ବିଗବସ ଓଟିଟିରେ ନଜର ଆସୁଥିବା ବଡ଼ା ପାୱ ଗାର୍ଲଙ୍କ ଦିନକୁ ଆୟ କେତେ ଜାଣନ୍ତୁ

ବିଗବସ ଓଟିଟିରେ ନଜର ଆସୁଥିବା ବଡ଼ା ପାୱ ଗାର୍ଲଙ୍କ ଦିନକୁ ଆୟ କେତେ ଜାଣନ୍ତୁ

ନୂଆଦିଲ୍ଲୀ: ବିଗବସ ଓଟିଟିର ତୃତୀୟ ସିଜନ ଜୁନ ୨୧ରୁ ଆରମ୍ଭ  ହୋଇଯାଇଛି। ଏହି ସିଜନ ଅନ୍ୟ ସିଜନ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ରହିଛି। ଏଥର ସୋ’ର ଉପସ୍ଥାପକଙ୍କ ସହିତ ପ୍ରତିଯୋଗୀଙ୍କ ଚୟନ ବି ଭିନ୍ନ ରହିଛି। ଚଳିତଥର ବିଗବସ ଓଟିଟି ସିଜନ -୩ରେ ଯେଉଁ ବ୍ୟକ୍ତିମାନେ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହୋଇଛନ୍ତି ସେମାନଙ୍କୁ ଦେଖିବାକୁ ମିଳିବ।

କିଛିଦିନ ହେବ ଦିଲ୍ଲୀରେ ବଡ଼ା ପାୱ ବିକ୍ରି କରୁଥିବା ମହିଳା ଚନ୍ଦ୍ରିକା ଗେରା ଦୀକ୍ଷିତ ଚର୍ଚ୍ଚାରେ ରହିଛନ୍ତି । ଯିଏକି ଦିଲ୍ଲୀରେ ନିଜର ଏକ ଠେଲା ଲଗାଇ ବଡ଼ା ପାୱ ବିକ୍ରି କରନ୍ତି। ଚନ୍ଦ୍ରିକାଙ୍କ ବ୍ୟକ୍ତିଗତ ଜୀବନ କଥା କହିଲେ ତାଙ୍କୁ ଜୀବନରେ ଅନେକ ସଂଘର୍ଷ କରିବାକୁ ପଡ଼ିଛି। ଏହି ସଂଘର୍ଷକୁ ଉଭୟ ସ୍ବାମୀ ଓ ସ୍ତ୍ରୀ ମିଳିତ ଭାବେ ସାମ୍ନା କରିଛନ୍ତି। ‌ଯେଉଁଥିପାଇଁ ଆଜି ଚନ୍ଦ୍ରିକାଙ୍କୁ ଗୋଟିଏ ପରେ ଗୋଟିଏ ସଫଳତା ମିଳିବାକୁ ଲାଗିଛି।

ଜୁନ ୨୧ରେ ରିଲିଜ ହୋଇଥିବା ‘ବିଗବସ ଓଟିଟି ସିଜନ-୩’ରେ ଚନ୍ଦ୍ରିକା ଗେରା ଦୀକ୍ଷିତଙ୍କୁ ଦେଖିବାକୁ ମିଳୁଛି। ସୋ’କୁ ଆସିବା ପରଠାରୁ ଲୋକେ ଚନ୍ଦ୍ରିକାଙ୍କ ଦିନକୁ ରୋଜଗାର କେତେ ତାହା ଜାଣିବାକୁ ଚାହିଁଛନ୍ତି।

ନିକଟରେ ଚନ୍ଦ୍ରିକା ତାଙ୍କ ରୋଜଗାର ବିଷୟରେ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ ମୋର ଦିନକୁ ପ୍ରାୟତଃ ୪୦ହଜାର ଟଙ୍କା ରୋଜଗାର ହୋଇଯାଇଥାଏ।’

ଚନ୍ଦ୍ରିକାଙ୍କ ଏହି ଆୟକୁ ଦେଖି ଅନୁମାନ କରାଯାଉଛି, ‘ଦିନକୁ ଯଦି ସେ ୪୦ହଜାର ଟଙ୍କା ଆୟ କରୁଛନ୍ତି। ତେବେ ତାଙ୍କର ମାସିକ ଆୟ ୧କୋଟି ୨୦ଲକ୍ଷ ଟଙ୍କା ଥିବା ଅନୁମାନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe