ସ୍ବାମୀ ଭିକି କୌଶଲଙ୍କୁ ନିଆରା ଉପାୟରେ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ କ୍ୟାଟ୍ରିନ୍‌ କୈଫ୍‌

Advertisment
ଅଭିନେତା ଭିକି କୌଶଲ ଓ ପତ୍ନୀ କ୍ୟାଟ୍ରିନା କୈଫ୍‌ଙ୍କୁ ହତ୍ୟା ଧମକ, ଅଜଣା ବ୍ୟକ୍ତିଙ୍କ ନାଁରେ ମାମଲା ରୁଜୁ

IndiaTV News

ମୁମ୍ବାଇ: ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ଓ ଭିକି କୌଶଲ ବି-ଟାଉନ୍‌ର ଏବେ ସବୁଠାରୁ ଅଧିକ ଲୋକପ୍ରିୟ ଯୋଡ଼ି। ଏହି ଦୁଇ ଜଣ ବିବାହ କରିବା ପରେ ବେଶ୍‌ ଚର୍ଚ୍ଚାରେ ରହୁଥିବାର ନଜର ଆସିଛନ୍ତି। ବିବାହର ମାତ୍ର କିଛି ମାସ ମଧ୍ୟରେ ପ୍ରଥମେ କ୍ୟାଟ୍‌ଙ୍କ ସ୍ବାମୀ ଭିକିଙ୍କ ଜନ୍ମଦିନ ପଡ଼ିଛି। ଏହି ଶୁଭ ଦିନରେ ଏକଦମ ନିଆରା ଅନ୍ଦାଜରେ ସ୍ବାମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କ୍ୟାଟ୍‌।

କ୍ୟାଟ୍‌ ଭିକିଙ୍କ ୩୪ତମ ଜନ୍ମଦିନ ଅବସରରେ ତାଙ୍କର ଓ ଭିକିଙ୍କର ଏକ ଯୁଗଳ ଫଟୋକୁ ସୋସିଆଲ୍‌ ମିଡିଆରେ ପୋଷ୍ଟ୍‌ କରି ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି। ଫଟୋ ପୋଷ୍ଟ୍‌ କରି କ୍ୟାଟ୍‌ ଲେଖିଛନ୍ତି, ‘ନ୍ୟୁୟର୍କୱାଲା ବାର୍ଥଡେ ମାଇଁ ଲଭ୍‌’। ଏହି ଫଟୋରେ ଭିକି କମେଣ୍ଟ୍‌ ଦେଇଛନ୍ତି, ‘ସ‌ାଦିସୁଦା ୱାଲା ବାର୍ଥଡେ।’

କ୍ୟାଟ୍‌ ଇନ୍‌ଷ୍ଟାରେ ୨ଟି ଫଟୋ ସେୟାର କରି ଜନ୍ମଦିନ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି। ପ୍ରଥମ ଫଟୋରେ ଭିକି କ୍ୟାଟ୍‌ଙ୍କୁ ଆଲିଙ୍ଗନ କରିଥିବା ବେଳେ ଦ୍ବିତୀୟ ଫଟୋରେ ଚୁମ୍ବନ ଦେଉଥିବାର ନଜର ଆସିଛନ୍ତି।

ଭିକିଙ୍କ ପାଇଁ କ୍ୟାଟ୍‌ କରିଥିବା ଏହି ଟ୍ବିଟ୍‌ରେ କିଛି ମିନିଟ୍‌ ମଧ୍ୟରେ ୮ ଲକ୍ଷରୁ ଅଧିକ ଲାଇକ୍‌ ମିଳିଛି। ଫ୍ୟାନ୍‌ ବି କମେଣ୍ଟ୍‌ ସେକ୍ସନରେ ଭିକିଙ୍କ ଜନ୍ମଦିନ ପାଇଁ ଅନେକ ଶୁଭେଚ୍ଛା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe