ନୂଆଦିଲ୍ଲୀ: ଟେଲିଭିଜନ ଅଭିନେତା କରଣବୀର ମେହରା ଏବଂ ମୋହିତ ମଲିକ ତାଙ୍କ ପ୍ରଶଂସକ ଏବଂ ପ୍ରିୟଜନଙ୍କୁ ଅଭିନେତା ବିଭୁ ରାଘବେଙ୍କୁ ସାହାଯ୍ୟ କରିବାକୁ ଅନୁରୋଧ କରିଛନ୍ତି।
ବିଭୁଙ୍କର ମୁମ୍ବାଇର ଟାଟା ମେମୋରିଆଲ୍ ହସ୍ପିଟାଲରେ ଚିକିତ୍ସା ଚାଲିଛି। ବିଭୁ ୩ ବର୍ଷ ଧରି ଚତୁର୍ଥ ପର୍ଯ୍ୟାୟ କୋଲନ କର୍କଟ ରୋଗ ସହିତ ଲଢ଼ୁଛନ୍ତି। ତାଙ୍କର ଯକୃତରେ ମେଟାଷ୍ଟେସିସ୍ (ଏହା କ୍ୟାନ୍ସର ସେଲ୍ସକୁ ବଢାଇ ନୂଆ ଟ୍ୟୁମରର ରୂପ ନେଇଥାଏ) ହୋଇଛି।
ଅଭିନେତାଙ୍କ ଏଭଳି କଷ୍ଟ ସମୟରେ ଅନୁପମା ଅଭିନେତ୍ରୀ ଅନେରି ବଜାନି, ସୁଧାଂଶୁ ପାଣ୍ଡେ, ମୋହିତ ସେହଗାଲ, କରଣବୀର ବୋହରା, ସିମ୍ପଲ କୌଲ, ଆଦିତ୍ୟ ମଲିକ ଆର୍ଥିକ ସାହାଯ୍ୟ ସହିତ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛନ୍ତି।
କରଣବୀର ମେହରା ଇନଷ୍ଟାଗ୍ରାମ ଷ୍ଟୋରୀରେ ଲେଖିଛନ୍ତି, "ଏହି ପୋଷ୍ଟ ଆମର ଭଲ ବନ୍ଧୁ ବିଭୁଙ୍କ ପାଇଁ, ଯିଏ ଚତୁର୍ଥ ପର୍ଯ୍ୟାୟ କୋଲନ କର୍କଟ ରୋଗରେ ପୀଡିତ ଅଛନ୍ତି। ତାଙ୍କର ଟାଟା ହସ୍ପିଟାଲରେ ଚିକିତ୍ସା ଚାଲିଛି । ସେ କେମୋଥେରାପି ନେଉଛନ୍ତି।
ତାଙ୍କ ଚିକିତ୍ସା ପାଇଁ ଆମକୁ ଟଙ୍କା, ପ୍ରାର୍ଥନା ଏବଂ ଶୁଭକାମନା ଆବଶ୍ୟକତା ରହିଛି। ଦୟାକରି ତାଙ୍କର ଚିକିତ୍ସା କରିବାରେ ଆମକୁ ସାହାଯ୍ୟ କରନ୍ତୁ। ଆପଣମାନେ ଯେକୌଣସି ପରିମାଣର ଦାନ କରିପାରିବେ।ଆପଣ ସମସ୍ତଙ୍କୁ ଧନ୍ୟବାଦ।"
Follow Us