ଉର୍ବଶୀଙ୍କ ପୋଷ୍ଟ ଦେଖି ଲୋକେ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ପୁଣି କ’ଣ ଋଷଭଙ୍କ କଥା ମନେ ପଡ଼ିଗଲା କି?’

Advertisment
ଉର୍ବଶୀଙ୍କ ପୋଷ୍ଟ ଦେଖି ଲୋକେ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ପୁଣି କ’ଣ ଋଷଭଙ୍କ କଥା ମନେ ପଡ଼ିଗଲା କି?’

ନୂଆଦିଲ୍ଲୀ:ବଲିଉଡ୍ ଅଭିନେତ୍ରୀ ଉର୍ବଶୀ ରୌତେଲା ପୁଣି ଥରେ କ୍ରିକେଟ୍ ତାରକା ଋଷଭ ପନ୍ଥଙ୍କ କାରଣରୁ ଲାଇମଲାଇଟକୁ ଆସିଛନ୍ତି।

ଉର୍ବଶୀ ଯେକୌଣସି ପୋଷ୍ଟ ସେୟାର କଲେ ବି ଲୋକଙ୍କୁ କ୍ରିକେଟରଙ୍କ କଥା ମନେ ପଡ଼ି ଯାଇଥାଏ। ଉର୍ବଶୀ ନିକଟରେ ଏକ ଭିଡିଓ ସେୟାର କରିଛନ୍ତି। ଏଥିରେ ସେ ‘ଦିଲ ଚିଜ ତୁଝେ ଦେ ଦି’ ଗୀତରେ ନିଜର ଅନ୍ଦାଜ ଦେଖାଉଥିବା ଦେଖିବାକୁ ମିଳୁଛି।

ଖୋଲା କେଶ ସହିତ ମେକଅପ ନେଇ ଉର୍ବଶୀ ଭିଡିଓ ପୋଷ୍ଟ କରି କ୍ୟାପସନରେ ଲେଖିଛନ୍ତି,‘ତୁମେ ମୋର କ’ଣ?’ ଏହି ପୋଷ୍ଟ ପରେ ଲୋକେ ପୁଣି ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଆଉ କହିଛନ୍ତି, ‘ଉର୍ବଶୀ ନିଶ୍ଚୟ ଏହି ପୋଷ୍ଟ ପନ୍ତଙ୍କ ପାଇଁ କରିଛନ୍ତି।’
ଏଥିପାଇଁ ଲୋକେ ତାଙ୍କୁ ଟ୍ରୋଲ କରିବା ବି ଆରମ୍ଭ କରିଛନ୍ତି।

ସୋସିଆଲ ମିଡିଆ ବ୍ୟବହାରକାରୀ କହିଛନ୍ତି, ‘ଆପଣଙ୍କୁ ପୁଣି କ’ଣ ଋଷଭ ପନ୍ତ କଥା ମନେ ପଡ଼ିଯାଇଛି। କିନ୍ତୁ ଯେତେ ଯାହା ହୋଇଯାଉ, ସେ ଆପଣଙ୍କ କଥାରେ ଫସିବେ ନାହିଁ।
ଆଉ ଜଣେ ଲେଖିଛନ୍ତି, ‘ ତୁମର ଏହି ଭିଡିଓ ଦେଖି ଆଉ କିଛି ମନେପଡ଼ି ଯାଇଛି, ଦୟାକର ଏଭଳି ଭିଡିଓ କରି ଭୟଭୀତ କରନାହିଁ।’

କିଛିଦିନ ତଳେ ଇର୍ବଶୀ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରିରେ ମୁମ୍ବାଇର କୋକିଲାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲର ଏକ ଫଟୋ ସେୟାର୍ କରିଥିଲେ। ଏହି ଫଟୋକୁ ଦେଖିବା ପରେ ଲୋକେ ଅନୁମାନ କରିଥିଲେ, ଯେ ଉର୍ବଶୀ ପନ୍ତଙ୍କୁ ଭେଟିବାକୁ ହସ୍ପିଟାଲ୍କୁ ଯାଇଥିଲେ।

ତେବେ ବାସ୍ତବରେ ଉର୍ବଶୀ ପନ୍ତଙ୍କୁ ଭେଟିଥିଲେ କି ନାହିଁ ତାହା ସ୍ପଷ୍ଟ ହୋଇ ନଥିଲା। ମାତ୍ର ପ୍ରଶଂସକମାନେ ଉର୍ବଶୀଙ୍କୁ ଟ୍ରୋଲ କରିବା ଆରମ୍ଭ କରିଥିଲେ। ତେବେ ଋଷଭ ଏବଂ ଉର୍ବଶୀଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିବା କଥା ବହୁ ଦିନରୁ ଚର୍ଚ୍ଚା ହେଉଥିଲେ ବି ଏ ପ୍ରସଙ୍ଗରେ ଦୁହେଁ କିନ୍ତୁ ଗଣମାଧ୍ୟମରେ କୌଣସି ପ୍ରକାର ପ୍ରତିକ୍ରିୟା ଦେଇ ନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe