ମୁଁ ଅଲ୍ଲୁ ଅର୍ଜୁନଙ୍କ ଅପେକ୍ଷା ରାମଚରଣଙ୍କ ନିକଟତର: ବରୁଣ ତେଜ୍

Advertisment

ବରୁଣ ତେଜ ତେଲୁଗୁ ସିନେମାର ଅଲ୍ଲୁ-କୋନିଡେଲା ପରିବାରରୁ ଆସିଛନ୍ତି। ସେ ତେଲୁଗୁ ସିନେମା ଆଇକନ୍ ଚିରଞ୍ଜୀବୀଙ୍କ ସାନଭାଇ ଅଭିନେତା-ନିର୍ମାତା ନାଗେନ୍ଦ୍ର ବାବୁଙ୍କ ପୁଅ। ଏବେ ସେ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଓ ରାମଚରଣଙ୍କ ସହ ଥିବା ସମ୍ପର୍କ ବିଷୟରେ କହିଛନ୍ତି।

ବରୁଣ ତେଜ ତେଲୁଗୁ ସିନେମାର ଅଲ୍ଲୁ-କୋନିଡେଲା ପରିବାରରୁ ଆସିଛନ୍ତି। ସେ ତେଲୁଗୁ ସିନେମା ଆଇକନ୍ ଚିରଞ୍ଜୀବୀଙ୍କ ସାନଭାଇ ଅଭିନେତା-ନିର୍ମାତା ନାଗେନ୍ଦ୍ର ବାବୁଙ୍କ ପୁଅ। ଏବେ ସେ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଓ ରାମଚରଣଙ୍କ ସହ ଥିବା ସମ୍ପର୍କ ବିଷୟରେ କହିଛନ୍ତି।

varauntej

ନୂଆଦିଲ୍ଲୀ: ସାଉଥ ଷ୍ଟାର ବରୁଣ ତେଜ ନିକଟରେ ସମ୍ପର୍କୀୟ ଭାଇ ରାମ ଚରଣ ଏବଂ ଅଲୁ ଅର୍ଜୁନଙ୍କ ସହ ଥିବା ସମ୍ପର୍କ ବିଷୟରେ କହି ଚର୍ଚ୍ଚାକୁ ଆସିଛନ୍ତି। ସାକ୍ଷାତକାରରେ ସେ ପ୍ରକାଶ କରିଛନ୍ତି ଯେ ସେ ଅର୍ଜୁନଙ୍କ ଅପେକ୍ଷା ରାମଙ୍କ ନିକଟତର ଅଟନ୍ତି, କାରଣ ସେ ରାମଙ୍କ ସହ ଅଧିକ ସମୟ ବିତାଇଛନ୍ତି। ବରୁଣ ତେଜ ତେଲୁଗୁ ସିନେମାର ଅଲ୍ଲୁ-କୋନିଡେଲା ପରିବାରରୁ ଆସିଛନ୍ତି। ସେ ତେଲୁଗୁ ସିନେମା ଆଇକନ୍ ଚିରଞ୍ଜୀବୀଙ୍କ ସାନଭାଇ ଅଭିନେତା-ନିର୍ମାତା ନାଗେନ୍ଦ୍ର ବାବୁଙ୍କ ପୁଅ। 

ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଓ ରାମ ଚରଣଙ୍କ ସହ ଥିବା ସମ୍ପର୍କ ବିଷୟରେ ଜଣାଇ ବରୁଣ କହିଛନ୍ତି ‌ଯେ, “ବନି ଆନ୍ନା (ଅର୍ଜୁନ) ଏବଂ ଚରଣ ଆନ୍ନା ମୋ ସହ ସର୍ବଦା ରହିଆସିଛନ୍ତି | ମୁଁ ବଡ଼ ହେବା ସମୟରେ ସେ ମୋ ସହିତ ସମୟ କଟାଉଥିଲେ। ପରେ ଉଭୟ ନିଜ ନିଜ ଫିଲ୍ମ ପାଇଁ ପରିଶ୍ରମ କରିବା ସହ ନିଜର ସ୍ବତନ୍ତ୍ର ପରିଚୟ ତିଆରି କରିବାରେ ଲାଗିପଡ଼ିଲେ। ଯଦି କାହା ସହିତ ବେଶୀ ନିକଟତର ବୋଲି ପଚାରିବେ ତେବେ ମୁଁ କହିବି ଚରଣ ଆନ୍ନା। କାରଣ ଆମେ ଗୋଟିଏ ଘରେ ଏକାଠି ବଢ଼ିଛୁ | ମୁଁ ତାଙ୍କୁ ଚିଡ଼ାଇବା ପାଇଁ ରାତି ୩ଟା ହେଉ କି ଦିନ ୩ଟା, ଯେତେବେଳେ ଡାକିଲେ ବି ସେ ଆସନ୍ତି। ମୁଁ ଚିଡ଼ାଇବି ବୋଲି ଜାଣି ବି ସେ ଆସନ୍ତି। ଏବେ ସବୁ କାମରେ ବ୍ୟସ୍ତ ଥିବାରୁ ୬-୭ମାସରେ ଥରେ ଦେଖା ହେଉଛୁ। ବଡ଼ବାପା ତଥା ମେଗାଷ୍ଟାର ଚିରଞ୍ଜୀବୀ ପ୍ରତିବର୍ଷ ସଂକରାନ୍ତିରେ ଆମ ସମସ୍ତଙ୍କୁ ଏକାଠି କରାନ୍ତି। ”

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe