ଦିୟା ମିର୍ଜାଙ୍କ ସହିତ ବୈଭବଙ୍କ ବିବାହକୁ ନେଇ ପୂର୍ବ ପତ୍ନୀ ଦେଲେ ଏଭଳି ପ୍ରତିକ୍ରିୟା

ଦିୟା ମିର୍ଜାଙ୍କ ସହିତ ବୈଭବଙ୍କ ବିବାହକୁ ନେଇ ପୂର୍ବ ପତ୍ନୀ ଦେଲେ ଏଭଳି ପ୍ରତିକ୍ରିୟା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଦିୟା ମିର୍ଜା ଗତ ସୋମବାର ପ୍ରତିଷ୍ଠିତ ବ୍ୟବସାୟୀ ବୈଭବ ରେଖୀଙ୍କୁ ବିବାହ କରିଛନ୍ତି। ଦୁଇଜଣ ଏହି ବିବାହ ପାଇଁ ଖୁବ୍ ଉତ୍ସାହିତ ଥିଲେ। ବର୍ତ୍ତମାନ ବୈଭବଙ୍କ ପୂର୍ବତନ ପତ୍ନୀ ସୁନୈନ ଦୁଇଜଣଙ୍କ ବିବାହକୁ ନେଇ ମୁହଁ ଖୋଲିଛନ୍ତି।

ସୁନୈନା ଜଣେ ଯୋଗ ଏବଂ ଲାଇଫଷ୍ଟାଇଲ କୋଚ। ସେ ତାଙ୍କ ଇନଷ୍ଟାଗ୍ରାମରେ କିଛି ଫଟୋ ଏବଂ ଭିଡିଓ ସେୟାର କରିଛନ୍ତି। ଏହି ପୋଷ୍ଟ ସେୟାର କରି ସେ ଲେଖିଛନ୍ତି, ମୋ ପୂର୍ବତନ ସ୍ବାମୀ ବୈଭବ ଦିୟାଙ୍କୁ ବିବାହ କରିଛନ୍ତି। ଏହାକୁ ନେଇ ଏଇ କିଛିଦିନ ହେବ ମୋ ପାଖକୁ ବହୁତ ମସେଜ ଆସୁଛି। କାରଣ ମୁଁ ଏବଂ ସମାୟରା ଠିକ ଅଛୁ କି ନାହିଁ? ପ୍ରଥମେ ମୋତେ ମନେ ପକାଇଥିବାରୁ ଧନ୍ୟବାଦ। ଆମେ ସମ୍ପୂର୍ଣ୍ଣ ଠିକ ଅଛୁ। ମୋ ଝିଅ ବି ବୈଭବଙ୍କ ବିବାହକୁ ନେଇ ଖୁସି ଅଛି। ଆମର ମୁମ୍ବାଇରେ କୌଣସି ସମ୍ପର୍କୀୟ ନାହାନ୍ତି। ଏହା ଭଲ କଥା କି ଆମର ପରିବାର ବଢ଼ିଗଲା। ସମାୟରା ତାଙ୍କ ପିତା ଏବଂ ଦିୟାଙ୍କ ପାଇଁ ମୁଁ ବହୁତ ଖୁସି ଅଛି।

दीया और वैभव

ଦିୟା ଓ ବୈଭବଙ୍କ ଏହା ଦ୍ବିତୀୟ ବିବାହ। ଦିୟାଙ୍କ ବିବାୟ ବୈଭବଙ୍କ ପୂର୍ବରୁ ସାହିଲ ସଙ୍ଘାଙ୍କ ସହିତ ହୋଇଥିଲା। ୧୧ବର୍ଷ ଧରି ଦୁହେଁ ଏକାଠି ରହିବା ପରେ ୨୦୧୯ରେ ଦୁହେଁ ଅଲଗା ହୋଇଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe