ବିଗବସ ଓଟିଟିରେ ସାମିଲ ହୋଇଥିବା ବଡ଼ାପାୱ ଗାର୍ଲ ବଖାଣିଲେ ନିଜ ପ୍ରେମକାହାଣୀ

ବିଗବସ ଓଟିଟିରେ ସାମିଲ ହୋଇଥିବା ବଡ଼ାପାୱ ଗାର୍ଲ ବଖାଣିଲେ ନିଜ ପ୍ରେମକାହାଣୀ

ନୂଆଦିଲ୍ଲୀ: ଜୁନ ୨୧ରୁ ଆରମ୍ଭ ହୋଇଥିବା  ବିଗବସ ଓଟିଟିର ତୃତୀୟ ସିଜନରେ ଦିଲ୍ଲୀରେ ବଡ଼ା ପାୱ ବିକ୍ରି କରୁଥିବା ମହିଳା ଚନ୍ଦ୍ରିକା ଗେରା ଦୀକ୍ଷିତ ସାମିଲ ହୋଇଛନ୍ତି। ଏହାପର ଠାରୁ ଚନ୍ଦ୍ରିକା ଲାଇମ ଲାଇଟକୁ ଆସିଛନ୍ତି। ଲୋକେ ତାଙ୍କ ବିଷୟରେ ଅଧିକରୁ ଅଧିକ ଜାଣିବାକୁ ଚାହୁଁଛନ୍ତି।

ଏହି କ୍ରମରେ ଚନ୍ଦ୍ରିକାଙ୍କ ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ସେ ତାଙ୍କ ପ୍ରେମକାହାଣୀ ବଖାଣିଛନ୍ତି। ଭାଇରାଲ ଭିଡିଓରେ ଚନ୍ଦ୍ରିକାଙ୍କୁ କହୁଥିବା ଶୁଣିବାକୁ ମିଳୁଛି, ‘ମୋ ଉପରେ କୌଣସି ଆଞ୍ଚ ଆସିବାକୁ ମୋ ସ୍ବାମୀ ଦିଅନ୍ତି ନାହିଁ। ପରସ୍ପରକୁ ବୁଝିବା ପରେ ସାଥୀ ହୋଇବାଟ ଚାଲିବାକୁ ଆମେ ସ୍ଥିର କରିଥିଲୁ। ସ୍ବାମୀ ମୋ ଠାରୁ ତିନିବର୍ଷ ବଡ଼। ତଥାପି ସେ ମୋତେ ତାଙ୍କ ଝିଅ ଭଳି ଛୋଟ ଛୁଆଭଳି ସ୍ନେହ ଓ ଭଲପାଇବା ଦିଅନ୍ତି।

ମୋ ପୂର୍ବରୁ ସେ କେବେ କୌଣସି ମହିଳାଙ୍କୁ ତାଙ୍କ ବାଇକରେ ବସାଇ ନଥିଲେ। ହସ, ଖୁସି, ସମସ୍ୟା ଓ ସଫଳତା ପ୍ରତ୍ୟେକ ମୁହୂର୍ତ୍ତକୁ ସେ ମୋ ସହିତ ହିଁ କାଟିବାକୁ ଚାହାନ୍ତି। ମୁଁ ସବୁବେଳେ ଗପୁଥାଏ ଏହାହିଁ ସେ ଚାହାନ୍ତି। ସ୍ବାମୀ ସ୍ତ୍ରୀ ଅପେକ୍ଷା ମୋ ସ୍ବାମୀ ସବୁବେଳେ ପ୍ରେମିକ ଓ ପ୍ରେମିକା ଭଳିଆ ରହିବାକୁ ଚାହାନ୍ତି।’

ନିକଟରେ ଚନ୍ଦ୍ରିକା ତାଙ୍କ ରୋଜଗାର ବିଷୟରେ ପ୍ରତିକ୍ରିୟା ଦେଇ କହିଥିଲେ, ‘ ମୋର ଦିନକୁ ପ୍ରାୟତଃ ୪୦ହଜାର ଟଙ୍କା ରୋଜଗାର ହୋଇଯାଇଥାଏ।’

ଚନ୍ଦ୍ରିକାଙ୍କ ଏହି ଆୟକୁ ଦେଖି ଅନୁମାନ କରାଯାଉଛି, ‘ଦିନକୁ ଯଦି ସେ ୪୦ହଜାର ଟଙ୍କା ଆୟ କରୁଛନ୍ତି। ତେବେ ତାଙ୍କର ମାସିକ ଆୟ ୧କୋଟି ୨୦ଲକ୍ଷ ଟଙ୍କା ଥିବା ଅନୁମାନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe