JANSATA
ନୂଆଦିଲ୍ଲୀ : ନିଜର ବୋଲ୍ଡ ଅନ୍ଦାଜ ଏବଂ ସୌନ୍ଦର୍ଯ୍ୟ ପାଇଁ ସର୍ବଦା ଚର୍ଚ୍ଚାରେ ରହିଆସିଛନ୍ତି ଉର୍ବଶୀ ରାଉତେଲା । ବର୍ତ୍ତମାନ ସେ ତାଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ହେଟଷ୍ଟୋରି-୪’କୁ ନେଇ ରହିଛନ୍ତି ଚର୍ଚ୍ଚାରେ। ତେବେ ଆପଣ ଭାବୁଥିବେ ଚଳଚ୍ଚିତ୍ର କିମ୍ବା ସେଥିରେ ତାଙ୍କ ଅଭିନୟକୁ ନେଇ କିଛି କଥା ରହିଥିବ। ପ୍ରକୃତରେ କଥା କଣ କି ‘ହେଟଷ୍ଟୋରି-୪’ ପାଇଁ ତାଙ୍କୁ ୨୫ ଲକ୍ଷ ଟଙ୍କା ପାରିଶ୍ରମିକ ମିଳିଥିଲା ଏବଂ ଉର୍ବଶୀ ଏହି ଟଙ୍କାରେ ୮୩ ହଳ ଜୋତା କିଣିବା ସହ ମସାଜର ଆନନ୍ଦ ନେଇଥିଲେ।
Dainik Bhaskarବଲିଉଡର ହିରୋଇନମାନଙ୍କ ସହ ତୁଳନା କଲେ ଉର୍ବଶୀ ବହୁ କମ ପରିମାଣର ପାରିଶ୍ରମିକ ପାଇଛନ୍ତି। ମାତ୍ର ୨୫ ଲକ୍ଷ ଟଙ୍କା ମିଳିଥିଲା ଉର୍ବଶୀଙ୍କୁ ‘ହେଟଷ୍ଟୋରି-୪’ ଚଳଚ୍ଚିତ୍ର ପାଇଁ । ତେବେ ତାଙ୍କ ଖର୍ଚ୍ଚ ବିଷୟରେ ଶୁଣି ଆପଣ ମୁଣ୍ଡରେ ହାତ ଦେବେ । ଆଜ୍ଞା ହଁ , ‘ହେଟଷ୍ଟୋରୀ-୪’ର କିଛି ଅଂଶ ଲଣ୍ଡନରେ ସୁଟିଂ ହୋଇଥିଲା । ଏହି ସମୟରେ ତାଙ୍କୁ ମିଳିଥିବା ଟଙ୍କାରେ ସେ ମସାଜ କରିଥିଲେ, ଯାହାର ପ୍ରତିଥରର ଖର୍ଚ୍ଚ ଆସୁଥିଲା ଅଢ଼େଇ ଲକ୍ଷ ଟଙ୍କା ।ଏହା ପରେ ଉର୍ବଶୀ ସେଠାରେ ୮୩ ହଳ ଜୋତା କିଣିଥିଲେ ଏବଂ ତାଙ୍କର ସମସ୍ତ ଟଙ୍କା ଖର୍ଚ୍ଚ କରିଦେଇଥିଲେ । ଉର୍ବଶୀ ଏତେ ଜୋତା କିଣିଥିଲେ ଯେ ଫ୍ଲାଇଟରେ ଆସିବା ସମୟରେ ତାଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା।
Celebrity Wittyମିଡ଼ିଆ ସୂତ୍ରରୁ ଜଣାପଡ଼ିଛି ଉର୍ବଶୀଙ୍କ ପାଖରେ ପାଖାପାଖି ୮ଟି ଆଇଫୋନ ଏକ୍ସ ରହିଛି । ତେବେ ଉବର୍ଶୀ ବଲିଉଡ଼ରେ ସେତେଟା ସଫଳତା ପାଇ ନ ଥିଲେ ମଧ୍ୟ ସେ ମଡ଼େଲିଂରେ ଅନେକ ସଫଳତା ହାସଲ କରିଛନ୍ତି ଏବଂ ଏକ ବିଳାସପୂର୍ଣ୍ଣ ଜୀବନଯାପନ କରୁଛନ୍ତି।
Follow Us