ରେହାଙ୍କ ନାମ‌ରେ ମାମଲା ରୁଜୁ ହେବା ପରେ ଏପରି ପୋଷ୍ଟ୍‌ କଲେ ଅଙ୍କିତା

ରେହାଙ୍କ ନାମ‌ରେ ମାମଲା ରୁଜୁ ହେବା ପରେ ଏପରି ପୋଷ୍ଟ୍‌ କଲେ ଅଙ୍କିତା

India TV News

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା ଏବେ ନୂଆ ମୋଡ଼ ନେଇଛି। ସୁଶାନ୍ତଙ୍କ ମୃତ୍ୟୁ ପରେ ମୁମ୍ବାଇ ପୁଲିସ୍‌ ତାଙ୍କ ସହ ଜଡ଼ିତ ଅନେକ ଲୋକଙ୍କ ବୟାନ ରେକର୍ଡ କରିସାରିବା ପରେ ଏବେ ତାଙ୍କ ପୂର୍ବତନ ପ୍ରେମିକା ରେହା ଚର୍କବର୍ତ୍ତୀଙ୍କ ନାମରେ ମାମଲା ରୁଜୁ ‌ହୋଇଛି।

ସୁଶାନ୍ତଙ୍କ ବାପା ପାଟ୍‌ନା‌ରେ ରେହାଙ୍କ ନାମରେ ମାମଲା ରୁଜୁ କରିଥିବା କଥା ଆପଣ ଜାଣିଥିବେ ନିଶ୍ଚୟ। ତେବେ, ରେହାଙ୍କ ନାମରେ ମାମଲା ରୁଜୁ ହେବା ପରେ ସୁଶାନ୍ତଙ୍କ ପ୍ରଥମ ପ୍ରେମିକା ଅଙ୍କିତା ଲୋଖଣ୍ଡେଙ୍କର ଏକ ସୋସିଆଲ୍‌ ମିଡିଆ ପୋଷ୍ଟ୍‌ ଏବେ ଚର୍ଚ୍ଚା ପାଲଟିବାରେ ଲାଗିଛି।

ଅଙ୍କିତା ତ‌ାଙ୍କ ଇନ୍‌ଷ୍ଟାଗ୍ରାମ୍‌ ପୋ‌ଷ୍ଟ୍‌ରେ ଲେଖିଛନ୍ତି, ‘ସତ୍ୟ ଜିତେ’। ଅଙ୍କିତାଙ୍କର ଏହି ପୋଷ୍ଟ୍‌ ରେହା ଚର୍କବର୍ତ୍ତୀଙ୍କ ଉଦେଶ୍ୟରେ ଲେଖାଯାଇଛି ବୋଲି ସୋସିଆଲ୍‌ ମିଡିଆ ବ୍ୟବହାରକାରୀମାନେ ମତ ରଖିଛନ୍ତି।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ସୁଶାନ୍ତଙ୍କ ବାପା ରେହାଙ୍କ ବିରୋଧରେ ଏକ ଗମ୍ଭୀର ଆରୋପ ଲଗାଇ ରେହାଙ୍କ ନାମରେ ଏଫ୍‌ଆଇଆର୍‌ ଦର୍ଜ କରିଛନ୍ତି। ସେ ଅଭିଯୋଗ ଆଣିଛନ୍ତି କି ସୁଶାନ୍ତଙ୍କୁ ନିଜ ପରିବାରଠାରୁ ଦୂର କରିବାକୁ ରେହା ଚେ‌ଷ୍ଟା କରିଥିଲେ। ଏପରିକି ପରିବାର ଲୋକଙ୍କ ସହ ଯୋଗାଯୋଗ ନକରିବା ପାଇଁ ସେ ସୁଶାନ୍ତର ଫ‌ୋନ୍‌ ନମ୍ବର ବି ବଦଳାଇ ଦେଇଥିଲେ। ତାଙ୍କ ନଜର ସୁଶାନ୍ତଙ୍କ ଟଙ୍କା ଉପରେ ଥିଲା ବୋଲି ସୁଶାନ୍ତଙ୍କ ବାପା ଅଭିଯୋଗ ଆଣିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe