ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଉର୍ବଶୀ ରାଉତେଲା ତାଙ୍କ ବୃତ୍ତିଗତ ଜୀବନ ଅପେକ୍ଷା ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଅଧିକ ଚର୍ଚ୍ଚାରେ ରହିଥାନ୍ତି | ତାଙ୍କର ସବୁ ସାକ୍ଷାତକାର ପ୍ରାୟ ଭାଇରାଲ ହୋଇଥାଏ | ନିଜ ସାକ୍ଷାତକାରରେ ସେ ବେଳେ ବେଳେ ଏଭଳି କିଛି କହିଦିଅନ୍ତି, ଯାହାକୁ ନେଇ ତାଙ୍କୁ ଟ୍ରୋଲ ବି କରାଯାଏ। ଗତ କିଛି ଦିନ ହେବ ସେଲିବ୍ରିଟିମାନଙ୍କ ଡେଟିଂ ଆପ୍ ପ୍ରୋଫାଇଲକୁ ନେଇ ଚର୍ଚ୍ଚା ହେଉଛି, ଯେଉଁଥିରେ ହ୍ରିତିକ ରୋଶନ, ଆଦିତ୍ୟ ରୟ କପୁର ଏବଂ ଅର୍ଜୁନ କପୁରଙ୍କ ନାମ ଅନ୍ତର୍ଭୁକ୍ତ ହୋଇଛି। ତେବେ ଏହି ଖବର ସତ କି ନୁହେଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

Advertisment

କିନ୍ତୁ ବର୍ତ୍ତମାନ ଉର୍ବଶୀ ରାଉତେଲା ସେଲିବ୍ରିଟିମାନଙ୍କ ଡେଟିଂ ଆପ୍ ପ୍ରୋଫାଇଲ ବିଷୟରେ ପ୍ରକାଶ କରିଛନ୍ତି। ସେ ଏକ ସାକ୍ଷାତକାରରେ କହିଛନ୍ତି ଯେ, ସେ ଆପରେ ଅନେକ ସେଲିବ୍ରିଟିଙ୍କ ପ୍ରୋଫାଇଲ୍ ଦେଖିଛନ୍ତି। ଏକ ସାକ୍ଷାତକାରରେ ଉର୍ବଶୀ କହିଛନ୍ତି ଯେ,- 'ମୁଁ ରାୟା ଡେଟିଂ ଆପରେ ଅଛି। କିନ୍ତୁ କେବଳ ସାଙ୍ଗମାନଙ୍କ ପାଇଁ, ଅନ୍ୟ କୌଣସି କାମ ପାଇଁ ନୁହେଁ | ବଲିଉଡ ଷ୍ଟାର ହ୍ରିତିକ୍ ରାୟାରେ ଅଛନ୍ତି | ମୁଁ ଆପରେ ଆଦିତ୍ୟ ରୟ କାପୁର ଓ ହ୍ରିତିକଙ୍କ ପ୍ରୋଫାଇଲ ମଧ୍ୟ ଦେଖିଛି | ତାଙ୍କ ବ୍ୟତୀତ ମୁଁ ଆପରେ ଅନ୍ୟ ଅନେକ ସେଲିବ୍ରିଟିଙ୍କ ପ୍ରୋଫାଇଲ ଦେଖିଛି |'

ଏହା ଶୁଣି ତାଙ୍କୁ ପ୍ରଶ୍ନ କରାଗଲା ଯେ, ସେ ଦୁହିଁଙ୍କ ପ୍ରୋଫାଇଲ ଦେଖି ତାଙ୍କ ସହ କଥା ହେବାକୁ ଚେଷ୍ଟା କରିଛନ୍ତି କି? ଉତ୍ତରରେ ଉର୍ବଶୀ କହିଥିଲେ, "ନା । କାରଣ ଦୁହିଁଙ୍କ ନମ୍ବର ମୋ ପାଖରେ ଅଛି । ମୁଁ କାହିଁକି ଡେଟିଂ ଆପରେ ଦୁହିଁଙ୍କୁ ଯୋଗାଯୋଗ କରିବି।"

ଏ ଖବର ପଢ଼ନ୍ତୁ- https://sambad.in/crime/multiple-affairs-jealousy-marriage-proposal-gone-wrong-7098061

ଏ ଖବର ପଢ଼ନ୍ତୁ-

https://sambad.in/entertainment/up-politics-lok-janshakti-party-president-chirag-paswan-gave-advice-to-bjp-mp-and-film-actress-kangana-ranaut-7096058