ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଉର୍ବଶୀ ରାଉତେଲାଙ୍କ ନାମ ଅନେକ ଥର ଭାରତୀୟ କ୍ରିକେଟର ଋଷଭ ପନ୍ତଙ୍କ ସହ ଯୋଡାଯ‌ାଇଛି। କିନ୍ତୁ ଅଭିନେତ୍ରୀ ସବୁବେଳେ ଏହି ଖବରକୁ ଅସ୍ୱୀକାର କରିଆସିଛନ୍ତି। ଏହା ପରେ ବି ଉର୍ବଶୀ ଏବଂ ଋଷଭଙ୍କ ସମ୍ପର୍କ ବିଷୟରେ ମିଛ ଖବର ପ୍ରକାଶ କରି ଲୋକେ ଟ୍ରୋଲ କରୁଥିବା ଦେଖାଯାଏ। ବର୍ତ୍ତମାନ ଉର୍ବଶୀ ଏସବୁକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି। 

Advertisment

ଏକ ସାକ୍ଷାତକାରରେ ସେ କହିଛନ୍ତି, "ଏହି ଗୁଜବ ଏବଂ ମିମ୍ସର କୌଣସି ଅର୍ଥ ନାହିଁ। ମୁଁ ମୋର ବ୍ୟକ୍ତିଗତ ଜୀବନକୁ ବ୍ୟକ୍ତିଗତ ରଖିବାକୁ ପସନ୍ଦ କରେ | ମୁଁ ମୋର କ୍ୟାରିୟର ଏବଂ ଯେଉଁ କାର୍ଯ୍ୟରେ ମୁଁ ଆଗ୍ରହୀ ତାହା ଉପରେ ଧ୍ୟାନ ଦେଇଥାଏ | ଏସବୁ ବିଷୟ ଉପରେ ଚର୍ଚ୍ଚା କରିବା ପୂର୍ବରୁ ସତ କ’ଣ ତାହା ଜାଣିବା ଜରୁରୀ। ମୁଁ ବୁଝିପାରୁ ନାହିଁ କାହିଁକି ମୋତେ ନେଇ ଏତେ ମିମ୍ସ ତିଆରି ହେଉଛି। ତେବେ ଏସବୁ ଚର୍ଚ୍ଚାରୁ ନିଜକୁ ଦୂରେଇ ରଖିବା ପାଇଁ ମୁଁ ସବୁବେଳେ ନିଜ କାମ ଉପରେ ଧ୍ୟାନ ଦିଏ। ମୋ ଚାରିପାଖରେ ଥିବା ଲୋକଙ୍କ ସମର୍ଥନ ପାଇଁ ମୁଁ ଏତେ ଆଗକୁ ଆସିଛି।"

ଉର୍ବଶୀଙ୍କ ପେସାଦାର ଜୀବନକୁ ଦେଖିବାକୁ ଗଲେ ସେ ଖୁବ୍ ଶୀଘ୍ର ଫିଲ୍ମ ଏନବିକେ୧୦୯ରେ ନନ୍ଦମୁରୀ ବାଲକ୍ରିଷ୍ଣାଙ୍କ ସହିତ ନଜର ଆସିବେ। ଏହା ସହ ଅହମ୍ମଦ ଖାନଙ୍କ ନିର୍ଦ୍ଦେଶିତ ଫିଲ୍ମ ବାପରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିବ | ଉର୍ବଶୀଙ୍କୁ ଅକ୍ଷୟ କୁମାରଙ୍କ ସହ ଫିଲ୍ମ 'ୱେଲକମ ଟୁ ଦି ଜଙ୍ଗଲ'ରେ ମଧ୍ୟ ଦେଖିବାକୁ ମିଳିବ। ନିକଟରେ ସେ ଅନନ୍ୟା ପାଣ୍ଡେ ଅଭିନୀତ ୱେବ ସିରିଜ୍ କଲ୍ ମେ ବେରେ ଅଭିନୟ କରିଥିଲେ ଏବଂ ଏଥିରେ ବଲିଉଡ ଅଭିନେତ୍ରୀ ଭୂମିକାରେ ଅଭିନୟ କରିଥିଲେ।

ଏ ଖବର ପଢ଼ନ୍ତୁ- https://sambad.in/entertainment/aishwarya-rai-came-to-salman-khans-gym-at-galaxy-says-somy-ali-7081001

ଏ ଖବର ପଢ଼ନ୍ତୁ- https://sambad.in/sports/world-cup-winning-coach-rahul-dravids-prediction-for-indias-gambhir-era-7080879