‘ବିଗ୍ ବସ୍ ୧୭’ରେ ବାରମ୍ବାର ଦେଖିବାକୁ ମିଳୁଛି ଅଙ୍କିତା ଓ ସ୍ୱାମୀ ଭିକିଙ୍କ ଜବରଦସ୍ତ କଳି

Advertisment
‘ବିଗ୍ ବସ୍ ୧୭’ରେ ବାରମ୍ବାର ଦେଖିବାକୁ ମିଳୁଛି ଅଙ୍କିତା ଓ ସ୍ୱାମୀ ଭିକିଙ୍କ ଜବରଦସ୍ତ କଳି

Hindustan Times

ନୂଆଦିଲ୍ଲୀ: ‘ବିଗ୍ ବସ୍ ୧୭’ରେ ଅଙ୍କିତା ଲୋଖଣ୍ଡେ ଏବଂ ତାଙ୍କ ସ୍ୱାମୀ ଭିକି ଜୈନଙ୍କ କଳି ଏକ ସାଧାରଣ କଥା ପାଲଟିଗଲାଣି। ଦିନକୁ ଦିନ ଏହି ଦମ୍ପତି କଳି ବଢ଼ିବାରେ ଲାଗିଛି। ସେମାନଙ୍କ ମଧ୍ୟରେ ‘ବିଗ୍ ବସ୍ ୧୭’ ଗୃହରେ ଏବେ ହାଇ ଭୋଲଟେଜ୍ ଡ୍ରାମା ଚାଲିଛି।

ସଲମାନ ଖାନ ଭିକି ଜୈନ୍‌ଙ୍କ ଆଚରଣକୁ ବିଷାକ୍ତ (ଟକ୍ସିକ) ବୋଲି କହିବା ପରେ ସେ ଆହୁରି ଭିନ୍ନ ଆଚରଣ କରୁଥିବା ନଜର ଆସିଛନ୍ତି। ଏପରି ପରିସ୍ଥିତିରେ, ଯେତେବେଳେ ଅଙ୍କିତା ଭିକିଙ୍କ ସହ କଥା ହେବାକୁ ଚେଷ୍ଟା କରନ୍ତି, ସେତେବେଳେ ସେ ସମ୍ପୂର୍ଣ୍ଣ ମନା ଦେଉଛନ୍ତି। ତା’ପରେ ଯେତେବେଳେ ଦୁହେଁ କଥାବାର୍ତ୍ତା କରିବାକୁ ବସୁଛନ୍ତି ତ ସେତେବେଳେ ପୁଣି ଥରେ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଯାଉଛି।

ଅଙ୍କିତା ଲୋଖଣ୍ଡେ ଏବଂ ବିକି ଜୈନଙ୍କ ମଧ୍ୟରେ ଲଗାତାର ଝଗଡ଼ା ହେଉଛି। ପୁଣି ଥରେ ଉଭୟଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ  ଦେଖିବାକୁ ମିଳିଛି। ଭିକି ଅଙ୍କିତାଙ୍କୁ କୁହନ୍ତି, ‘‘ତୁମେ ଅନେକ ଥର ଭୁଲ୍ କରୁଛ। ଜୀବନରେ ଯେଉଁଭଳି ସ୍ତରରେ ତୁମେ ଭୁଲ୍ କରିଚାଲିଛ, ଯଦି ମୁଁ ଥରେ ତୁମକୁ ପାଟି କରିଥିଲି ତେବେ ତାହା ଭୁଲ୍‌ ହୋଇଗଲା।’’

ଭିକି ଆହୁରି ବି କହୁଥିବାର ଶୁଣିବାକୁ ମିଳୁଛି ଯେ ‘‘ମୁଁ କ’ଣ ସହ୍ୟ କରିବାକୁ ବିବାହ କରିଛି? ଏପରି ହିଁ ଏଠାରେ ଘଟୁଛି। ତୁମ ଆଚରଣରେ ମୁଁ କୌଣସି ବି ପରିବର୍ତ୍ତନ ଦେଖିପାରୁନି। ’’ ଏହା ପୂର୍ବରୁ ବି ଥରେ ଅଙ୍କିତା ଓ ଭିକିଙ୍କ ମଧ୍ୟରେ ଝଗଡ଼ା ହୋଇଥିବାର ଦେଖିବାକୁ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe