ବାଦ୍ ପଡ଼ିଲେ ଶାହରୁଖ, ବ୍ୟବସାୟୀ ବିକିଙ୍କୁ ମିଳିଲା ମୁଖ୍ୟ ଅଭିନେତା ହେବାର ସୁଯୋଗ

Advertisment

ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେଙ୍କ ସ୍ୱାମୀ ବିକି ଜୈନ ଏବେ ଫୌଜି-୨ରେ ମୁଖ୍ୟ ଭୂମିକାରେ ନଜର ଆସିବେ। ଭିକି ଏକ ସାକ୍ଷାତକାରରେ ଏ ବିଷୟରେ ଖୁଲାସା କରି ପତ୍ନୀ ଅଙ୍କିତାଙ୍କୁ ଶ୍ରେୟ ଦେଇଛନ୍ତି।

ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେଙ୍କ ସ୍ୱାମୀ ବିକି ଜୈନ ଏବେ ଫୌଜି-୨ରେ ମୁଖ୍ୟ ଭୂମିକାରେ ନଜର ଆସିବେ। ଭିକି ଏକ ସାକ୍ଷାତକାରରେ ଏ ବିଷୟରେ ଖୁଲାସା କରି ପତ୍ନୀ ଅଙ୍କିତାଙ୍କୁ ଶ୍ରେୟ ଦେଇଛନ୍ତି।

jain

ମୁମ୍ବାଇ: ବଲିଉଡର କିଙ୍ଗ ଶାହାରୁଖ ଖାନଙ୍କ ପ୍ରଥମ ଟିଭି ସିରିଜ୍ 'ଫୌଜି'ର ସିକ୍ୱେଲ ୩୬ବର୍ଷ ପରେ ହେବାକୁ ଯାଉଛି | ଅକ୍ଟୋବର ୧୫ ମଙ୍ଗଳବାର ଦିନ ‘ଫୌଜି-୨’ର ଘୋଷଣା କରାଯାଇଥିଲା। ସବୁଠୁ ବଡ଼ କଥା ହେଲା ଦ୍ବିତୀୟ ଭାଗରେ ଟେଲି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେଙ୍କ ସ୍ୱାମୀ ତଥା ବିଗ୍ ବସ୍ ୧୭ ପ୍ରତିଯୋଗୀ ବିକି ଜୈନ ମୁଖ୍ୟ ଭୂମିକାରେ ନଜର ଆସିବେ। ନିକଟରେ ଏକ ସାକ୍ଷାତକାରରେ ବିକି ଏହି ସଫଳତାର ଶ୍ରେୟ ଅଙ୍କିତାଙ୍କୁ ଦେଇଥିଲେ।

ତାଙ୍କ କହିବା ମୁତାବକ, "ଅଙ୍କିତା ମୋ ସହ ସବୁ କଠିନ ପରିସ୍ଥିତିରେ ଦମ୍ଭ ହୋଇ ଛିଡ଼ା ହୋଇଥିଲେ। ଯଦି ସେ ମୋ ଜୀବନରେ ନଥାନ୍ତେ ମୁଁ ଆଜି ଏଠାରେ ପହଞ୍ଚିପାରି ନଥା’ନ୍ତି | ସେ ମୋତେ ଆତ୍ମବିଶ୍ୱାସ ଦିଅନ୍ତି ଯେ 'ହଁ, ତୁମେ ଏହା କରିପାରିବ। ଯେତେବେଳେ ଆପଣଙ୍କ ସହିତ କ୍ରମାଗତ ଭାବରେ ଜଣେ ବ୍ୟକ୍ତି ରହେ ଏବଂ ଏହି ଅଭିନୟ ଜଗତ ବିଷୟରେ ବୁଝାଏ ସେତେବେଳେ ଏସବୁ କଥା ଆଗକୁ ବଢ଼ିବାରେ ସାହାଯ୍ୟ କରେ। ଅଙ୍କିତ ‌ମୋତେ ସେସବୁ ବୁଝାଇଛନ୍ତି।"

ସିରିଜ୍ ଅଫର ହେବାକୁ ନେଇ ନିଜ ଖୁସି ଜାହିର କରି ବିକି କହିଛନ୍ତି, “ଅଭିନୟ କ୍ଷେତ୍ରରେ ମୁଁ ବହୁତ ଭାଗ୍ୟବାନ ଅଟେ। ବର୍ତ୍ତମାନ ମୋର କ୍ୟାମେରା ସାମ୍ନା କରିବାର ଅଭିଜ୍ଞତା କିଛି ମାତ୍ରାରେ ଆସିସାରିଛି। କିନ୍ତୁ ମୁଁ ନିଶ୍ଚୟ କହିବି ଯେ ଅଭିନୟ ଏକ ବଡ଼ କାମ। ଅଙ୍କିତାଙ୍କୁ ପାଇ ମୁଁ ଭାଗ୍ୟବାନ | ସେ ପ୍ରକୃତରେ ମୋତେ ସାହାଯ୍ୟ କରନ୍ତି ଏବଂ ମୋତେ ବୁଝାନ୍ତି | ପୂର୍ବରୁ ଟିଭିରେ କରିଥିବା କାମ ସମୟରେ ସେ ମୋ ସହ ରହିଥିଲେ । ହେଲେ ଏଥର ସେ ରହିବେ ନାହିଁ। ନିଶ୍ଚିତ ଭାବରେ ଏହା ମୋ ପାଇଁ କଠିନ ହେବ।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe