୩ମିନିଟର ଆଇଟମ ଗୀତ ପାଇଁ ଉର୍ବଶୀ କେତେ ପାରିଶ୍ରମିକ ନେଇଛନ୍ତି ଜାଣନ୍ତୁ

Advertisment
୩ମିନିଟର ଆଇଟମ ଗୀତ ପାଇଁ ଉର୍ବଶୀ କେତେ ପାରିଶ୍ରମିକ ନେଇଛନ୍ତି ଜାଣନ୍ତୁ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ତାଙ୍କ ଗ୍ଲାମର ଏବଂ ଷ୍ଟାଇଲ ପାଇଁ ପ୍ରଶଂସକଙ୍କ ମଧ୍ୟରେ ସର୍ବଦା ଚର୍ଚ୍ଚାରେ ରହିଥାଆନ୍ତି। ଚଳିତଥର ଉର୍ବଶୀ ମୋଟାଅଙ୍କର ପାରିଶ୍ରମିକ ନେଇଥିବାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏଥର ଉର୍ବଶୀ ମାତ୍ର ତିନି ମିନିଟର ଏକ ଆଇଟମ ଗୀତ ପାଇଁ ୨ କୋଟି ଟଙ୍କାର ପାରିଶ୍ରମିକ ନେଇଥିବା କୁହାଯାଉଛି।

ତେବେ ଏହି ପାରିଶ୍ରମିକ ସିନେମାରେ ଖଳନାୟକ ଭୂମିକାରେ ଅଭିନୟ କରୁଥିବା ପ୍ରକାଶ ରାଜଙ୍କ ଦେୟଠାରୁ ଅଧିକ ପାରିଶ୍ରମିକ ରହିଥିବା କୁହାଯାଉଛି। କାରଣ ପ୍ରକାଶ ରାଜ ‘ୱାଲଟେୟାର ଭିରାୟା’ ଫିଲ୍ମ ପାଇଁ ୧.୫ କୋଟି ଟଙ୍କା ପାରିଶ୍ରମିକ ନେଇଛନ୍ତି।

ଉର୍ବଶୀ ଦକ୍ଷିଣ ସୁପରଷ୍ଟାର ଚିରଞ୍ଜୀବୀଙ୍କ ସହ ଫିଲ୍ମ ‘ୱାଲଟେୟାର ଭିରାୟା’ରେ ଏକ ଆଇଟମ ଗୀତ ‘ବସ ପାର୍ଟି’ରେ ଧମାଲ କରୁଥିବା ନଜର ଆସିଛନ୍ତି। ତାଙ୍କର ଆଇଟମ ନୃତ୍ୟ ବେଶ ଆକର୍ଷଣୀୟ ରହିଛି। ଏହା ସିନେମା ଦେଖୁଥିବା ଦର୍ଶକଙ୍କୁ ବେଶ ଖୋରାକ ଯୋଗାଇବ ବୋଲି ବି କୁହାଯାଉଛି।

ଉର୍ବଶୀ କେବଳ ବଲିଉଡରେ ନୁହେଁ କନ୍ନଡ ଏବଂ ତାମିଲ ସିନେମାରେ ମଧ୍ୟ କାମ କରୁଛନ୍ତି। ଗତ ବର୍ଷ ଉର୍ବଶୀ ତାମିଲ ସିନେମା ଜଗତରେ ଡେବ୍ୟୁ କରିଥିବା କଥା ଘୋଷଣା କରିଥିଲେ। ଏହି କ୍ରମରେ ସେ ଜେଡି ଜେରିଙ୍କ ସିନେମା ‘ଦି ଲିଜେଣ୍ଡ’ରେ ଅଭିନୟ କରିବାକୁ ଯାଉଛନ୍ତି ବୋଲି ଖବର ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe