କରୋନାକୁ ହରାଇଲେ ଭିକି

Advertisment
କରୋନାକୁ ହରାଇଲେ ଭିକି

କରୋନାର ଦ୍ବିତୀୟ ଲହର ବଲିଉଡ୍‌କୁ ବି ଆକ୍ରାନ୍ତ କରିଛି। ଜଣଙ୍କ ପରେ ଜଣେ କଳାକାର ଆକ୍ରାନ୍ତ ହେଉଥିବା ବେଳେ ସୁଟିଂକୁ ବନ୍ଦ କରି ଦିଆଯାଇଛି। କିନ୍ତୁ ଖୁସିର କଥା ହେଲା, ରୂପେଲି ପରଦାର ଏହି ନାୟକମାନେ କରୋନା ଯୁଦ୍ଧରେ ବି ଭାଇରସ୍‌କୁ ହରାଉଛନ୍ତି। ଏହି ପରିପ୍ରେକ୍ଷୀ‌ରେ ଆଜି ଅଭିନେତା ଭିକି କୌଶଲ କରୋନାରୁ ମୁକ୍ତ ହୋଇଥିବା ଜଣାଯାଇଛି। ସାମାଜିକ ଗଣମାଧ୍ୟମ ଇନ୍‌ଷ୍ଟାଗ୍ରାମ୍‌ରେ ସେ ପ୍ରଶଂସକମାନଙ୍କୁ ଏହି ସୂଚନା ଦେଇଛନ୍ତି। ଭିକି ନିଜର ଏକ ଫଟୋ ଛାଡ଼ି ସେଥିରେ ‘ନେଗେଟିଭ୍‌’ ବୋଲି ଉଲ୍ଲେଖ କରିଛନ୍ତି। ସୂଚନାଯୋଗ୍ୟ, ଭିକି ଓ ଅଭିନେତ୍ରୀ ଗତ ୫ ତାରିଖରେ କରୋନାରେ ସଂକ୍ରମିତ ହୋଇଥିବା ନେଇ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଥିଲେ। ଏହାର ଠିକ୍‌ ପରଦିନ ଅଭିନେତ୍ରୀ କ୍ୟାଟ୍ରିନା କୈଫ ମଧ୍ୟ ଆକ୍ରାନ୍ତ ହୋଇଥିଲେ। ଏବେ ଭିକି କରୋନାମୁକ୍ତ ହୋଇଥିବା ବେଳେ ଭୂମି ଓ କ୍ୟାଟ୍ରିନାଙ୍କ ରିପୋର୍ଟ ଆସି ନଥିବା ଜଣାଯାଇଛି। ଏହା ପୂର୍ବରୁ ଅଭିନେତ୍ରୀ ଆଲିୟା ଭଟ୍ଟ କରୋନାରୁ ମୁକ୍ତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe