ଏ ବର୍ଷ ବାହା ହେବେ ବରୁଣ ଧାଓ୍ଵନ

ଏ ବର୍ଷ ବାହା ହେବେ ବରୁଣ ଧାଓ୍ଵନ
ମୁମ୍ବାଇ : ୨୦୧୭ରେ ଅନୁଷ୍କା ଏବଂ ବିରାଟଙ୍କ ବିବାହ ପରେ ଏବେ ପୁଣି ଜଣେ ଷ୍ଟାରଙ୍କର ବିବାହ ଖବର ସାମ୍ନାକୁ ଆସିଛି । ସେ ଆଉ କେହି ନୁହନ୍ତି, ‘ଜୁଡ଼ୁଓ୍ଵା-୨’ର ଅଭିନେତା ବରୁଣ ଧାଓ୍ଵନ । ନିକଟରେ କିଛି ସାମ୍ବାଦିକ ତାଙ୍କୁ ୨୦୧୮ରେ ସେ ବାହା ହେବେ କି ନାହିଁ ପଚାରିଥିଲେ। ଏହାର ଉତ୍ତରରେ ସେ ତୁରନ୍ତ ‘ହଁ’ ଭରିଥିଲେ । ସେ କହିଥିଲେ, “ସତ କହିବାକୁ ଗଲେ ମୁଁ ଏ ବର୍ଷ ବିବାହ କରିବକେୁ ପସନ୍ଦ କରିବି । କିନ୍ତୁ ମୁଁ ଜାଣିନି ମୋର ଏହି ଇଚ୍ଛାରେ  ଘର ଲୋକଙ୍କର  କିପରି ପ୍ରତିକ୍ରିୟା ରହିବ।”
ବରୁଣଙ୍କର ନତାଶା ଦଲାଲଙ୍କ ସହ ପ୍ରେମ ସଂପର୍କ ଥିବା ଚର୍ଚ୍ଚା ହେଉଥିବା ବେଳେ କେବେ ଦୁଇ ଜଣ ବିବାହ ବନ୍ଧନରେ ବାନ୍ଧି ହେବେ ତାହା ସମସ୍ତଙ୍କର ଜାଣିବାକୁ ଇଚ୍ଛା । ସବୁ ଝିଅଙ୍କ ମନରେ ରାଜ କରିବା ଆରମ୍ଭ କରିଥିବା ବରୁଣ ଏବେ ଯଦି ସମ୍ଭବ ହୁଏ ତାହା ହେଲେ  ବିବାହ ନିଶ୍ଚୟ କରିବେ ବୋଲି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ରଖି କହିଥିଲେ ।
୨୦୧୭ରେ ଦୁଇଟି ହିଟ୍‌ ଫିଲ୍ମ ଦେବା ପରେ ସେ ଏବେ  ନିଜର ଏକ ଘର କିଣିଛନ୍ତି । ‘ମୁଁ ଏବେ ମୋ ନୂଆ ଘରେ ରହିବା ଆରମ୍ଭ କରିଛି । ଏହି ସ୍ଥାନରେ ପହଞ୍ଚିବା ପାଇଁ ମୋତେ ବହୁତ କଷ୍ଟ କରିବାକୁ ପଡ଼ିଛି । ଆଗାମୀ ପାହାଚକୁ ଯିବା ପୂର୍ବରୁ ମୁଁ ମୋ ଜୀବନର ଏହି ସମୟକୁ କିଛି ଦିନ ଉପଭୋଗ କରିବାକୁ ଚାହୁଁଛି’, ବୋଲି ସେ କହିଥିଲେ ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe