ବିବାହ ପରେ ନିଜ ହଳଦୀ ଉତ୍ସବର ଫଟୋ ସେୟାର୍‌ କଲେ ବରୁଣ ଧାୱନ

Advertisment
ବିବାହ ପରେ ନିଜ ହଳଦୀ ଉତ୍ସବର ଫଟୋ ସେୟାର୍‌ କଲେ ବରୁଣ ଧାୱନ

www.indiatoday.in

ମୁମ୍ବାଇ: ଶେଷରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଅଭିନେତା ବରୁଣ ଧାୱନ ଓ ତାଙ୍କ ପ୍ରେମିକା ନତାଶା ଦଲାଲ୍‌। ଏହି ଲଭ୍‌ବାର୍ଡସ ଜାନୁଆର ୨୪ ତାରିଖ(ରବିବାର) ଆଲିବଗ୍‌ର ମାନିସନନ୍‌ ହାଉସ୍‌ରେ ନିଜର ପରିବାର ଓ ଶୁଭେଚ୍ଛୁଙ୍କ ଗହଣରେ ବିବାହ କରିଛନ୍ତି। ଏବେ ତାଙ୍କର ଫଟୋ ସବୁ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ନିକଟରେ ବରୁଣ ନିଜେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ନିଜର ହଳଦୀ ଉତ୍ସବର ଏକ ଫଟୋ ସେୟାର୍‌ କରିଥିବାର ଦେଖିବାକୁ ମିିଳିଛି। ବରୁଣ ତାଙ୍କ ଆକାଉଣ୍ଟ୍‌ରେ ଦୁଇଟି ଫଟୋ ସେୟାର୍‌ କରି ଲେଖିଛନ୍ତି, ‘ହଳଦୀ ଉତ୍ସବ ଭଲରେ ହେଲା।’

ପ୍ରଥମ ଫଟୋରେ ଦେଖିବାକୁ ମିଳିଛି କି ବରୁଣଙ୍କ ଦେହ ସାରା ହଳଦୀ ବୋଳା ହୋଇଛି ଓ ସେ ନିଜର ବାଇସେପ୍‌ ଦେଖାଉଛନ୍ତି। ଦ୍ବିତୀୟ ଫଟୋରେ ବରୁଣଙ୍କ ବନ୍ଧୁମାନେ ବିବାହ ପାଇଁ ତିଆରି ହୋଇଥିବା ସ୍ବତନ୍ତ୍ର ଟି-ସାର୍ଟ ପିନ୍ଧି ପୋଜ୍‌ ଦେଉଥିବାର ନଜର ଆସିଛନ୍ତି। ଟି-ସାର୍ଟରେ ବିଭିନ୍ନ ଚଳଚ୍ଚିତ୍ରରେ ବରୁଣ ନିଭାଇଥିବା ଚରିତ୍ରଙ୍କ ନାମ ଲେଖାଯାଇଛି।

ବରୁଣ ‌ଏହା ପୂର୍ବରୁ ବିବାହ ମଣ୍ଡପରୁ ତାଙ୍କର ୨ଟି ଫଟୋ ସେୟାର୍‌ କରିଥିଲେ। ଏହା ପୂର୍ବରୁ ସେ ତାଙ୍କ ପ୍ରେମିକା ନତାଶାଙ୍କ ସହ ଏକ କଲେଜ୍‌ ଟାଇମ୍‌ର ଫଟୋ ସେୟାର୍‌ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe