ପରସ୍ପରକୁ ଡେଟ୍ କରୁଛନ୍ତି କ୍ୟାଟ୍ରିନା କୈଫ୍-ବିକି କୌଶଲ! ଏଭଳି ଫଟୋ ଭାଇରାଲ ହେବା ପରେ ଜୋର ଧରିଲା ଚର୍ଚ୍ଚା

Advertisment
ପରସ୍ପରକୁ ଡେଟ୍ କରୁଛନ୍ତି କ୍ୟାଟ୍ରିନା କୈଫ୍-ବିକି କୌଶଲ! ଏଭଳି ଫଟୋ ଭାଇରାଲ ହେବା ପରେ ଜୋର ଧରିଲା ଚର୍ଚ୍ଚା

indiatoday.in

ମୁମ୍ବାଇ: ଏଇ କିଛି ଦିନ ହେବ ବଲିଉଡ୍ ଅଭିନେତା ବିକି କୌଶଲ ଓ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ସଂପର୍କକୁ ନେଇ ଚର୍ଚ୍ଚା ଜୋର ଧରିଛି। ଦୁହେଁ ପରସ୍ପରକୁ ଡେଟ୍ କରୁଥିବା ନେଇ ଚର୍ଚ୍ଚା ଜୋର ଧରିଥିଲେ ମଧ୍ୟ ଦୁହେଁ ଏ ନେଇ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି। ତେବେ ପ୍ରତିକ୍ରିୟା ନ ରଖିଥିଲେ ମଧ୍ୟ ଦୁହିଁଙ୍କ କାମ ତାଙ୍କ ସଂପର୍କକୁ ପଦାକୁ ଆଣୁଛି। କିଛି ଦିନ ତଳେ ଦୁହେଁ ଦୀପାବଳି ପାର୍ଟିରେ ସାଥୀରେ ନଜର ଆସିଥିବା ବେଳେ ଏବେ ଦୁହେଁ ଡିନର ଡେଟରେ ଯାଇଥିବା ଜଣା ପଡ଼ିଛି। ରାତ୍ର ଭୋଜନ ସାରି ଦୁହେଁ ସେଫ୍ ସହ ‌ଫଟୋ ଉଠାଇଥିବା ବେଳେ ଫଟୋଟି ଏବେ ଭାଇରାଲ ହେବାରେ ଲାଗିଛି। ଦୁହିଁଙ୍କ ଫଟୋ ଇନଷ୍ଟାଗ୍ରାମରେ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି।

ତେବେ ଦୁହିଁଙ୍କ ଫଟୋ ବିକିଙ୍କ ଇନଷ୍ଟା ଫ୍ୟାନ୍ ପେଜରେ ସେୟାର କରାଯାଇଛି। ଫଟୋରେ କ୍ୟାଟ୍ରିନା ଲାଲ ଓ ଧଳା ରଙ୍ଗର ପୋଷାକ ପିନ୍ଧିଥିବା ବେଳେ ବିକି ସାର୍ଟ ଓ ଜିନ୍ସ ପିନ୍ଧିଥିବାର ଦେଖଯାଇଛି। ଏବେ ଦୁହିଁଙ୍କ ଫଟୋ ଭାଇରାଲ ହେବା ପରେ ସେମାନଙ୍କ ପ୍ରଶଂସକ ଦୁହିଁଙ୍କ ମଧ୍ୟରେ ଥିବା ସଂପର୍କର ସତ୍ୟତା ଜାଣିବାକୁ ଚାହିଁଛନ୍ତି। ଦୁହେଁ ସତରେ ପରସ୍ପରକୁ ଡେଟ୍ କରୁଛନ୍ତି କି ନାହିଁ ବୋଲି ପ୍ରଶଂସକମାନେ ପ୍ରଶ୍ନ ପଚାରିବା ଆରମ୍ଭ କରି ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe