଏବେ ଉର୍ବଶୀ ନିଜ ଜନ୍ମଦିନରେ ପିନ୍ଧିଥିବା ପୋଷାକକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ଅଭିନେତ୍ରୀ ଉର୍ବଶୀ ରାଉତେଲା ଅନେକ ସମୟରେ ନିଜର ବୟାନ ପାଇଁ ବିବାଦରେ ରହିଥାନ୍ତି। ଏବେ ଉର୍ବଶୀ ନିଜ ଜନ୍ମଦିନରେ ପିନ୍ଧିଥିବା ପୋଷାକକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

turvasirautela

ମୁମ୍ବାଇ: ଅଭିନେତ୍ରୀ ଉର୍ବଶୀ ରାଉତେଲା ଅନେକ ସମୟରେ ନିଜର ବୟାନ ପାଇଁ ବିବାଦରେ ରହିଥାନ୍ତି। କିଛି ଦିନ ତଳେ ସୁପରଷ୍ଟାର ନନ୍ଦମୁରୀ ବାଲକ୍ରିଷ୍ଣା ଓ ଅଭିନେତ୍ରୀ ଉର୍ବଶୀ ରାଉତେଲା ଫିଲ୍ମ 'ଡାକୁ ମହାରାଜ'ରେ ଏକାଠି ନଜର ଆସିଥିଲେ। ଏହି ଫିଲ୍ମର ଏକ ଗୀତ 'ଦାବିଡି ଦିବିଡ଼ି' ରିଲିଜ୍ ହେବା ପରେ ଏହାର କୋରିଓଗ୍ରାଫି କାହାକୁ ପସନ୍ଦ ଆସିନଥିଲା। ଉର୍ବଶୀଙ୍କ ସହିତ ନନ୍ଦମୁରୀଙ୍କର ଯେଉଁ ସବୁ ଡ୍ୟାନ୍ସ ଷ୍ଟେପ ରହିଥିଲା ତାହା ଲୋକଙ୍କୁ ପସନ୍ଦ ଆସିନଥିଲା। ଭିଡିଓ ସାମ୍ନାକୁ ଆସିବା ପରେ ଏତେ ବୟସ୍କ ହୋଇ ନନ୍ଦମୁରୀ କିଭଳି ନିଜ ଝିଅ ବୟସର ଅଭିନେତ୍ରୀଙ୍କ ସହ ଏଭଳି ନାଚିପାରୁଛନ୍ତି ବୋଲି ଲୋକେ ପ୍ରଶ୍ନ କରିଥିଲେ। ଏହା ସହ କିଛି ଲୋକ ଏହାକୁ ଅଶ୍ଲୀଳ ବୋଲି ମଧ୍ୟ କହିଥିଲେ।

ଏହି ଚର୍ଚ୍ଚା ଥମିବା ପରେ ଏବେ ଉର୍ବଶୀଙ୍କ ପୋଷାକକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ନିଜ ଜନ୍ମଦିନରେ ସେ ଅସଲି ହୀରା ଖଚିତ ପୋଷାକ ପିନ୍ଧିଥିଲେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। ସେ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି। ଏଥିରେ ସେ ସୋସିଆଲ ମିଡିଆ ଇନଫ୍ଲୁଏନସର ଓରିଙ୍କ ସହ ତାଙ୍କର ୩୧ତମ ଜନ୍ମଦିନ ପାଳନ କରୁଥିବାର ଦେଖାଯାଇଛି। ଭିଡିଓରେ ସେ  ଗୀତ 'ଦାବିଡି ଦିବିଡ଼ିରେ ନାଚୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ପୋଷ୍ଟ କରି ସେ ପିନ୍ଧିଥିବା ପୋଷାକ‌ରେ ଅସଲି ହୀରା ଲାଗିଥିବା ଲେଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe