Advertisment

ଅପରାଜିତା ହେବେ ‘ପାରୋ’ର ମାଆ

Advertisment
ଏହି ଓଡ଼ିଆ ଛବିରେ ମହାଶ୍ୱେତା ନଥିଲେ, ଅନ୍ୟ ଜଣେ ଲୋକପ୍ରିୟ ଅଭିନେତ୍ରୀ ବନିଥିଲେ ପ୍ରଶାନ୍ତଙ୍କ ନାୟିକା

ଓଲିଉଡ଼୍‍ର ଲୋକପ୍ରିୟ ଚରିତ୍ର ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କ ହାତରେ ଏବେ ଅଳ୍ପ କେତୋଟି ଓଡ଼ିଆ ସିନେମା ରହିଛି। ଏଥିମଧ୍ୟରୁ ଗୋଟିଏ ହେଲା ‘ନାୟକର ନାଆଁ ଦେବଦାସ’।ଏଥିରେ ଦର୍ଶକ ତାଙ୍କୁ ଭେଟିବେ ଏକ ସଂପୂର୍ଣ୍ଣ ଭିନ୍ନ ଚରିତ୍ରରେ। ଏହା ଏକ ଦମ୍‌ଦାର ଚରିତ୍ର।

‘ନାୟକର ନାଆଁ ଦେବଦାସ’ରେ ଅପରାଜିତାଙ୍କ ଅଭିନୀତ ଚରିତ୍ରଟି ହେଲା ‘ପାରୋ’ଙ୍କର ମାଆ। କାହାଣୀର ନାୟିକା ହେଲେ ପାରୋ। ଆଉ ନାୟକ ହେଲେ ଦେବଦାସ। ଏହାର ପାର୍ଶ୍ୱନାୟିକା ଚରିତ୍ରଟି ଚନ୍ଦ୍ରମୁଖୀ। ଅତୀତରେ ନିର୍ମାତା-ନିର୍ଦ୍ଦେଶକ ସଂଜୟ ଲୀଲା ଭଂସାଲୀଙ୍କ ଫିଲ୍ମ ‘ଦେବଦାସ’ରେ ପାରୋର ମାଆ ଭୂମିକାରେ ଦର୍ଶକ ଜଣାଶୁଣା ଅଭିନେତ୍ରୀ ତଥା ସାଂସଦ କିରଣ ଖେରଙ୍କୁ ଦେଖିବାକୁ ପାଇଥିଲେ ।ଏଥିରେ କିରଣ ଖେର ବେଶ୍‌ ପ୍ରଭାବଶାଳୀ ଅଭିନୟ କରିଥିଲେ। ଓଲିଉଡ଼୍‍ର ଭେଟେରାନ୍‌ ଆକ୍‌ଟ୍ରେସ୍‌ ଅପରାଜିତା ବି ବଳିଷ୍ଠ ଅଭିନୟ କରି ପାରୋର ମାଆ ଭୂମିକାକୁ ଜୀବନ୍ତ କରିବେ ବୋଲି ଆଶା କରାଯାଉଛି।

publive-image

ପୂର୍ବରୁ ଦର୍ଶକ ବହୁ ଓଡ଼ିଆ ଛବିରେ ଅପରାଜିତାଙ୍କୁ ଚାଲେଜିଂ ରୋଲ୍‌ରେ ଦେଖିବାକୁ ପାଇଛନ୍ତି। ଏବେ ‘ନାୟକର ନାଆଁ ଦେବଦାସ୍‌’ରେ ବି ପୁଣି ଜମେଇ ଦେବେ ଅପରାଜିତା।

ଆଂଜନେୟ ମିଡ଼ିଆ କ୍ରିଏସନ୍‌ସ ବ୍ୟାନରରେ ନିର୍ମିତ ‘ନାୟକର ନାଆଁ ଦେବଦାଦ’ରେ ଟାଇଟଲ୍‌ ରୋଲ୍‌ରେ ନଜର ଆସିବେ ଅସିତ୍‌,ଯାହାଙ୍କୁ ଦର୍ଶକ ଗତବର୍ଷର ସିନେମା ‘ଭୈରବ’ରେ ଦେଖିଥିଲେ। ଏତଦ୍‌ବ୍ୟତୀତ ଅନୁ ଚୌଧୁରୀ,ବିଜୟ ମହାନ୍ତି,ବବି ମିଶ୍ର,ପପି ସନ୍ତୁବର୍ମା ଓ ପିଣ୍ଟୁ ନନ୍ଦ ପ୍ରମୁଖ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe