ଜିନତ୍‌ଙ୍କ ନୂଆ ବୟାନ, ଦୁଷ୍କର୍ମକାରୀ ବ୍ୟବସାୟୀ ତାଙ୍କଠାରୁ ୧୫ କୋଟି ଲୁଟିଛନ୍ତି

Advertisment
ଜିନତ୍‌ଙ୍କ ନୂଆ ବୟାନ, ଦୁଷ୍କର୍ମକାରୀ ବ୍ୟବସାୟୀ ତାଙ୍କଠାରୁ ୧୫ କୋଟି ଲୁଟିଛନ୍ତି

ମୁମ୍ବାଇ: ସତୁରି ଦଶକର ଲୋକପ୍ରିୟ ବଲିଉଡ୍‌ ନାୟିକା ଜିନତ୍‌ ଅମନ୍‌ ଜୁହୁ ପୁଲିସ୍‌ ଷ୍ଟେସନ୍‌ଠାରେ ଯେଉଁ ବ୍ୟକ୍ତିଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ ଉକ୍ତ ବ୍ୟକ୍ତି ଜଣକ ଜିନତ୍‌ ଅମନଙ୍କୁ ଧମକାଇ ତାଙ୍କଠାରୁ ୧୫ କୋଟି ଟଙ୍କା ନେଇଥିଲେ ବୋଲି ଏବେ ଅଭିନେତ୍ରୀ ମତ ରଖିଛନ୍ତି। ଖାଲି ସେତିକି ନୁହେଁ, ବ୍ୟକ୍ତି ଜଣକ ଅନେକ ମହିଳାଙ୍କୁ ବିବାହ ପ୍ରଲୋଭନ ଦେଖାଇ ସେମାନଙ୍କଠାରୁ ଟଙ୍କା ଲୁଟୁଥିଲେ ବୋଲି ସେ ଅଭିଯୋଗ ଆଣିଛନ୍ତି। ସେ ୫ ଜଣ ମହିଳାଙ୍କ ସହ ପ୍ରତାରଣା କରିଥିବା ଜାଣିବାକୁ ମିଳିଛି।

publive-image

ଉଲ୍ଲେଖଯୋଗ୍ୟ, ଅଭିନେତ୍ରୀ ଜିନତ ଅମନ୍‌ଙ୍କ ଅଭିଯୋଗକ୍ରମେ ଅଭିଯୁକ୍ତଙ୍କୁ ଗତକାଲି ଗିରଫ କରାଯାଇଛି। ଗତ ଜାନୁଆରି ୩୦ ତାରିଖରେ ଏପରି ଘଟିଥିଲା ବୋଲି ଅଭିନେତ୍ରୀ ଅଭିଯୋଗ ଆଣିଥିଲେ। ତାଙ୍କ ଅଭିଯୋଗକୁ ଭିତ୍ତିକରି ଜୁହୁ ପୁଲିସ୍‌ର ଏକ ଟିମ୍‌ ଗୁରୁବାର ଅଭିଯୁକ୍ତ ବ୍ୟବସାୟୀଙ୍କୁ ଗିରଫ କରିଛି।

ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି ଯେ ଉଭୟ ଅଭିନେତ୍ରୀ ଏବଂ ବ୍ୟବସାୟୀ ପରସ୍ପରଙ୍କୁ ପୂର୍ବରୁ ଜାଣିଥିଲେ। ମାତ୍ର ପରବର୍ତ୍ତୀ ମୁହୂର୍ତ୍ତରେ କିିଛିଟା ବ୍ୟକ୍ତିଗତ ଅସୁବିଧା ହେତୁ ସେ ଦୁହେଁ ପରସ୍ପରଙ୍କଠାରୁ ଅଲଗା ହୋଇ ଯାଇଥିଲେ। ତେବେ ଅଭିନେତ୍ରୀଙ୍କ ଅଭିଯୋଗ ହୋଉଛି ବ୍ୟବସାୟୀ ଜଣକ ତାଙ୍କୁ ପ୍ରଥରେ ଫୋନ କରି ଡାକିଥିଲେ ଏବଂ ପରେ ଅନୁସରଣ କରିଥିଲେ। ସୁଯୋଗ ପାଇ ତାଙ୍କୁ ଦୁଷ୍କର୍ମ ମଧ୍ୟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe