ସୁସ୍ଥ ହେଲେ ଅଭିନେତା କିରଣ କୁମାର, ପରିବାର ସଦସ୍ୟ ଏବେ ବି ଆଇସୋଲେସନ୍‌ରେ

Advertisment
ସୁସ୍ଥ ହେଲେ ଅଭିନେତା କିରଣ କୁମାର, ପରିବାର ସଦସ୍ୟ ଏବେ ବି ଆଇସୋଲେସନ୍‌ରେ

Pratidin Time

ମୁମ୍ବାଇ: ଗତ କିଛି ଦିନ ତଳେ କରୋନା ଭାଇରସ୍‌ ଦ୍ବାରା ସଂକ୍ରମିତ ହୋଇଥିବା ବଲିଉଡ୍‌ ଅଭିନେତା କିରଣ କୁମାରଙ୍କ ରିପୋର୍ଟରୁ କରୋନା ‌ନେଗେଟିଭ୍‌ ବାହାରିଛି। ତୃତୀୟ ଥର ଟେଷ୍ଟ୍‌ ପରେ ତାଙ୍କ ରିପୋର୍ଟ ନେଗେଟିଭ୍‌ ଆସିଥିବା କିରଣ କୁମାର କହିଛନ୍ତି। ମାତ୍ର ତାଙ୍କ ପରିବାର ଲୋକ ଏବେ ବି ପୃଥକବାସ(ଆଇସୋଲେସନ୍‌)ରେ ଅଛନ୍ତି। ଗଣମାଧ୍ୟମରେ ‌ସେ ନିଜର ବୟାନ ଦେଇ କହିଛନ୍ତି କି ତାଙ୍କ ପରିବାର ଲୋକ କଡ଼ାକଡ଼ି ଭାବେ ନିଜ ଘରେ ପୃଥକବାସ କରୁଛନ୍ତି।

ଉଲ୍ଲେଖଯୋଗ୍ୟ, ୭୪ ବର୍ଷିଅ ଏହି ଅଭିନେତା ପୂର୍ବରୁ କହିଥିଲେ ଯେ ସେ ନିଜର ରୁଟିନ୍‌ ଚେକ୍‌-ଅପ୍‌ ପାଇଁ ହସ୍ପିଟାଲ୍‌କୁ ଯାଇଥିଲେ। ମେ ୧୪ ତାରିଖରେ ସେ ହସ୍ପିଟାଲ୍‌ ଯାଇଥିଲେ ଓ ହସ୍ପିଟାଲ୍‌ରେ କୋଭିଡ୍‌-୧୯ ଟେଷ୍ଟିଂ ବାଧ୍ୟତାମୂଳକ ଥିଲା। ବାଧ୍ୟ ହୋଇ ତାଙ୍କୁ କରୋନା ଟେଷ୍ଟ୍‌ କରିବାକୁ ପଡ଼ିଲା ଓ ଟେଷ୍ଟ୍‌ ପରେ ତାଙ୍କ ରିପୋର୍ଟରୁ କରୋନା ପଜିଟିଭ୍‌ ଆସିଥିଲା। ମାତ୍ର ତାଙ୍କ ଭିତରେ ସେପରି କୌଣସି ଲକ୍ଷଣ  ଦେଖିବାକୁ ମିଳି ନଥିଲା।

publive-image
Telangana Today

ସେ ଏବେ ସୁସ୍ଥ ହେବା ପରେ ହସ୍ପିଟାଲ୍‌ରେ ତାଙ୍କର ଚିକିତ୍ସା କରୁଥିବା ସ୍ବାସ୍ଥ୍ୟକର୍ମୀମାନଙ୍କୁ ନିଜର କୃତଜ୍ଞତା ଜଣାଇଛନ୍ତି। ଆପଣ ଜାଣି ରଖନ୍ତୁ ଯେ କୁମାର ଅଭିନେତା ଜୀବନଙ୍କ ପୁଅ।

କୁମାର ‘ଧଡକନ୍‌’, ‘ବିଶ୍ବାତ୍ମା’, ‘ପଥର କେ ଫୁଲ୍‌’, ‘ମୁଝ୍‌ସେ ଦୋସ୍ତି କରୋଗେ’ ଆଦି ଉଲ୍ଲେଖନୀୟ ଚଳଚ୍ଚିତ୍ରଗୁଡ଼ିକରେ ଅଭିନୟ କରି ଦର୍ଶକଙ୍କ ପ୍ରିୟ ପାଲଟି ପାରିଛନ୍ତି। ଧାରାବାହିକ ’ସପ୍‌ନେ ସୁ‌ହାନେ ଲଡ୍‌କ୍‌ପନ୍‌ କେ’ରେ ତାଙ୍କର ଚମତ୍କାର ଅଭିନୟ ତାଙ୍କୁ ଦର୍ଶକଙ୍କର ଆହୁରି ନିକଟତର କରାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe