ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ଟଲିଉଡ ଷ୍ଟାର ବରୁଣ ତେଜ୍

ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ଟଲିଉଡ ଷ୍ଟାର ବରୁଣ ତେଜ୍

outlookindia

ହାଇଦ୍ରାବାଦ: ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ଟଲିଉଡ ଷ୍ଟାର ବରୁଣ ତେଜ୍। ଟଲିଉଡ ଅଭିନେତା ନାଗେନ୍ଦ୍ର ବାବୁଙ୍କ ପୁଅ ବରୁଣ ତେଜ ଖୁବ୍ ଶୀଘ୍ର ବିବାହ କରିବେ ବୋଲି ଜଣାପଡ଼ିଛି। ଅଭିନେତା ଏବେ ନିଜ ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଥିବା କୁହାଯାଉଛି। ତେବେ କନ୍ୟ‌ା ଫିଲ୍ମ ଇଣ୍ଡଷ୍ଟ୍ରିରୁ କେହି ହେବେ ନା ଅନ୍ୟ କୌଣସି ପେସାର ଝିଅକୁ ବରୁଣ ବିବାହ କରିବେ ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ।

Varun Tej all set to play a boxer in #VT10 | Telugu Movie News - Times of India timesofindia

'ହ୍ୟାଣ୍ଡସ୍ ଅପ' ନାମକ ଏକ ଚଳଚ୍ଚିତ୍ରରେ ଶିଶୁ କଳାକାର ଭାବରେ ବରୁଣ ତେଜ ତାଙ୍କ ଅଭିନୟ କ୍ୟାରିଅର୍ ଆରମ୍ଭ କରିଥିଲେ। ୨୦୦୦ ମସିହାରେ ରିଲିଜ ହୋଇଥିବା ଏହି ଫିଲ୍ମରେ ଚିରଞ୍ଜୀବୀ, ବ୍ରାହ୍ମାନନ୍ଦମ ଏବଂ ନାଗେନ୍ଦ୍ର ବାବୁ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। କିଛି ବର୍ଷର ବ୍ୟବଧାନ ପରେ ବରୁଣ ନିଜକୁ ପ୍ରସ୍ତୁତ କରି ୨୦୧୪ ମସିହାରେ 'ମୁକୁନ୍ଦ' ଫିଲ୍ମ ଜରିଆରେ ଟଲିଉଡରେ ଡେବ୍ୟୁ କରିଥିଲେ। ଶ୍ରୀକାନ୍ତ ଆଦାଲାଙ୍କ ଦ୍ୱାରା ଲିଖିତ ତଥା ନିର୍ଦ୍ଦେଶିତ ଏହି ଫିଲ୍ମରେ ସେ ମୁଖ୍ୟ ଭୂମିକ‌ାରେ ନଜର ଆସିଥିଲେ। ହେଲେ ଶେଖର କମମୁଲାଙ୍କ ନିର୍ଦ୍ଦେଶିତ 'ଫିଦା' ଫିଲ୍ମରେ ‌ବରୁଣଙ୍କୁ ଲୋକପ୍ରିୟତା ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe