ମୁମ୍ବାଇ: ବଲିଉଡର ସୁପର କୁଲ୍ ଅଭିନେତା ବରୁଣ ଧୱନଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ନିଜର ଅଭିନୟ ମାଧ୍ୟମରେ ସେ ବଲିଉଡରେ ନିଜର ସ୍ବତନ୍ତ୍ର ସ୍ଥାନ ତିଆରି କରିବାରେ ସଫଳ ହୋଇଛନ୍ତି। ତେବେ ସବୁବେଳେ ନିଜ ଫିଲ୍ମକୁ ନେଇ ଚର୍ଚ୍ଚାରେ ରହୁଥିବା ବରୁଣ ଏବେ ଏକ ଭିଡିଓକୁ ନେଇ ବିବାଦରେ ଛନ୍ଦି ହୋଇଛନ୍ତି। ଭାରତର ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀ ତାଙ୍କ ସାଂସ୍କୃତିକ କେନ୍ଦ୍ର(ନୀତା ମୁକେଶ ଅମ୍ବାନୀ କଲଚରାଲ ସେଣ୍ଟର)ର ଉଦଘାଟନ କରି ବଡ଼ ପାର୍ଟୀର ଆୟୋଜନ କରିଥିଲେ। ଏହି ପାର୍ଟୀରେ ବରୁଣ ନୃତ୍ୟୁ ପ୍ରଦର୍ଶନ କରିଥିବା ଦେଖାଯାଇଥିଲା। ହେଲେ ନୃତ୍ୟୁ ପ୍ରଦର୍ଶନ ସମୟରେ ସେ ଆମେରିକୀୟ ମଡେଲ ଗିଗି ହଦିଦଙ୍କୁ ଚୁମ୍ବନ ଦେବାରୁ ଏବେ ତାଙ୍କୁ ଟ୍ରୋଲ କରୁଛନ୍ତି ଲୋକେ।
ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଇଛି ଯେ, ବରୁଣ ନାଚୁଥିବା ବେଳେ ଗିଗି ମଞ୍ଚ ଉପରକୁ ଆସୁଛନ୍ତି। ଏହା ପରେ ଗିଗିଙ୍କୁ ଉଠାଇ ବୁଲାଉଛନ୍ତି ବରୁଣ। ବୁଲାଇବା ପରେ ସେ ଗିଗିଙ୍କ ଗାଲକୁ ଚୁମ୍ବନ ଦେବା ପରେ ଗିଗି ମଞ୍ଚ ତଳକୁ ଚାଲିଯାଉଛନ୍ତି। ଏଭଳି ବିନା ଅନୁମତିରେ ଜଣେ ମହିଳାଙ୍କୁ ଚୁମ୍ବନ ଦେଇଥିବାରୁ ବରୁଣଙ୍କୁ ଲୋକେ ଟ୍ରୋଲ କରିବା ଆରମ୍ଭ କରିଛନ୍ତି।
/sambad/media/post_attachments/7f073feeb4f02102f1f34113cce5064a81df8927030eb8eeb03eba8e0330b571.jpg)
ଅଦିତି ନାମ ଜଣେ ଟ୍ବିଟର ବ୍ୟବହାରକାରୀ ଲେଖିଥିଲେ ଯେ,"ଯଦି ଆପଣ ଜଣେ ମହିଳା, ଆପଣ କୌଣସି ସ୍ଥାନରେ ସୁରକ୍ଷିତ ନୁହଁନ୍ତି। ଆପଣ ଗିଗି ହାଦିଦ୍ ହୋଇଥିଲେ ବି ବରୁଣ ଧୱନଙ୍କ ପରି ଯୁବକମାନେ ଆପଣଙ୍କ ବିନା ଅନୁମତିରେ ଆପଣଙ୍କୁ ଚୁମ୍ବନ ଦେବେ। ଏହାର ଜବାବରେ ବରୁଣ ଟ୍ବିଟ କରିଛନ୍ତି ଯେ, ଗିଗି ମଞ୍ଚ ଉପରକୁ ଯିବେ ବୋଲି ପୂର୍ବରୁ ଯୋଜନା ହୋଇଥିଲା। ମୁଁ ତାଙ୍କୁ ବାଧ୍ୟ କରିନଥିଲି।
  
 Follow Us