ଅଭିନେତ୍ରୀ ଲାବନ୍ୟାଙ୍କ ସହ ହେଲା ବରୁଣଙ୍କ ନିର୍ବନ୍ଧ, ଏଭଳି ଆରମ୍ଭ ‌ହୋଇଥିଲା ଭଲପାଇବା

Advertisment
ଅଭିନେତ୍ରୀ ଲାବନ୍ୟାଙ୍କ ସହ ହେଲା ବରୁଣଙ୍କ ନିର୍ବନ୍ଧ, ଏଭଳି ଆରମ୍ଭ ‌ହୋଇଥିଲା ଭଲପାଇବା

ହାଇଦ୍ରାବାଦ: ଅଭିନେତ୍ରୀ ଲାବନ୍ୟା ତ୍ରିପାଠୀଙ୍କ ସହ ହେଲା ବରୁଣ ତେଜଙ୍କ ନିର୍ବନ୍ଧ। କିଛି ଦିନ ହେଲାଣି ବରୁଣଙ୍କ ବିବାହକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ଜୁନ୍ ୯ରେ ନିର୍ବନ୍ଧ କରିଛନ୍ତି ବରୁଣ ଓ ଲାବନ୍ୟା। ଶୁକ୍ରବାର ସନ୍ଧ୍ୟାରେ ବରୁଣଙ୍କ ବାସଭବନରେ ଦୁହିଁଙ୍କ ନିର୍ବନ୍ଧ ହୋଇଥିବା ଜଣାପଡ଼ିଛି। ଏହି ନିର୍ବନ୍ଧରେ କେବଳ ଉଭୟଙ୍କ ପରିବାର ସଦସ୍ୟ ଯୋଗ ଦେଇଥିବା ସାମ୍ନାକୁ ଆସିଛି।

ଦୁହେଁ ଇନଷ୍ଟାରେ ନିଜ ନିର୍ବନ୍ଧର ଫଟୋ ସେୟାର କରିଥିବା ବେଳେ ବରୁଣ କ୍ୟାପସନରେ ଲେଖିଛନ୍ତି ମୋ ଭଲପାଇବା ମିଳିଗଲା।‌ ତେବେ ବରୁଣ ତେଜ ଏବଂ ଲାବନ୍ୟା ତ୍ରିପାଠୀ ୨୦୧୬ରେ ଫିଲ୍ମ 'ମିଷ୍ଟର'ର ସୁଟିଂ ସେଟରେ ପରସ୍ପରକୁ ଭେଟିଥିଲେ(ଯାହା ୨୦୧୭ରେ ମୁକ୍ତିଲାଭ କରିଥିଲା)। ଦୁହେଁ ଏହି ଫିଲ୍ମର ସୁଟିଂ ସମୟରେ ପରସ୍ପର ସହ ବନ୍ଧୁତା କରିଥିବା ବେଳେ ପରେ ଏହା ଭଲପାଇବାରେ ପରିଣତ ହୋଇଥିଲା। ସେବେଠାରୁ ଦୁହେଁ ପରସ୍ପରକୁ ଡେଟ କରୁଥିଲେ ବି ନିଜ ସମ୍ପର୍କକୁ ଲାଇମଲାଇଟ୍ ଠାରୁ ଦୂରରେ ରଖିଥିଲେ।

ବରୁଣଙ୍କ ପେସାଦାର ଜୀବନକୁ ଦେଖିବାକୁ ଗଲେ 'ହ୍ୟାଣ୍ଡସ୍ ଅପ’ ନାମକ ଏକ ଚଳଚ୍ଚିତ୍ରରେ ଶିଶୁ କଳାକାର ଭାବରେ ବରୁଣ ତେଜ ତାଙ୍କ ଅଭିନୟ କ୍ୟାରିଅର୍ ଆରମ୍ଭ କରିଥିଲେ। ୨୦୦୦ ମସିହାରେ ରିଲିଜ ହୋଇଥିବା ଏହି ଫିଲ୍ମରେ ଚିରଞ୍ଜୀବୀ, ବ୍ରାହ୍ମାନନ୍ଦମ ଏବଂ ନାଗେନ୍ଦ୍ର ବାବୁ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। କିଛି ବର୍ଷର ବ୍ୟବଧାନ ପରେ ବରୁଣ ନିଜକୁ ପ୍ରସ୍ତୁତ କରି ୨୦୧୪ ମସିହାରେ ‘ମୁକୁନ୍ଦ’ ଫିଲ୍ମ ଜରିଆରେ ଟଲିଉଡରେ ଡେବ୍ୟୁ କରିଥିଲେ। ଶ୍ରୀକାନ୍ତ ଆଦାଲାଙ୍କ ଦ୍ୱାରା ଲିଖିତ ତଥା ନିର୍ଦ୍ଦେଶିତ ଏହି ଫିଲ୍ମରେ ସେ ମୁଖ୍ୟ ଭୂମିକ‌ାରେ ନଜର ଆସିଥିଲେ। ହେଲେ ଶେଖର କମମୁଲାଙ୍କ ନିର୍ଦ୍ଦେଶିତ ‘ଫିଦା’ ଫିଲ୍ମରେ ‌ବରୁଣଙ୍କୁ ଲୋକପ୍ରିୟତା ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe