ବିବାହ ପାଇଁ ଧୁମଧାମରେ ପ୍ରସ୍ତୁତି ଚାଲିଥିବା ବେଳେ ବରୁଣ ହେଲେ ଦୁର୍ଘଟଣାର ଶିକାର

Advertisment
ବିବାହ ପାଇଁ ଧୁମଧାମରେ ପ୍ରସ୍ତୁତି ଚାଲିଥିବା ବେଳେ ବରୁଣ ହେଲେ ଦୁର୍ଘଟଣାର ଶିକାର

Newstrack.com

ଅଲ୍ଲିବାଗ: ବି’ ଟାଉନ୍ ଅଭିନେତା ବରୁଣ ଧାଵନ ଓ ତାଙ୍କ ପ୍ରେମିକା ନତାଶା ଦଲାଲ୍ ଆଜି ବିବାହ ବନ୍ଧନରେ ବାନ୍ଧି ହେବେ। ଅଲ୍ଲିବାଗର୍ ମ୍ୟାନସନ୍ ହାଉସ୍‌ରେ ସେମାନଙ୍କ ବିବାହ ସମାପନ ହେବ। ଏଥିପାଇଁ ଜୋରସୋର ପ୍ରସ୍ତୁତି ଚାଲିଥିବା ବେଳେ  ହଠାତ ବରୁଣ ଦୁର୍ଘଟଣାର ଶିକାର ହୋଇଥିବା ଖବର ସାମ୍ନାକୁ ଆସିଛି।

ପ୍ରକାଶିତ ରିପୋର୍ଟ ମୁତାବକ, ବରୁଣ ନତାସାଙ୍କ ପରିବାରର ଲୋକେ ୨୨ ଜାନୁଆରିରେ ଅଲ୍ଲିବାଗରେ ପହଞ୍ଚି ଯାଇଥିଲେ। ଏଠାରେ ବରୁଣ ବିବାହ ପୂର୍ବରୁ ତାଙ୍କ ବନ୍ଧୁମାନଙ୍କ ପାଇଁ ଏକ ବ୍ୟାଚଲର୍ ପାର୍ଟି ରଖିଥିଲେ। ବ୍ୟାଚଲର୍ ପାର୍ଟି ପରେ ବରୁଣ ଜାନୁଆରି ୨୩ରେ ଅଲ୍ଲିବାଗର ‘ଦ ମେନସନ୍ ହାଉସ୍’ ରିଜର୍ଟକୁ ଫେରୁଥିଲେ। ଏହି ସମୟରେ ତାଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସୌଭାଗ୍ୟବଶତଃ ଏଥିରେ ତାଙ୍କୁ କୌଣସି ପ୍ରକାର ଆଘାତ ଲାଗି ନାହିଁ ଆଉ ସେ ସୁସ୍ଥ ଅଛନ୍ତି।

While going to Alibaug, Varun Dhawan's car was accident, the groom survived the king - Connexionblog

ଏହି ଖବର ବରୁଣଙ୍କ ପରିବାର ଓ ପ୍ରଶଂସକଙ୍କ ପାଖରେ ପହଞ୍ଚିବା ପରେ ବିବାହ ପାଇଁ ଉତ୍ସବ ମୁଖର ଥିବା ମହୋଲ କିଛି ସମୟ ପାଇଁ ଶାନ୍ତ ପାଲଟି ଯାଇଥିଲା। କିନ୍ତୁ ପରେ ତାଙ୍କର କିଛି ହୋଇ ନଥିବା ଖବର ମିଳିବା ପରେ ପୂର୍ବ ଭଳି ବିବାହ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିଲା। ଟ୍ରାଫିକ ଜାମ ଏବଂ ଖରାପ ରାସ୍ତା ଯୋଗୁଁ ତାଙ୍କ ଗାଡିଟି ଭାରସାମ୍ୟ ହରାଇ ଛୋଟ ଦୁର୍ଘଟଣାର ଶିକାର ହୋଇଥିବା ରିପୋର୍ଟରୁ ଜଣାପଡିଛି ।

ବରୁଣ ଏବଂ ନତାସାଙ୍କର ବିବାହରେ ଜାହ୍ନବୀ କପୁର, ଖୁସି କପୁର, ସଲମାନ ଖାନ, କ୍ୟାଟ୍ରିନା କୈଫ୍, ଅର୍ଜୁନ କପୁର, ମଲାଇକା ଅରୋଡା, ଜ୍ୟାକି ଭଗନାନୀ , ଅନିଲ କପୁର , ରିୟା କପୁରଙ୍କ ସମେତ ଅନେକ ଷ୍ଟାର ଉପସ୍ଥିତ ରହିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe