ମୁମ୍ବାଇ: ବଲିଉଡର ଜଣେ ଲୋକପ୍ରିୟ ନାୟକ ହେଲେ ବରୁଣ ଧଓ୍ଵନ୍ । ସେ ଏବେ ପୁଣି ନିଜର ଏକ କାରନାମାଲାଗି ଚର୍ଚ୍ଚାରେ ଅଛନ୍ତି। କଥା କ’ଣ କି ସେ ନିଜ ଘରୁ କାର୍ରେ ନ ଯାଇ ସାଇକେଲ୍ ଚଳାଇ ବାହାରିଲେ। ସେ ନିଜର ସାଇକେଲରେରାସ୍ତା କଡ଼ରେ ଥିବା ଏକ ସେଲୁନରେ ପହଞ୍ଚିଥିଲେ।
ସେଲୁନବାଲା ବରୁଣ ଧଓ୍ଵନଙ୍କ ପରି ଜଣେ ନାମୀ ଦାମୀ ତାରକାଙ୍କୁ ନିଜର ସେଲୁନରେ ଦେଖି ବିସ୍ମିତ ହେଲେ। ସେ ଭାବିଲେ କାହିଁକି ବରୁଣ ଏଠାକୁ ଆସିଛନ୍ତି। କିଛି କ୍ଷଣ ପରେ ବରୁଣ ଧଓ୍ଵନ୍ ଉକ୍ତ ବାରିକଙ୍କୁ କହିଲେ ଯେ ସେ ଦାଢି କାଟିବା ପାଇଁ ଆସିଛନ୍ତି। ଏକଥା ଶୁଣି ପ୍ରଥମେ ନିଜ କାନକୁ ବିଶ୍ୱାସ କରି ନଥିଲେ ବାରିକ ଜଣକ।
ପରେ ଜଣାପଡ଼ିଥିଲା ଯେ ବରୁଣ ଧଓ୍ଵନ୍ ତାଙ୍କର ନୂଆ ହିନ୍ଦୀ ସିନେମା ‘ସୁଇ ଧାଗା’ ର ଶେଷ ପର୍ଯ୍ୟାୟ ସୁଟିଂ ପାଇଁ ପ୍ରସ୍ତୁତ ହେଉଥିଲେ। ହେଲେ ନିଜର ଦାଢି ଅଧିକ ବଢି ଯାଇଥିଲା। ଏଣୁ ତାଙ୍କୁ ଠିକ୍ ରୂପ ଦେବାଲାଗି ବରୁଣ ଧଓ୍ଵାନ୍ ସାଇକେଲ୍ ଚଳାଇ ଯାଇଥିଲେ ଭରତ ସେଲୁନଙ୍କୁ।
‘ସୁଇ ଧାଗା’ରେ ବରୁଣ ଧଓ୍ଵନଙ୍କ ବିପକ୍ଷରେ ନାୟିକା ଭୂମିକାରେ ନଜର ଆସିବେ ଅନୁଷ୍କା ଶର୍ମା। ୟଶରାଜ ଫିଲ୍ମସ ବ୍ୟାନରରେ ନିର୍ମିତ ଏହି ସିନେମାରେ ପ୍ରଥମ ଥର ପାଇଁ ବରୁଣ -ଅନୁଷ୍କାଙ୍କ ଯୋଡିକୁ ଦେଖିବେ ଦର୍ଶକ। ଏଥିରେ ବରୁଣ ଓ ଅନୁଷ୍କା ପତି-ପତ୍ନୀ ଭୂମିକାରେ ନଜର ଆସିବେ। ଏହି ସିନେମା ‘ସୁଇ ଧାଗା’ ଆଗାମୀ ସେପ୍ଟେମ୍ବର ୨୮ ତାରିଖରେ ପରଦାକୁ ଆସିବେ ବୋଲି ଜଣାଯାଇଛି।
Follow Us