ସଲମାନ ମୋତେ ନୂଆ ଜୀବନ ଦେଲେ ଏବେ ବଲିଉଡ୍ ମୋତେ କାମ ଦେଉ: ପୂଜା ଡଡୱାଲ

Advertisment
ସଲମାନ ମୋତେ ନୂଆ ଜୀବନ ଦେଲେ ଏବେ ବଲିଉଡ୍ ମୋତେ କାମ ଦେଉ: ପୂଜା ଡଡୱାଲ

navbharattimes.indiatimes.com

ମୁମ୍ବାଇ : ଦବଙ୍ଗ ଷ୍ଟାର ସଲମାନ ଖାନଙ୍କ ସହ ଫିଲ୍ମ ବୀରଗତିରେ କାମ କରିଥିବା ଅଭିନେତ୍ରୀ ପୂଜା ଡଡୱାଲ ଏବେ ବଲିଉଡକୁ କାମ ମାଗିଛନ୍ତି। ଗତ ବର୍ଷ ରୋଗଗ୍ରସ୍ତ ହେବା ପରେ ପୂଜା ଚର୍ଚ୍ଚାକୁ ଆସିଥିଲେ। ତାଙ୍କର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଯେଉଁଥିରେ ତାଙ୍କୁ ଚିହ୍ନିବା କଷ୍ଟକର ହୋଇ ପଡ଼ିଥିଲା। ତାଙ୍କର ଆର୍ଥିକ ସ୍ଥିତି ଠିକ୍ ନଥିବାରୁ ୬ମାସ ପର୍ଯ୍ୟନ୍ତ ମୁମ୍ବାଇର ଶିବିଡୀ ଡାକ୍ତରଖାନାରେ ଭର୍ତ୍ତି ହୋଇ ରହିଥିଲେ ପୂଜା। ସେ ସମୟରେ ସଲମାନ ତାଙ୍କୁ ସାହାଯ୍ୟର ହାତ ବଢ଼ାଇବା ସହ ତାଙ୍କ ଚିକିତ୍ସାର ସମସ୍ତ ଖର୍ଚ୍ଚ ଉଠାଇଥିଲେ।

Related image hindustantimes.com

‌ଏବେ ସେ ସୁସ୍ଥ ହୋଇ ଯାଇଥିଲେ ମଧ୍ୟ ତାଙ୍କର ଆର୍ଥିକ ସ୍ଥିତିରେ କୌଣସି ପରିବର୍ତ୍ତନ ଆସି ନାହିଁ। ଯାହା ପାଇଁ ସେ ପୁଣି ଥରେ ବଲିଉଡକୁ ଫେରି କାମ କରିବାକୁ ଚାହୁଁଛନ୍ତି। ପୂଜା ଏବେ ଭର୍ସୋବାରେ ୫,୦୦୦ଟଙ୍କା ଘର ଭଡ଼ା ଦେଇ ରହୁଛନ୍ତି। ଖାଇବା ପାଇଁ ଟଙ୍କା ନଥିବା ସହ ପିନ୍ଧିବା ପାଇଁ ଭଲ ପୋଷାକ ନାହିଁ। ଏବେ ସେ କାହା ଉପରେ ନିର୍ଭରଶୀଳ ନ ହୋଇ ନିଜେ କାମ କରିବାକୁ ଚାହୁଁଛନ୍ତି। ଯାହା ପାଇଁ ସେ ବଲିଉଡକୁ କାମ ମାଗିଛନ୍ତି।

Image result for veergati-actress-pooja-dadwal-says-salman-khan-has-given-me-a-new-life-i-want-to-work-again-in-film-industry-so-i-seek-help-from-bollywood India Today

ପୂଜାଙ୍କ କହିବା ଅନୁଯାୟୀ, ଏବେ ମୁଁ ସଂପୂର୍ଣ୍ଣ ସୁସ୍ଥ ହୋଇ ଯାଇଛି। ଯାହା ପାଇଁ ମୁଁ ପୁଣି ଥରେ ଅଭିନୟ କରି ନିଜ ଗୋଡ଼ରେ ଠିଆ ହେବା ପାଇଁ ଚାହୁଁଛି। ୨ଦଶକ ହେଲା ମୁଁ ଫିଲ୍ମ ଇଣ୍ଡଷ୍ଟ୍ରି ଛାଡ଼ି ସାରିଛି। କିନ୍ତୁ ଏବେ ମୁଁ ଫେରିବାକୁ ଚାହୁଁଛି। ଟିଭି, ଫିଲ୍ମ ବା ଡିଜିଟାଲରେ ଯଦି ମୁଁ କାମ କରି ପାରିବା ଭଳି କିଛି ଚରିତ୍ର ରହିଛି, ତେବେ ମୁଁ କରିବି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe