ବରି‌ଷ୍ଠ ବଲିଉଡ୍‌ ଅଭିନେତ୍ରୀ ଆଶା ପାରେଖଙ୍କୁ ମିଳିବ ସମ୍ମାନଜନକ ଦାଦା ସାହେବ ଫାଲ୍‌କେ ଆୱାର୍ଡ

Advertisment
ବରି‌ଷ୍ଠ ବଲିଉଡ୍‌ ଅଭିନେତ୍ରୀ ଆଶା ପାରେଖଙ୍କୁ ମିଳିବ ସମ୍ମାନଜନକ ଦାଦା ସାହେବ ଫାଲ୍‌କେ ଆୱାର୍ଡ

www.indiatv.in

ମୁମ୍ବାଇ: ବଲିଉଡ୍‌ର ବରି‌ଷ୍ଠ ଅଭିନେତ୍ରୀ ଆଶା ପାରେଖଙ୍କୁ ମିଳିବ ସମ୍ମାନଜନକ ଦାଦା ସାହେବ ଫାଲ୍‌କେ ଆୱାର୍ଡ। ହିନ୍ଦୀ ସିନେମାରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ଏହି ଆୱାର୍ଡ ତାଙ୍କୁ ଦିଆଯିବ। ଏହି ଖବର ପ୍ରକାଶ ପାଇବା ପରେ ଲୋକେ ସୋସିଆଲ୍‌ ମିଡିଆରେ ଆଶା ପାରେଖଙ୍କୁ ଅଭିନନ୍ଦନ ଜଣାଇବା ଆରମ୍ଭ କରି ଦେଇଛନ୍ତି।

ଏ ନେଇ ଗଣମାଧ୍ୟମ ସଂସ୍ଥ‌ା ଏଏନ୍‌ଆଇକୁ ଖବର ଦେଇଛନ୍ତି କେନ୍ଦ୍ରୀୟ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର। ସେ କହିଛନ୍ତି ଯେ ଏବର୍ଷ ଦାଦା ସାହେବ ଫାଲ୍‌କେ ପୁରସ୍କାର ଅଭିନେତ୍ରୀ ଆଶା ପାରେଖଙ୍କୁ ମିଳିବ। ‌ସେ ଆହୁରି ବି କହିଛନ୍ତି ଯେ ‘ଆଶାଜୀ ୯୫ରୁ ଅଧିକ ଫିଲ୍ମରେ କାମ କରି ସାରିଛନ୍ତି। ତା‌ଙ୍କୁ ପଦ୍ମଶ୍ରୀ ସମ୍ମାନରେ ବି ସମ୍ମାନିତ କରାଯାଇଛି। କେନ୍ଦ୍ର ମନ୍ତ୍ରୀ ଅନୁରାଗ ଦେଇଥିବା ସୂଚନାନୁସାରେ ତାଙ୍କୁ ଆଗାମୀ ୩୦ ତାରିଖରେ ଏହି ଆୱାର୍ଡ ମିଳିବ।

ତାଙ୍କର ଉଲ୍ଲେଖନୀୟ ସିନେମା ମଧ୍ୟରେ ରହିଛି ‘କଟି ପତଙ୍ଗ’, ‘ଉପକାର’, ‘ମେଁ ତୁଲସୀ ତେରି ଆଙ୍ଗନ କୀ’, ‘ଦୋ ବଦନ’, ‘କାରବା’, ‘ଚିରାଗ’, ‘ଜଲୱା’, ‘ଆଧା ଦିନ୍‌ ଆଧା ରାତି’, ‘ପ୍ରେମ ବିବାହ’, ‘ଘର୍‌କୀ ଇଜ୍ଜତ’ ଇତ୍ୟାଦି।

ଆଶା ପାରେଖ ଉଭୟ ତାଙ୍କର ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହି ଆସିଛନ୍ତି। ସେ ନିଜର ବ‌ାୟୋଗ୍ରାଫି ପାଇଁ ଯେତେବେଳେ ତାଙ୍କ ସଂପର୍କିତ ସବୁ କଥା ଖୋଲି କରି କହିଥିଲେ, ସେ ସମୟରେ ଖୁବ୍ ଚର୍ଚ୍ଚାରେ ରହିଥିଲେ। ଆଶା ତାଙ୍କ ସମୟରେ ସବୁଠାରୁ ଅଧିକ ରାଶି ନେଉଥିବା ଅଭିନେତ୍ରୀ ଭାବେ ଜଣା ଯାଉଥିଲେ।

ଶୁଣାଯାଏ ଯେ ଆଶା ଜଣେ ବିବାହିତ ପୁରୁଷଙ୍କ ପ୍ରେମରେ ପଡ଼ି ଯାଇଥିଲେ। ଯେଉଁ କାରଣରୁ ତାଙ୍କୁ ଜୀବନ ଯାକ ଏକା ରହିବାକୁ ପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe