କରୋନା ଆକ୍ରାନ୍ତ ଥିବା ଦିଲୀପ କୁମାରଙ୍କ ଆଉ ଜଣେ ଭାଇ ଏହସାନ ଖାନଙ୍କ ଦେହାନ୍ତ

କରୋନା ଆକ୍ରାନ୍ତ ଥିବା ଦିଲୀପ କୁମାରଙ୍କ ଆଉ ଜଣେ ଭାଇ ଏହସାନ ଖାନଙ୍କ ଦେହାନ୍ତ

ndtv

ମୁମ୍ବାଇ: ଅଗଷ୍ଟ ୧୭ରେ ବରିଷ୍ଠ ଅଭିନେତା ଦିଲୀପ କୁମାରଙ୍କ ଦୁଇ ଜଣ ସାନ ଭାଇ ଏହସାନ ଖାନ ଏବଂ ଅସଲମ ଖାନ କରୋନା ଭୂତାଣୁ ଦ୍ବାରା ସଂକ୍ରମିତ ହୋଇ ମୁମ୍ବାଇର ଲିଲାବତୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଏହସାନ ଏବଂ ଅସଲମଙ୍କ ସ୍ୱାସ୍ଥ୍ୟ ଖରାପ ହେବା ପରେ ଦିଲୀପ କୁମାରଙ୍କ ପତ୍ନୀ ତଥା ଅଭିନେତ୍ରୀ ସାଇରା ବାନୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ଅଗଷ୍ଟ ୨୧ରେ ଦିଲୀପ କୁମାରଙ୍କ ସାନ ଭାଇ ଅସଲମ ଖାନଙ୍କ ମୃତ୍ୟୁ ହୋଇଥିବା ବେଳେ ବୁଧବାର ରାତି ୧୧ଟାରେ ଏହସାନ ଖାନଙ୍କ ଦେହାନ୍ତ ହୋଇଛି। କରୋନା ଭୂତାଣୁ ସଂକ୍ରମଣ ହେତୁ ଅହସାନ ଖାନଙ୍କର ମୃତ୍ୟୁ ହୋଇଥିବା ଡାକ୍ତରଖାନା ପକ୍ଷରୁ କୁହାଯାଇଛି। ତାଙ୍କୁ ଗତ କିଛି ଦିନ ହେବ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

tweet oneindia

ଏହସାନ ଖାନଙ୍କୁ ୯୦ ବର୍ଷ ହୋଇଥିବାବେଳେ ଅସଲମ ଖାନ ତାଙ୍କଠାରୁ କିଛି ବର୍ଷ ସାନ ଥିଲେ | କରୋନା ସହ ଆଲଜାଇମର୍, ଉଚ୍ଚ ରକ୍ତଚାପ ଏବଂ ହୃଦରୋଗ ସମସ୍ୟା ଥିଲା, ଯାହା ପାଇଁ ସେ କରୋନା ସହ ଲଢ଼ିପାରି ନଥିଲେ। ଏକାଧିକ ଅଙ୍ଗ କାମ କରିବା ବନ୍ଦ କରିଦେବା ସହ ବୁଧବାର ରାତିରେ ତାଙ୍କର ମୃତ୍ୟୁ ହୋଇଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe