୩ଦିନରେ ୧୦୦କୋଟି ପାର୍ କଲା ବିକିଙ୍କ ଫିଲ୍ମ "ଛାବା"

ଶୁକ୍ରବାର ରିଲିଜ୍ ହୋଇଥିଲା ବଲିଉଡ ଅଭିନେତା ବିକି କୌଶଲଙ୍କ ଫିଲ୍ମ 'ଛାବା'। ଫିଲ୍ମ ରିଲିଜର ପ୍ରଥମ ଦିନ ଆଶା କରାଯାଉଥିଲା ଯେ, ଏହା ଅନେକ ଫିଲ୍ମର ରେକର୍ଡ ଭାଙ୍ଗିବ। ଏବେ ଫିଲ୍ମ ରିଲିଜର ୩ଦିନ ମଧ୍ୟରେ ଏହା ସତ ହୋଇଛି।

tchhaba

ମୁମ୍ବାଇ: ଶୁକ୍ରବାର ରିଲିଜ୍ ହୋଇଥିଲା ବଲିଉଡ ଅଭିନେତା ବିକି କୌଶଲଙ୍କ ଫିଲ୍ମ 'ଛାବା'। ଫିଲ୍ମ ରିଲିଜର ପ୍ରଥମ ଦିନ ଆଶା କରାଯାଉଥିଲା ଯେ, ଏହା ଅନେକ ଫିଲ୍ମର ରେକର୍ଡ ଭାଙ୍ଗିବ। ଏବେ ଫିଲ୍ମ ରିଲିଜର ୩ଦିନ ମଧ୍ୟରେ ଏହା ସତ ହୋଇଛି। ଫିଲ୍ମ 'ଛାବା' ଦେଖିବା ପାଇଁ ସପ୍ତାହାନ୍ତରେ ପ୍ରେକ୍ଷାଳୟରେ ବହୁତ ଭିଡ଼ ଜମିଥିଲା। ଫିଲ୍ମଟି ରିଲିଜ୍ ହେବା ପରେ ଯେତିକି ଆଶା ଥିଲା ତା’ଠାରୁ ଅଧିକ ଦର୍ଶକ ଫିଲ୍ମକୁ ପସନ୍ଦ କରୁଛନ୍ତି। ଅଧିକାଂଶ ସମୀକ୍ଷକ ଫିଲ୍ମଟିକୁ ବହୁତ ଭଲ ବୋଲି ବର୍ଣ୍ଣନା କରିଛନ୍ତି।

ସବୁଠୁ ବଡ଼ କଥା ହେଉଛି ଏହି ବର୍ଷ ମୁକ୍ତିଲାଭ କରିଥିବା ସମସ୍ତ ବଲିଉଡ୍ ସିନେମା ଫ୍ଲପ୍ ହୋଇଛି। ଏପରି ସ୍ଥିତିରେ, "ଛାବା"ର ପ୍ରଥମ ଦିନର ଆୟ ଦେଖିଲେ ଲାଗୁଛି ଯେ ଏହା ଚଳିତ ବର୍ଷର ବଲିଉଡର ପ୍ରଥମ ବ୍ଲକବଷ୍ଟର ସିନେମା ହୋଇପାରେ। ଲକ୍ଷ୍ମଣ ଉତେକରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ପ୍ରଥମ ଦିନରେ ୩୩କୋଟିରୁ ଅଧିକ ଆୟ କରିଥିବା ବେଳେ ଶନିବାରୁ ୩୯କୋଟିରୁ ଅଧିକ ଟଙ୍କା ଆୟ କରିଥିଲା। ରବିବାର ଛୁଟି ଦିନ ଥିବାରୁ ଫିଲ୍ମଟି ୫୦କୋଟି ଆୟ କରିଥିଲା। ଏବେ ଫିଲ୍ମର ମୋଟ ଆୟ ୧୦୦କୋଟି ଟପିଥିବା ବେଳେ ଆଗକୁ ଏହା ଆହୁରି ଅଧିକ ଆୟ କରିବ ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe