‘ଅକ୍ଟୋବର’ ପାଇଁ ପ୍ରଥମ ପସନ୍ଦ ନ ଥିଲେ ବରୁଣ୍‌ ଧଓ୍ଵନ୍‌!

Advertisment
‘ଅକ୍ଟୋବର’ ପାଇଁ ପ୍ରଥମ ପସନ୍ଦ ନ ଥିଲେ ବରୁଣ୍‌ ଧଓ୍ଵନ୍‌!

ମୁମ୍ବାଇ: ବଲିଉଡ଼୍‍ର ଲାଟେଷ୍ଟ୍‍ ହାର୍ଟଥ୍ରୋବ୍‌ ବରୁଣ୍‌ ଧଓ୍ଵନ୍‌ଙ୍କ ଅଭିନୀତ ନୂଆ ସିନେମା ‘ଅକ୍ଟୋବର’ଏପ୍ରିଲ୍‌ ୧୩ ତାରିଖରେ ମୁକ୍ତିଲାଭ କରିବ।ଏହି ଫିଲ୍ମକୁ ଦର୍ଶକମାନେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ।ହେଲେ ଏବେ ଏହି ଫିଲ୍ମ ସଂପର୍କରେ ଏକ ନୂଆ କଥା ଶୁଣିବାକୁ ମିଳୁଛି।

ତାହା ହେଲା ଯେ,‘ଅକ୍ଟୋବର’ ପାଇଁ ବରୁଣ୍‌ ଧଓ୍ଵନ୍‌ ପ୍ରଥମ ପସନ୍ଦ ନ ଥିଲେ। ଏକଥା କହିଛନ୍ତି ନିଜେ ଏହି ସିନେମାର ନିର୍ଦ୍ଦେଶକ ସୁଜିତ ସରକାର୍‌। ସେ କହିଛନ୍ତି ଯେ ନିର୍ମାତା ରନି ସ୍କ୍ରୁଓ୍ଵାଲା ଓ ଲେଖକ ଜୁହିଙ୍କ ସହିତ ଆଲୋଚନା କରିବାପରେ ନିଷ୍ପତ୍ତି ନିଆଯାଇଥିଲା କି ‘ଅକ୍ଟୋବର’ରେ ଜଣେ ନୂଆ ହିରୋଙ୍କୁ ଇଣ୍ଟ୍ରୋଡ଼୍ୟୁସ୍‌ କରାଯିବ।ଏହାପରେ ସୁଜିତ୍‌ ଦେଶର ବିଭିନ୍ନ ସହରରେ ଏଥିପାଇଁ ଅଡ଼ିସନ୍‌ ବି ନେଇଥିଲେ। ଏହି ସମୟରେ ଦିନେ ବରୁଣ୍‌ ଧଓ୍ଵନ୍‌ ତାଙ୍କୁ ଭେଟିବାକୁ ଚାହିଁଥିଲେ।

publive-image photoindianexpress

ବରୁଣ୍‌ ଧଓ୍ଵନ୍‌ ନିର୍ଦ୍ଧାରିତ ସମୟରେ ସୁଜିତ୍‌ଙ୍କୁ ଭେଟିଲେ। ସେହି ପ୍ରଥମ ଦେଖାରେ ହିଁ ବରୁଣ୍‌ଙ୍କ ଭିତରେ ସୁଜିତ୍‌ ତାଙ୍କ ସିନେମା‘ଅକ୍ଟୋବର୍‌’ନାୟକକୁ ଦେଖି ପାରିଥିଲେ।ଏଣୁ ସେହି ଦିନ ହିଁ ସେ ବରୁଣ୍‌ଙ୍କୁ ସାଇନ୍‌ କରିଥିଲେ ବୋଲି କହିଛନ୍ତି ସୁଜିତ୍‌ ସରକାର୍‌। ସେ ଆହୁରି ମଧ୍ୟ କହିଛନ୍ତି ଯେ,ବରୁଣ୍‌ ଫିଲ୍ମ ପାଇଁ ଖୁବ୍‌ ପରିଶ୍ରମ ମଧ୍ୟ କରିଛନ୍ତି। ଏହି ସିନେମାର ନବାଗତା ବନିତା ସାନ୍ଧୁଙ୍କୁ ନାୟିକା ଭୂମିକାରେ ଇଣ୍ଟ୍ରୋଡ଼୍ୟୁସ୍‌ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe