Advertisment

ଚଳନ୍ତା କାର୍‌ର ଝରକାରୁ ବାହାରକୁ ବାହାରି ଝିଅ ସହିତ ସେଲ୍‌ଫି ନେଲେ ଅଭିନେତା ବରୁଣ ଧଓ୍ଵନ୍‌!

Advertisment

ଆକଟ କରିବାରୁ ମାଗିବାକୁ ପଡ଼ିଲା କ୍ଷମା!

ଆକଟ କରିବାରୁ ମାଗିବାକୁ ପଡ଼ିଲା କ୍ଷମା!

ଚଳନ୍ତା କାର୍‌ର ଝରକାରୁ ବାହାରକୁ ବାହାରି ଝିଅ ସହିତ ସେଲ୍‌ଫି ନେଲେ ଅଭିନେତା ବରୁଣ ଧଓ୍ଵନ୍‌!

ମୁମ୍ବାଇ : ରାସ୍ତା ଉପରେ ଚଳନ୍ତା କାର୍‌ରେ ଝିଅ ସହିତ ସେଲ୍‌ଫି ନେବା ଅଭିନେତା ବରୁଣ୍‌ ଧଓ୍ଵନ୍‌ଙ୍କୁ ମହଙ୍ଗା ପଡ଼ିଛି। ଘଟଣାରୁ ପ୍ରକାଶ ଯେ,ଏହି ନିକଟରେ ବଲିଉଡ଼୍‍ର ମୋଷ୍ଟ୍‍ ହ୍ୟାଣ୍ଡସମ୍‌ ଅଭିନେତା ବରୁଣ୍‌ ଧଓ୍ଵନ୍‌ ରାସ୍ତାରେ କାର୍‌ରେ ବସିକରି ଯାଉଥିବାବେଳେ ରାସ୍ତାରେ ଅଟୋରେ ବସିଯାଉଥିବା ଜଣେ ଝିଅ ସହିତ ସେଲ୍‌ଫି ନେଇଥିଲେ।ଯେଉଁଥିପାଇଁ କି ମୁମ୍ବାଇ ପୋଲିସ୍‌ଙ୍କୁ ଏନେଇ ବରୁଣ୍‌ଙ୍କୁ ଆକଟ କରିବାକୁ ପଡ଼ିଛି। ତେବେ ଏହା ପରେ ବରୁଣ୍‌ ପୁଲିସ୍‌ଙ୍କୁ କ୍ଷମା ମଧ୍ୟ ପ୍ରର୍ଥନା କରିଛନ୍ତି।

ସୂଚନା ଅନୁଯାୟୀ, ମୁମ୍ବାଇର ଏକ ଇଂରାଜୀ ଖବରକାଗଜରେ ଅଭିନେତା ବରୁଣ୍‌ ଧଓ୍ଵନ୍‌ ଏବଂ ଉକ୍ତ ଝିଅଙ୍କର ସେଲ୍‌ଫି ବାଲା ଫଟୋଟି ଗୁରୁବାର ଦିନ ପବ୍ଲିସ୍‌ ହୋଇଥିବାବେଳେ,ଏହାପୂର୍ବରୁ କେହି ଜଣେ ସଦସ୍ୟ ତାଙ୍କର ନାମକୁ ଗୁପ୍ତ ରଖିବା ସହିତ ଉକ୍ତଖବରଟିକୁ ମୁମ୍ବାଇ ପୁଲିସ୍‌ଙ୍କୁ ତାଙ୍କର ଟ୍ଵିଟର୍‌ ଆକାଉଂଣ୍ଟ୍‌ରେ ଫଟୋକୁ ଟ୍ୟାଗ୍‌ କରି ପଠାଇଛନ୍ତି। ହେଲେ ଯେତେବେଳେ ସୋସିଆଲ୍‌ ମିଡ଼ିଆରେ ଏହି ଫଟୋଟି ଭାଇରାଲ୍‌ ହେବାରେ ଲାଗିଲା,ସେତେବେଳେ ମୁମ୍ବାଇ ପୁଲିସ୍‌ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

publive-image photo-navbharattimes

ଯେଉଁ କାରଣକୁ ନେଇ ମୁମ୍ବାଇ ପୁଲିସ୍‌ ବରୁଣ୍‌ଙ୍କ ପାଖକୁ ଏକ ଇ-ଚାଲାଣ ପଠାଇବା କଥା କହିବା ସହିତ ଦ୍ୱିତୀୟଥର ଲାଗି ଏପରି ନକିବାକୁ ବାରଣ ମଧ୍ୟ କରିଛି। ଏଥିସହିତ ମୁମ୍ବାଇ ପୁଲିସ୍‌ ବରୁଣ୍‌ଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ, ଯଦି ତୁମର ଷ୍ଟଣ୍ଡ୍‌ ଦେଖେଇବାର ସଉକ୍‌ ରହିଛି ତ,ତେବେ ସେଟ୍‌ରେ ଯାଇ କର ;ଏମିତି ରାସ୍ତା ଉପରେ ନୁହେଁ! ଯେପରି ଏମିତି ନ ହେଉ କି ତୁମକୁ ଏହି ଷ୍ଟଣ୍ଡ୍‌ ଦେବାଟି ମହଙ୍ଗା ପଡ଼ିଯିବ। ଏହାସହିତ ଆପଣ କେବଳ ଆପଣଙ୍କର ନୁହେଁ ବରଂ ତୁମ ଫ୍ୟାନ୍‌ସଙ୍କ ଜୀବନ ସହିତ ମଧ୍ୟ ଖେଳ ଖେଳୁଅଛ। ଆପଣଙ୍କ ଭଳି ଯୁବପିଢ଼ୀଙ୍କ ଠାରୁ ଏପରି ଆଶା କରାଯାଏ ନାହିଁ!

ଏଥିସହିତ ମୁମ୍ବାଇ ପୁଲିସ୍‌ ବରୁଣ୍‌ଙ୍କୁ ତାଙ୍କ ଲାଗି ଏହା ଏକ ଓ୍ଵାର୍ଣ୍ଣିଙ୍ଗ୍‌ ବୋଲି ମଧ୍ୟ କହିଛି। ଏହାସହିତ ବହୁତଶୀଘ୍ର ବରୁଣ୍‌ ପାଖକୁ ଏକ ଇ-ଚାଲାଣ ପଠଯିବା ବୋଲି ମୁମ୍ବାଇ ପୋଲିସ୍‌ ଆକଟ କରି କହିଛି। ତେବେ ଯେତେବେଳେ ବରୁଣ୍‌ଙ୍କର ଏହି କାଣ୍ଡ ଲାଗି ବିବାଦ ବଢ଼ିବାରେ ଲାଗିଲା ସେତେବେଳେ ବଲିଉଡ଼୍‍ର ଏହି ଆକ୍ଟର୍‌ ଜଣଙ୍କ ତାଙ୍କର ଟ୍ଵିଟ୍‌ ଜରିଆରେ କ୍ଷମାପ୍ରାର୍ଥନା କରିଛନ୍ତି। ଏଥିସହିତ ସେ ଲେଖିଛନ୍ତି କି ଆମ ଗାଡ଼ି ଟ୍ରାଫିକ୍‌ ସିଗ୍‌ନାଲ୍‌ରେ ରହିଥିଲା,ତେଣୁ ମୁଁ ମୋ ଫ୍ୟାନ୍‌ସଙ୍କ ହୃଦୟକୁ ଭାଙ୍ଗିବାକୁ ଚାହୁଁନଥିଲି! ତେବେ ଆଗକୁ ଏନେଇ ମୁଁ ସଂପୂର୍ଣ୍ଣ ରୂପରେ ଧ୍ୟାନ ରଖିବି ଓ ନିଜର ସୁରକ୍ଷା ଉପରେ ବି ନଜର ରଖିବି ବୋଲି କହିଛନ୍ତି ବଲିଉଡ଼୍‍ର ଏହି ଅଭିନେତା!

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe